ଚନ୍ଦ୍ରଶେଖରପୁର,୧୫।୮(ଏସଏସନିଉଜ)କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ଓ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତ ସହଯୋଗରେ ଆଜି ୭୯ ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯଅତିଥି ଭାବେ ବିଶିଷ୍ଟ ସମାଜସେବୀ ମୃତ୍ୟୁଞ୍ଜୟ ମହାନ୍ତି ଓ ବିଦ୍ୟାଳୟର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ବିଶିଷ୍ଟ ସମାଜସେବୀ ଜୟପ୍ରକାଶ ମିଶ୍ର ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଙ୍ଗୀତଗାନ ପରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟର ବାଳଚର ସଂଘ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଚାରୋଟି ହାଉସ (ବିଭାଗ)ର ଛାତ୍ରଛାତ୍ରୀମାନେ ପ୍ୟାରେଡ୍ ରେ ସାଲ୍ୟୁଟ (ଅଭିବାଦନ) ପ୍ରଦାନ କରିଥିଲେ। ବିଦ୍ୟାଳୟର ସଭାପତି ମିଶ୍ର ଉକ୍ତ ଐତିହାସିକ ଦିବସର ମହତ୍ୱ ପ୍ରତିପାଦନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ମହୋଦୟ ସ୍ୱଧୀନତା ଦିବସର ଶୁଭେଚ୍ଛା ତାଙ୍କର ଅଭିଭାଷଣରେ ପ୍ରଦାନ କରିବା ସହ ଦେଶରେ ଐକ୍ଯ ପ୍ରତିଷ୍ଠା ତଥା ଦେଶ ଗଠନ ଦିଗରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ସମାଜସେବୀ ମିଶ୍ର ଗଣତନ୍ତ୍ର ହାସଲ କରିବାର ଗୌରବମୟ ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ଯ ଅତିଥି ମହାନ୍ତି ଉକ୍ତ ଜାତୀୟ ପର୍ବ ପାଳନର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ଉତ୍ତମ ନାଗରିକ ହେବା ପାଇଁ ପ୍ରେରଣା ଦେଇଥିଲେ। ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ଭାଷାରେ ସଂପୂର୍ଣ୍ଣ ଦିବସର ମହତ୍ବକୁ ନିଜର ବକ୍ତୃତାର ଉପସ୍ଥାପନ କରିଥିଲେ। ବିଦ୍ୟାଳୟ ଚାରୋଟି ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ଗୀତକୁ ନେଇ ନୃତ୍ଯ ପରିବେଷଣ କରାଯାଇଥିଲା। ଉପସ୍ଥିତ ଛାତ୍ରଛାତ୍ରୀମାନେ ଓ ସେମାନଙ୍କ ଆଭିଭାବକ ଛୋଟଛୋଟ ଶିଶୁମାନଙ୍କ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଶ୍ରୀମତୀ ମାନପଲି ବାଣୀ ଉପସ୍ଥିତ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
ସେହିଭଳି ଭାବେ ଓସ୍ତପଡାସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ଆଜି ଦେଶର ୭୯ ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣି ଓ ସଭାପତି ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଉପସ୍ଥିତିରେ ବରିମୁଣ୍ଡ ଗ୍ରାମପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ବିରେନ୍ଦ୍ର ଜେନା ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବରାଜ ଭୋଇ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସୁନନ୍ଦା ତ୍ରିପାଠୀ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।