ଭୁବନେଶ୍ୱର,୧୨।୮ (ଏସଏସନିଉଜ)ମଙ୍ଗଳବାର ଦିନ ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି।ସକାଳୁ ସକାଳୁ ନନ୍ଦନକାନନରେ ଥିବା ୨ବଡହାତୀ ବାସନ୍ତୀ ଓ ହୀରା,୨ସାନ ହାତୀ ଆଶା ଓ ଲିଶାକୁ ଭଲଭାବରେ ଗାଧୋଇ ମାହୁନ୍ତ ମାନେ ହାତୀସାଳ ବାହାରର ଖୋଲା ସ୍ଥାନ କୁ ଅଣାଯାଇଥିଲା।ସେଠାରେ ହାତୀମାନଙ୍କପାଇଁ ବିଭିର୍ନ ଫଳମୂଳ ସେଓ,କଦଳୀ,ଆଖୁ,ତରଭୁଜ ଆଦି ସୁସ୍ୱାଦୁ ଖାଦ୍ୟ ରଖାଯାଇଥିଲା।ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ ଦାୟିତ୍ଵରେ ଥିବା ସି.ସି. ଏଫ ବିକାଶ ରଞ୍ଜନ ଦାସ ପହଞ୍ଚିବା ପରେ ହାତୀମାନଙ୍କୁ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଦେଇଥିଲେ।ଏହାପରେ ଅନ୍ୟମାନେ ହାତୀମାନଙ୍କୁ ଖାଇବାକୁ ଦେଇଥିଲେ।ପ୍ରତିବର୍ଷ ଅଗଷ୍ଟ ମାସ୧୨ତାରିଖକୁ ବିଶ୍ଵ ହସ୍ତୀଦିବସ ଭାବେ ପାଳିତ କରାଯାଉଛି।
ହାତୀମାନଙ୍କ ସୁରକ୍ଷା, ହାତୀ ମଣିଷ ଲଢେଇକୁ ରୋକିବା, ସେମାନଙ୍କ ବଂଶ ବୃଦ୍ଧି ହେବା,ଜଙ୍ଗଲର ସୁରକ୍ଷା କରିବା ଆଦି ବିଷୟକୁ ନେଇ ସଚେତନବାର୍ତା ମାଧ୍ୟମ ରେ ହସ୍ତୀ ଦିବସ ପାଳନର ଆଭିମୁଖ୍ୟ ରଖାଯାଇଛି। ଏହିଅବସରରେ ସମସ୍ତ ମାହୁନ୍ତମାନଙ୍କୁ ପୁରସ୍କୃତ କରାଯାଇଥିଲା।ଆସିଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ସିଗନେଚର କ୍ୟାମ୍ପ କରାଯାଇ ଥିଲା।ଏହାସହ କରାଯାଇଥିବା ସେଲ୍ଫି ପଏଣ୍ଟରେ ପର୍ଯ୍ୟଟକମାନେ ବେଶ୍ ମଜା ଉଠାଇଥିଲେ।ସେହିଭଳି ଭାବେ ଚନ୍ଦକା ଗୋଡ଼ିବାରୀ କୁମାରଖୁଣ୍ଟି ହାତୀଶାଳରେ ଥିବା ୮ଟି ପୋଷା ହାତୀଙ୍କୁ ନେଇ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)