Browsing category

ମହାନଗର

IASସ୍ତରରେ ପୁଣି ଅଦଳବଦଳ

ଭୁବନେଶ୍ୱର,୨୪।୭(ଏସଏସନିଉଜ)IAS ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର।୧୩ IAS ଅଫିସରଙ୍କୁ ନୂଆ ଦାୟିତ୍ବ ପ୍ରଦାନ କଲେ ସରକାର।ରାଜେଶ ପ୍ରଭାକର ପାଟିଲ- ସମବାୟ ସଚିବ, ବିଜୟ କେତନ ଉପାଧ୍ୟାୟ- ସଂସ୍କୃତି ସଚିବ ଦାୟିତ୍ବ,ସମର୍ଥ ବର୍ମା- ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ,ଦୀପଙ୍କର ମହାପାତ୍ର – ସିଇଓ, ହକି ପ୍ରମୋସନ କାଉନ୍‌ସିଲ୍‌,ପ୍ରେକ୍ଷା ଅଗ୍ରୱାଲ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ,ପ୍ରଣିତା ଦାଶ ହେଲେ ବାଲିଗୁଡ଼ା ଉପଜିଲ୍ଲାପାଳ,କସ୍ତୁରୀ ପଣ୍ଡା ହେଲେ କରଞ୍ଜିଆ ଉପଜିଲ୍ଲାପାଳ,ଅଭିଷେକ ଦିଲୀପ ଦୁଡହାଲ୍‌- ଗୁଣୁପୁର ଉପଜିଲ୍ଲାପାଳ, ଅସ୍‌ନୀ ଏଏଲ୍‌- ନବରଙ୍ଗପୁର ଉପଜିଲ୍ଲାପାଳ,ସି. […]

DFO ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୪।୭(ଏସଏସନିଉଜ)୩୪ DFO ଓ ଡେପୁଟି କଞ୍ଜରଭେଟର ଅଫ୍‌ ଫରେଷ୍ଟଙ୍କ ବଦଳି ହୋଇଛି।ବିଭିନ୍ନ ବନଖଣ୍ଡକୁ ବଦଳି ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

କାଶ୍ମୀରଘାଟିରେ ପ୍ରଶିକ୍ଷଣ ନେଉଛନ୍ତି

କଟକ,୨୪।୭(ଏସଏସନିଉଜ)ଭାରତୀୟ ସେନା ସହିତ ମିଶି ଯୁଦ୍ଧପାଇଁ ପ୍ରସ୍ତୁତ ନିମନ୍ତେ ଏକ ତାଲିମ ଆରମ୍ଭ କରିଛିସିଆଇଏସଏଫ୍।କାଶ୍ମୀର ଘାଟିରେପ୍ରଥମଥର ପାଇଁ ଉଚ୍ଚମାନର ଭାରତୀୟ ସେନା ସହିତ ମିଶିକାଶ୍ମୀର ଉପତ୍ୟକାରେ ସିଆଇଏସଏଫ୍ ଯବାନମାନେ ସ୍ୱତନ୍ତ୍ର ତାଲିମ ନେଉଛନ୍ତି।କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସଏଫ୍) ଭାରତୀୟସେନା ସହିତ ମିଶି ତାଲିମ ଅଭ୍ୟାସ ଆରମ୍ଭ କରିଛନ୍ତି।ବଢୁଥିବା ସୁରକ୍ଷା ଚ୍ୟାଲେଞ୍ଜ ଓ ଏହାର କାର୍ଯ୍ୟକ୍ଷମ ପ୍ରସ୍ତୁତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ସ୍ୱତନ୍ତ୍ର ଦୃଷ୍ଟିକୋଣ ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ସିଆଇଏସଏଫ୍ […]

ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୪।୭(ଏସଏସନିଉଜ)ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବ୍ଲାକମେଲିଂରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ଘର ଭିତରୁ ସନ୍ଦେହଜନକ ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବତୀଙ୍କ ଘର ରାୟଗଡ଼ାରେ ହୋଇଥିବା ବେଳେ ସେ +୩ ଛାତ୍ରୀ ଥିଲେ।ଚନ୍ଦ୍ରଶେଖରପୁରରେ ରହି ହୋଟେଲରେ କାମ କରୁଥିଲେ ।

ସୃଷ୍ଟିହେଲା ଲଘୁଚାପ!

ଭୁବନେଶ୍ୱର,୨୪।୭(ଏସଏସନିଉଜ)ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି।ଘନୀଭୂତ ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପ ନେବା ଆଶଙ୍କା ଦେଖାଦେଇଛି।ଲଘୁଚାପଟି ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିପାରେ ବୋଲି ଅନୁମାନ କରାଯାଇଛି।ଉତ୍ତରଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ସମ୍ଭାବନା ରହିଛି।ବାତ୍ୟା ୱିଫାର ଅବଶିଷ୍ଟାଂଶ ପ୍ରବେଶ ସମୟାନୁସାରେ ଜଣାପଡିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୁକ୍ତାକାଶ କାରାଶ୍ରମରୁ କଏଦୀକୁ ମୁକ୍ତ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ଯାମୁଝରିସ୍ତିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ ମଙ୍ଗଳବାର ଦିନ ଜଣେ କଏଦୀକୁ ମୁକ୍ତ କରାଯାଇଛି।ମୁକ୍ତ ହୋଇଥିବା କଏଦୀ ହେଉଛନ୍ତି ଅନୀଲ ପ୍ରଧାନ।କନ୍ଧମାଳ ଜି.ଉଦୟଗିରି ଥାନା ଅଧୀନସ୍ଥ ଲିଙ୍ଗାଗୁଡା ଗ୍ରାମରେ ଅନୀଲଙ୍କ ଘର।ତାଙ୍କୁଏକ ହତ୍ୟା ମାମଲାରେ ୨୦୦୯ ମାର୍ଚ୍ଚ୯ତାରିଖରେ ଆଜୀବନ ସଜା ହୋଇଥିଲା।୨୦୧୮ ଫ୍ରେବୁଆରି୫ତାରିଖରେ ସେ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମକୁ ଆସିଥିଲେ।ଅନୀଲ ଯିବାପରେ ମୁକ୍ତାକାଶରେ କଏଦୀଙ୍କ ସଂଖ୍ୟା ହ୍ରାସ ପାଇ ୨୯ରେ ପହଞ୍ଚିଛି ବୋଲି ସୁପରିଟେଣ୍ଡଟ ସ୍ମିତା ମହାନ୍ତି ଓ ସହକାରୀ ଜେଲର ସ୍ବାଗତ ରଞ୍ଜନ ସାହୁ […]

ବେଆଇନ ଚୋରା ମୋରମ ଚାଲାଣ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ବେଆଇନ ଭାବେ ପାଇକେରା ପୁରରେ ଚୋରାମୋରମଚାଲାଣ କରୁଥିବା ବେଳେ ଚନ୍ଦକାଥାନା ପୋଲିସ ତିନିଟି ହାଇୱା ଗୋଟିଏ ଜେଶିବି ମେସିନ ଜବତକରିଛି।ଏହି ଘଟଣାରେ ଫେରାର ଥିବା ୩ଜଣ ଗାଡିଚାଳକକୁ ମଙ୍ଗଳବାର ଗିରଫକରି ୧୯୦/୨୭କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଇକେରାପୁରରେ ରହୁଥିବା ବେଗୁନିଆ ବାସୁଦେବପୁରର ସୁଦାମ ବେହେରା(୩୪)ନୟାଗଡ଼ ଖଣ୍ଡପଡ଼ାର ଜିତୁ ବରଦ(୩୨)ଓ ଅଜୟ ଗୁରୁ(୨୨) । ପ୍ରକାଶଯେ,ପ୍ରକାଶଯେ, ଗତ ମାସ ୮ତାରିଖ ସନ୍ଧ୍ୟାସମୟରେ ଚନ୍ଦକାଥାନା ପୋଲିସ ପେଟ୍ରୋଲିଂ କରୁଥିବା […]

ଡାକ୍ତର କରୁଣାକର ରାଉତଙ୍କୁ

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକଜିଲ୍ଲା ସଦରମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସରବିଭାଗର ବରିଷ୍ଠ ମେଡିକାଲ ଅଫିସରଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକେସ୍ ରୁଜ୍ଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। […]

କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ଵର,୨୨।୭(ଏସଏସନିଉଜ) ଆସନ୍ତା କାଲିଠାରୁ ଓଡ଼ିଶାରେ ପ୍ରବଳବର୍ଷା ସମ୍ଭାବନା ରହିଛି।ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।ଆଞ୍ଚଳିକ ପାଣିପାଗବିଭାଗ ପକ୍ଷରୁ ଏଥିନିମନ୍ତେ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।ମାଲକାନାଗିରି, କୋରାପୁଟ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ରେ ପ୍ରବଳ ବର୍ଷା ହେବାସହ ଗଜପତି,କନ୍ଧମାଳ, କେନ୍ଦୁଝର, ବାଲେଶ୍ୱର,ସୁନ୍ଦରଗଡ଼,ମୟୁରଭଞ୍ଜରେ ମଧ୍ୟ ବର୍ଷା ହେବାର ଆଶଙ୍କାରହିଛି।ବର୍ଷାସହ ବଜ୍ରପାତ ଓ ଘଣ୍ଟା ପ୍ରତି ୩୦କି.ମିବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପ୍ଲାଷ୍ଟିକରେ ପେଟ୍ରୋଲ ମନା !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହୋଇପାରିବ ନାହିଁ।ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ।ପେଟ୍ରୋଲପମ୍ପ୍‌ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ବାହାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ମିଳିଛି।ଆଜିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଥିବା କହିଛ୍ଚନ୍ତି ମନ୍ତ୍ରୀ।