Browsing category

ମହାନଗର

ନିଲାମ ହେବ ୨୨ ଖଣି !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି ବୋଲି ସୂଚନା ଦେଲେ ରାଜ୍ୟ ଖଣିମନ୍ତ୍ରୀ ବିଭୂତି ଜେନା।ଖଣି ନିଲାମନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ସାରିଛି।ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ।ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି।ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ।ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ।

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା

ଭଞ୍ଜନଗର,୨୧।୭(ଏସଏସନିଉଜ)ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଜଣେ ଶିଶୁ ସମେତ ଫସି ରହିଛନ୍ତି ୮ ଜଣ ଶ୍ରମିକ।ତାମିଲନାଡୁର ନୀଳାକୋଟଇରେ ଫସିଛନ୍ତି ଶ୍ରମିକ। ମିଳୁନି ଦରମା, କାମ ନକଲେ ମାଡ଼ ମାରୁଥିବା ଅଭିଯୋଗ।ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲେ ପରିବାର ଲୋକ।

ଗୁଣ୍ଡିଚାମନ୍ଦିର ଗୋଷ୍ଟିକେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ରଘୁନାଥପୁର ମାଉସୀମା ମନ୍ଦିର ପାଖରେ ଥିବା କୁବେର ଅପ୍ଟିକାଲ ଓ ୬ଲକ୍ଷ ଟଙ୍କା ବ୍ୟୟ ବାରଦରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ମିତଶ୍ରୀଶ୍ରୀ ଗୁଣ୍ଡିଚାମନ୍ଦିର ଗୋଷ୍ଟିକେନ୍ଦ୍ର କୁ ରବିବାର ରାତିରେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀବାଦି ନେତା ପ୍ରତାପ ଚନ୍ଦ୍ର ରାଉତ, ବିଜେଡିନେତା ସୁବାଷ ଚନ୍ଦ୍ର ପାତ୍ର,ସରମ୍ପଚ ଖୋଲଣା ମାଝି,ସମିତିସଭ୍ୟ ନିହାରକାନ୍ତ ପଢ଼ିହାରି,ନାରୀନେତ୍ରୀ ଝୁନାରାଉତ, କର୍ପୋରେଟର ମିହିର […]

ଆକ୍ସନ୍ ମୋଡ଼ରେ ପୋଲିସ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ପୀଡିତାଙ୍କ ପିଉସୀକୁ ଉଠାଇନେଲା ବଳଙ୍ଗା ପୋଲିସ । ପୂର୍ବରୁ ସାଙ୍ଗକୁ ବି ଥାନାରେ ହୋଇଥିଲା ଜେରା।ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି।ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ଗଲେ। ଦିଲ୍ଲୀ AIIMSରେ ପୀଡ଼ିତାଙ୍କର ହେବ ଅଧିକ ଚିକିତ୍ସା।

ପୁଣି ଓଡିଶାରେ ଚାଞ୍ଚଲ୍ୟ

ଭୁବନେଶ୍ୱର,୧୯।୭(ଏସଏସନିଉଜ)ନିମାପଡାରୁ ଆସିଲା ଜଘନ୍ୟ କାଣ୍ଡର ନଗ୍ନଚିତ୍ର ।ରାସ୍ତାରେ ଗଲାବେଳେ +2 ଦୁତୀୟବର୍ଷର ଛାତ୍ରୀକୁ ପେଟ୍ରୋଲଢାଳି ନିଆଁ ଲଗାଇ ମାରିବାକୁ ଉଦ୍ୟମ କରାଯାଇଛି।ନିଆଁ ଲଗାଇଥିବା୩ ଦୁବୃର୍ତ୍ତ ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ଖବର ପାଇ ବଳଙ୍ଗାଥାନା ପୋଲିସ ପହଂଚି ତନାଘନା ଆରମ୍ଭ କରିଛି। ଅନ୍ୟପଟେ ବହୁତ ଜଲଦି ଧାରା ହେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦେଶ ଦେଇଛନ୍ତି ପୁରୀ ଏସପି ।ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର […]

ନିଲମ୍ବନ ହେଲେ SI

ଭୁବନେଶ୍ବର,୧୮।୭(ଏସଏସନିଉଜ)ଭୁବନେଶ୍ବର ଖଣ୍ଡଗିରି ଥାନା SI ଦେବୀ ପ୍ରସାଦ ବେହୁରା ସସ୍‌ପେଣ୍ଡ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୋଲିସ କମିଶନର।NDPS ମାମଲାରେ ୬୦ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଆକ୍ସନ୍‌ ନିଆଯାଇଛି।ଗତ ଅପ୍ରେଲ ୧୧ ତାରିଖରେ ଶେଖ ଜାମସେଦ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରିଥିଲା। ଏହି ଏନ୍‌କାଉଣ୍ଟରରେ ଆହତ ହେଲା ପରେ କମିସନରେଟ୍‌ ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତର ଠାରୁ ବ୍ରାଉନସୁଗର ଜବତ କରିଥିଲା। ସ୍ପେଶାଲ କ୍ରାଇମ ୟୁନିଟ ଓ ଖଣ୍ଡଗିରିଥାନା ପୁଲିସର […]

ଚୋରି କରିବାକୁ ଆସି ମାଲିକଙ୍କୁ ହତ୍ୟା କଲେ

ଭୁବନେଶ୍ବର,୧୮ା୭(ଏସଏସନିଉଜ)ରାଜଧାନୀର ଭରତପୁରଥାନା ଅଧୀନ ତାରିଣୀବସ୍ତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ଆସିଥିଲେ ।ଘରେ ଚୋର ପଶିଥିବାର ଜାଣିବାକୁ ପାଇ ଘର ମାଲିକ ଚିତ୍କାର କରିଥିଲେ। ଧରା ପଡ଼ିଯିବା ଭୟରେ ଚୋରମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଆସିକା ଓ ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର,୧୭ା୭(ଏସଏସନିଉଜ)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି।ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛସହର ରୂପେ ମାନ୍ୟତାଲାଭ କରିଛନ୍ତି। ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ଏହାଛଡ଼ା […]

ଯୁବତୀଙ୍କ ଗାଧୋଇବା ବେଳର ଭିଡ଼ିଓ

ମେଣ୍ଢାଶାଳ,୧୬।୭(ଏସଏସନିଉଜ)ଜଣେ ଯୁବତୀ ଗାଧୋଇବା ବେଳର ଭିଡିଓ କରି ଭାଇରାଲ କରିବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି। ସିଏ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଣିଓରାରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର କାର୍ତ୍ତିକ ପ୍ରଧାନ ଓରଫ ନିର୍ମଳ(୩୦)। ପ୍ରକାଶଯେ, କାର୍ତ୍ତିକ ଚନ୍ଦକାଥାନା ଅଞ୍ଚଳର ପାଣିଓରା ଗ୍ରାମରେ ଭଉଣୀ ଘରେ ରହି ଏକ କମ୍ପାନୀରେ କାମ କରନ୍ତି। ଭଉଣୀ ଘର କଡ଼ରେ ରହୁଥିବା ଜଣେ ଯୁବତୀଙ୍କ ପ୍ରତି କିଛିଦିନ ହେବ କାର୍ତ୍ତିକଙ୍କ ମନରେ […]

ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ

ଭୁବନେଶ୍ୱର,୧୫।୭(ଏସଏସନିଉଜ)ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଥିଲା।ପୈତୃକ ଗାଁବାଲେଶ୍ବର ଭୋଗରାଇରେହୋଇଛି ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର।ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ ପରେ ଭୋଗରାଇ ନିଆଯାଇଥିଲା।ପରିବାରଙ୍କ ସହମତିରେ ଭୋଗରାଇକୁ ନିଆଯାଇଥିଲା ମୃତଦେହ। ଗାଁମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ।ଗାଁ ଝିଅକୁ ଅଶ୍ରୁଳବିଦାୟ ଦେଲେ ହଜାରହଜାର ଲୋକ।ସୌମ୍ୟାଶ୍ରୀଙ୍କୁ ହରାଇ କାନ୍ଦୁଛି ପୂରା ପଳାସିଆ। […]