Browsing category

ମହାନଗର

ଜମିଜାଲିଆତି କରି ବିକି

ଭୁବନେଶ୍ୱର,୯ା୭(ଏସଏସନିଉଜ)ଫରଜରିକରି ଜମି ବିକିବା ଓ ପରବର୍ତିସମୟରେ ଜଚ୍ଚାପଡିବାପରେ ଟଙ୍କା ଫେରସ୍ତ ନଦେବା ଓ ଧମକ ଦେବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ତିନିଜଣଙ୍କୁ ଗିରଫ କରି ବୁଧବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାରଙ୍ଗଥାନା ଅଧିନସ୍ଥ ଦାଢାପାଟଣାଗ୍ରାମର ଭାରତ ସାହୁ ଏବଂ ସୁଧାକର ସାହୁ କଟକ ନୁଆସାହିର ଦେବାଶିଷ ଦାସା ପ୍ରକାସଯେ,, ଗତ ୨୦୨୨ ମସିହାରେ, କଟକ ହସ୍ପିଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ଏମଡି ଡାକ୍ତର ମାୟା ଗନ୍ତାୟତ ନନ୍ଦନକାନନ ନିକଟରେ ଜମି କିଣିବାକୁ ଚାହୁଁଥିଲେ। ସେ ଜମ ଦଲାଲ […]

ପଣ୍ଡାକୁଦିଆ ଗୁଳି ଓ ବୋମାମାଡ ଘଟଣା

ମେଣ୍ଢାଶାଳ,୯ା୭(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀ ଜମି ଜବର ଦଖଲ ଓ ବୋମାମାଡ ସହ ଗୁଳିକାଣ୍ଡର ଚାରିମାସ ପରେ ବୁଧବାର ଚନ୍ଦକା ପୋଲିସ ବନ୍ଧୁକ ଯୋଗାଇ ଥିବା ବେପାରୀକୁ ଗିରଫ କରି କୋଟ ଚାଲାଣ କରିଛି । ପୋଲିସ ସୂଚନା ମୁତାବକ ଗତ ମାର୍ଚ୍ଚ ମାସ୯ ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣାବିକାକୁ ନେଇ ଦୁଇଗୋଷ୍ଠୀ ମୁଁହାମୁଁହି ହୋଇଥିଲେ । ଗୁଳିଚାଳନା ସହ ବୋମାମାଡ ବି ହୋଇଥିଲା । ଗୁଳିମାଡରେ ଭରତପୁର ଅଂଚଳର ସୋମନାଥସାହୁଙ୍କ ଜଙ୍ଘରେ ଗୁଳି […]

ବଦଳିଲା ସ୍କୁଲ ପରୀକ୍ଷା ନିୟମ

ଭୁବନେଶ୍ୱର,୯ା୭(ଏସଏସନିଉଜ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ ଆଉ ନାହିଁ ସବୁ ଶ୍ରେଣୀରେ ପାସ୍‌ ବ୍ୟବସ୍ଥାାପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ଆସିଛି ।ପରୀକ୍ଷାରେ ଫେଲ୍‌ ହେଲେ ୨ମାସରେ ପୁନଃ ପରୀକ୍ଷା ଦେବୋପୁଣି ଫେଲ୍‌ ହେଲେ ସେହି ଶ୍ରେଣୀରେ ରହିବୋପ୍ରାଥମିକ ଶିକ୍ଷା ନସରିବା ଯାଏ ସ୍କୁଲରୁ ବିଦା କରାଯିବନି ବୋଲି ସୁଚନା ଦିଆଯାଇଛି ।  

ଜଗନ୍ନାଥପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୯।୭(ଏସଏସନିଉଜ)ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ।ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ।୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ।BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ।

ଡିସଚାର୍ଜ ହେଲେ ନବୀନ

ଭୁବନେଶ୍ୱର,୭ା୭(ଏସଏସନିଉଜ) ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ଗତ ଜୁନ ମାସ ୨୦ ତାରିଖରେ ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ପାଇଁ ନବୀନ ମୁମ୍ବାଇ ଯାଇଥିଲେ । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୨ ତାରିଖରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଥିଲା। ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରସିଦ୍ଧ ସ୍ପାଇନ ସର୍ଜନ ରାଜଶେଖର ଓ ତାଙ୍କ ଟିମ୍ ୪ ଘଣ୍ଟା ଧରି ସଫଳ […]

ମନମୋହନ ହେବେ ରାଜ୍ୟ ବିଜେପି ସଭାପତି!

ଭୁବନେଶ୍ୱର,୭।୭(ଏସଏସନିଉଜ)ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବାର ଆଶା ସ୍ପଷ୍ଟ ହୋଇଯାଇଛି। ସେ ଏକ ମାତ୍ର ପ୍ରାର୍ଥୀ ଭାବେ ଦଳୀୟ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ସଂଜୟ ଜୟସ୍ବାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ବିଜେପି ସଭାପତି ଘୋଷଣା ହେବ।

ଜୁଲାଇ ୯ରୁ ଶ୍ରମିକଙ୍କ ଆନ୍ଦୋଳନ

ଭୁବନେଶ୍ୱର,୬।୭(ଏସଏସନିଉଜ)ଜୁଲାଇ ୯ରୁ ୧୭ଦଫା ଦାବି ନେଇରାସ୍ତାକୁ ଓହ୍ଲାଇବେ ଶ୍ରମିକ । ଏନେଇ ବଡ଼ ହରତାଳ କରାଯିବା ନେଇ ରାଜ୍ୟର ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ମୋଦି ଶାସନର ୧୧ବର୍ଷ ମଧ୍ୟରେ ଶ୍ରମଜୀବୀଙ୍କ ଦୁର୍ଦ୍ଦଶା ବଢ଼ିଛି ବୋଲିସଙ୍ଗଠନଗୁଡିକ ଅଭିଯୋଗ ଆଣିଛନ୍ତି।ତେବେ ଏହି ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଦେଇଛି ।

ତାଲିମ ନେଲେ ଆଉ ସ୍ୱାସ୍ଥ୍ୟ ପରୀକ୍ଷା କଲେ

ମେଣ୍ଢାଶାଳ,୩।୭(ଏସଏସନିଉଜ) ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ସାମ୍ପ୍ରତିକ ସମୟରେ ହୃଦଘାତର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବାର ଲକ୍ଷ୍ୟନେଇ ଯୁବ ରେଡକ୍ରସ ୟୁନିଟ, ରେଡରିବନ କ୍ଲବ ଏବଂ ଏନଏସଏସ ୟୁନିଟ ଆନୁକୂଲ୍ୟରେ ଏମ୍ସଆରସି, ଏମଏଫଏମ ଓ ମେଣ୍ଢାଶାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତାରେ ଚନ୍ଦକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକ ଦିନିକିଆ ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଅଛି ।ଯୁବରେଡକ୍ରସ ଓ ରେଡରିବନ କ୍ଲବର ସଂଯୋଜକ ସୁରେଶ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ […]

ଡିସିପି ଅଫିସରେ ଆତ୍ମସମର୍ପଣ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୩।୭(ଏସଏସନିଉଜ)ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ଆସିଛି।ସୋମବାର ଦିନ ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି। ଏହି ଘଟଣାକୁ ନେଇ ଓଏଏସ୍‌ ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି। ବିଜେପିର ବରିଷ୍ଠନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଯାହାଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ବିଏମ୍‌ସି ଅତିରିକ୍ତ […]

ହୀରାକୁଦ ପାଇଁ ବିପଦ ନାହିଁଁ

ଭୁବନେଶ୍ୱର,୩।୭(ଏସଏସନିଉଜ)ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଲେ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି।ଝାଡ଼ଖଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ।ତେଣୁହୀରାକୁଦ ପାଇଁ ବିପଦ ନାହିଁ। ବୈତରଣୀର ଉପରମୁଣ୍ଡରେ ବର୍ଷା ହେବ।ଅସମୟରେ ବର୍ଷା କାରଣରୁ ଗାଁଭିତରୁ ପାଣି ଛାଡ଼ୁନି।ଝାଡ଼ଖଣ୍ଡ ଚାନ୍ଦିଲିର ୬ଟିଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।ଘାଇ କେଉଁଠି ବି ହୋଇନି, ବର୍ଷାର ପରିମାଣ ସବୁଠି ଅଧିକ ରହୁନି।ମହାନଦୀରେ ୬୦ ମି.ମି, ବ୍ରାହ୍ମଣୀରେ ୩୦ […]