Browsing category

ମହାନଗର

ଝିଅ ସହ ପ୍ରେମ କରି ନେଇଗଲେ ସୁନା ଅଳଙ୍କାର

ବାଲିଅନ୍ତା,୪।୬(ଏସଏସନିଉଜ)ଅଭିଯୋଗକାରୀ ବିକ୍ରମପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ବାଲିଅନ୍ତାଥାନା ପୁଲିସ ୨୪୨/୨୫ କେସ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସେମାନେ ହେଲେ ନିରାକାରପୁରର ପବିତ୍ର ବାରିକ(୨୪)ଓରଫ ରାଜା, ବେଗୁନିଆର ଅଭି ଓରଫ ଅଭିଷେକ ପଟ୍ଟନାୟକ(୨୪) ।ପୋଲିସ ସେମାନଙ୍କଠାରୁ ସୁନାଚେନ, ବ୍ରେସଲେଟ,ନଗଦ ୧୫ହଜାର ଟଙ୍କା ଜବତ କରିଛି। ସୂଚନାଯୋଗ୍ୟଯେ, ପବିତ୍ର ବାରିକ ଓରଫ ରାଜା ନାମକ ଜଣେ ଅଭିଯୁକ୍ତ ଗତବର୍ଷେ ତଳେ ବିକ୍ରମପାତ୍ରଙ୍କ ଘରେ […]

ମୋରମ ଚୋରିବେଳେ ଧରିଲା ପୋଲିସ

ବାରଙ୍ଗ, ୩।୬(ଏସଏସନିଉଜ) ବାରଙ୍ଗର ବିଭିନ୍ନ ଅଂଚଳରୁ ପ୍ରତ୍ୟେକଦିନ ଶହଶହ ସଂଖ୍ୟାରେ ଲଘୁଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି।ଖଣିବିଭାଗର ଚଢାଉ କରାଯାଉନଥିବାରୁ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି। ସୋମବାର ରାତିରେ ଗୋଡିସାହି ଫାଣ୍ଡି ପୋଲିସ ବେଆଇନ ଭାବେ ମୋରମଚୋରା ଚାଲାଣ ହେଉଥିବା ୩ଟି ମୋରମ ବୋଝେଇ ହାଇୱା, ଗୋଟିଏ ମେସିନକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି। ପ୍ରକାଶଯେ,ରାମଦାସପୁର ରାଜସ୍ଵ କାର୍ଯ୍ୟାଳୟ ନିକଟସ୍ଥ ଇଡକୋ ଶିଳ୍ପାନୁଷ୍ଠାନ ଭିତରେ ଏକ ଘରୋଇକମ୍ପାନୀ ପରିସରରୁ ବେଆଇନଭାବେ ଖୋଲାଯାଇ ମୋରମ […]

ଗୋରୁବୋଝେଇ ଗାଡ଼ିଛାଡ଼ି ଫେରାର

ବାରଙ୍ଗ, ୩।୬(ଏସଏସନିଉଜ) ମୁଣ୍ଡଳୀ ବ୍ୟାରେଜ ଛକରୁ ମଙ୍ଗଳବାର ସକାଳୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଗୋଡ଼ିସାହି ଫାଣ୍ଡି ପୁଲିସ ଜବତ କରିଛି। ସୂଚନାଯୋଗ୍ୟଯେ, ଆଠଗଡ଼ରୁ ଓଡି ୦୫ଏପି ୫୮୧୨ ନମ୍ୱର ଏକ ଗୋରୁବୋଝେଇ ପିକ୍‌ଅପଭ୍ୟାନଟି ମୁଣ୍ଡଳୀ ବ୍ୟାରେଜ ଦେଇ କଟକଆଡେ ଯାଉଥିଲା। ଏ ସଂକ୍ରାନ୍ତରେ ଖବରପାଇ ଗୋଡିସାହି ଫାଣ୍ଡିଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ରାସ୍ତାରେ ଜଗି ରହିଥିଲେ।ପୋଲିସ ଗାଡ଼ିଟିକୁ ରୋକିବାପାଇଁ ଚେଷ୍ଟା କରିବା ବେଳେ ପୋଲିସକୁଦେଖି କିଛି ଦୁରରୁ ଗାଡ଼ିଛାଡି ଚାଲକ ଓ ତାର ସହଯୋଗୀମାନେ ଫେରାର […]

୨୦୫ କୋଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ଜୁନ(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲ୍ଲାପାଇଁ ଆଜି ୩୦୦ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନାଥାଉକି, ଏହି ପ୍ରକଳ୍ପଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ଟି ଶିକ୍ଷା ଭିତ୍ତିଭୂମି ଉନ୍ନତି କରଣପ୍ରକଳ୍ପ ରହିଛି।ଏହି […]

ବିକଶିତ କୃଷି ସଂକଳ୍ପ ଅଭିଯାନ ପାଇ ତାଲିମନେଲେ କୃଷକ

ମେଣ୍ଢାଶାଳ,୨।୬(ଏସଏସନିଉଜ)ସୋମବାର ଦିବା ୧୧ଘଟିକା ସମୟ ରେ ମେଣ୍ଢାଶାଳ ପଞ୍ଚାୟତ କାର୍ଯ୍ୟଳୟ ଆଗରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଏକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି।ଗ୍ରାମାଞ୍ଚଳରେ କୃଷକମାନେ କିଭଳି ନୂତନ ପ୍ରଯୁକ୍ତି ଵିଦ୍ୟା ଓ ସରକାରୀ ଯୋଜନାର ଲାଭ ପାଇପାରି ସସକ୍ତ ହୋଇପାରିବେ ସେଥିପାଇଁ ବୁଝାଯିବା ସହ ତାଲିମ ଦିଆଯାଇଥିଲା।ଏହି ତାଲିମ ଶିବିରରେ ଭାରତୀୟ କୃଷି ଗବେଷଣା ସିଫାର ନିର୍ଦେଶକ ଡ.ପିକେ ସାହୁ, ସିଫାର ସିଏଓ ଏଚ. ଏଲ. ମିନା, ଡ.ହରପ୍ରିୟା ନାୟକ,ପ୍ରଫେସର କେସି ଦାସ, ଡ.ରେଖା ଦାସ,ସୁକାନ୍ତି […]

ପୁଣି ଡ୍ରୋନ୍ ଉଡ଼ିବା ଚର୍ଚ୍ଚା

ବାରଙ୍ଗ,୨।୬(ଏସଏସନିଉଜ) ଗତ ୨୭ ତାରିଖ ବିଳମ୍ବିତ ରାତିରେ ବାରଙ୍ଗର ବିଭିନ୍ନ ଅଞ୍ଚଳରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା ଉପରୁ ପୋଲିସ ପରଦା ଉଠାଇନଥିବ ବେଳେ ପୁଣି ଡ୍ରୋନ୍ ଉଡ଼ିବା ଖବର ମିଳିଛି।ସୋମବାର ରାତି ୮ଟା ପାଖାପାଖି ରତାଗଡ ନୂଆସାହି ଗାଁ ପାଖରେ ୨ଟି ଡ୍ରୋନ୍ ଉଡୁଥିବାର ପୋଲିସ ପାଖରେ ଖବର ଆସି ପହଞ୍ଚିଥିଲା।ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ପଚରାଉଚରା କରିଥିଲେ। ୨ଟି ଡ୍ରୋନ୍ […]

ରଥଯାତ୍ରା ସୁପରିଚାଳନା ପାଇଁ ବୈଠକ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା ଜୁନ ମାସ ୨୭ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ […]

ଗୁଳି ଓ ବୋମାମାଡ କରି ଫେରାର ଥିଲେ

ମେଣ୍ଢାଶାଳ,୧/୬(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଫେରାର ଥିବା ଜଣେ ଯୁବକକୁ ଚନ୍ଦକାପୋଲିସ ଶନିବାର ରାତିରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଭରତପୁରର ସହଦେବ ବାରିକ ଓରଫ ନାଗା।ପୋଲିସ ତାଠାରୁ ଏକ ବାଇକ୍, ମୋବାଇଲ୍ ଫୋନ ଓ ବନ୍ଧୁକ ଜବତକରିଛି। ସୂଚନା ମୁତାବକ ଗତ ମାର୍ଚ୍ଚମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣାବିକାକୁ ନେଇ ଦୁଇଗୋଷ୍ଠୀମଳିପଡା ସାମ୍ପୁରର ସଂଘର୍ଷବିହାର ଛକରେ […]

ରୂପା ଛୁଆର ଚାଲିଗଲା ଜୀବନ

ଭୁବନେଶ୍ୱର, ୧।୬(ଏସଏସନିଉଜ) ମେଲାନିଷ୍ଟିକ୍ ବାଘ କୃଷ୍ଣା ଏବଂ ଧଳାବାଘୁଣୀ ରୂପାର ମିଲଣରୁ ଜନ୍ମ ଗ୍ରହଣ କରିଥିବା ୩ଛୁଆଙ୍କ ମଧ୍ୟରୁ ଏକ ଧଳାବାଘ ଛୁଆର ମୃତ୍ୟୁ ହୋଇଛି। ମା ଛୁଆମାନଙ୍କର ଯତ୍ନ ନେଉଥିବାରୁ ଜନ୍ମିତ ୧ ଧଳାରଙ୍ଗର ଏବଂ ୨ସାଧାରଣ ରଙ୍ଗର ଛୁଆକୁ ମାପାଖରେ ରଖାଯାଇଥିଲା। ମୃତ ବାଘ ଛୁଆଟି ମାର୍ଚ୍ଚ ୨୦୨୫ରେ ପଙ୍ଗୁ ହେବାର ଲକ୍ଷଣ ଦେଖାଇଥିଲା ଏବଂ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଏବଂ ପୁଷ୍ଟିକର ପରିପୂରକ ସମେତ ନିୟମିତ ପଶୁଚିକିତ୍ସକ ମାନେ ତାର ଚିକିତ୍ସା ଚଳାଇଥିଲେ।ଏହାସହ […]

ଅତ୍ୟାଧୁନିକ ସ୍ୱୟଂସମ୍ପୂର୍ଣ୍ଣ ଷ୍ଟୁଡ଼ିଓରେ ପରିଣତ ହେବ କଳିଙ୍ଗ ଷ୍ଟୁଡ଼ିଓ

ଭୁବନେଶ୍ୱର,୧ା୬(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ […]