Browsing category

ମହାନଗର

ମୁକ୍ତାକାଶ କାରାଶ୍ରମରେ ନୂଆ ଅଧିକ୍ଷକ

ମେଣ୍ଢାଶାଳ,୩୧।୫(ଏସଏସନିଉଜ) ଜାମୁଝରି ସ୍ତିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ଦୀର୍ଘଦିନ ଧରି ଅଧିକ୍ଷକ ଦାୟିତ୍ଵରେ ଥିବା ସମୀର ରଞ୍ଜନ ସାହୁଙ୍କର ସୁନ୍ଦରଗଡ ସ୍ଥିତ ଭୋଇପାଲ ମଡେଲ କନଭିକ୍ଟ ଜେଲକୁ ଗତ ସପ୍ତାହରେ ବଦଳି ହୋଇଛି।ତାଙ୍କ ବଦଳି ପରେ ଜେଲର ଦାୟିତ୍ଵରେ ଥିବା ଅମିୟ କୁମାର ବେହେରା ଅଧିକ୍ଷକ ଦାୟିତ୍ଵରେ ରହିଛନ୍ତି। ଏହାକୁ ନେଇ କାରାଶ୍ରମରେ ଥିବା ଅନ୍ତେବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ଥାଉକି,୨୦୦୬ ମସିହାରୁ ସମୀର ରଞ୍ଜନ ସାହୁ ସହକାରୀ ଜେଲର ରୂପେ ଏହି […]

ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ

କଟକ,୩୦।୫(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ ।ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖିଆଗରେ ରଖି ରାଜ୍ୟ ପରିବହନପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟବୈଠକ ଅନୁଷ୍ଠିତ ହୋଇଛି ।ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ ଏବଂ ବସ୍ ମାଲିକସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏତେ ସଂଖ୍ୟକ ଶ୍ରଦ୍ଧାଳୁ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ସେ ବିଷୟରେ ବିଭିନ୍ନଦିଗ ଉପରେ […]

ଘରେ ପଶି ଚୋରି, ମାଡ଼ିବସିଲେ ପରିବାର ଲୋକ

ମେଣ୍ଢାଶାଳ,୨୯/୫(ଏସଏସନିୟୁଜ) ବିନ୍ଧଗିରିଗ୍ରାମରେ ବୁଧବାର ରାତିରେ ଶୋଇଥିବା ବେଳେ ଜଣଙ୍କ ଘରେ ପଶି ଆଲମିରାରୁ ଟଙ୍କା ଚୋରି କରୁଥିବାବେଳେ ଘର ଲୋକ ଚୋରକୁ ମାଡିବସି ପୋଲିସକୁ ଜିମା ଦେଇଥିଲେ।ଏହି ଘଟଣାରେ ପୋଲିସ ଚୋରକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ ବୁଧବାର ରାତିରେ ବିନ୍ଧଗିରି ଗ୍ରାମରମଣ୍ଟୁ ଦେହୁରୀ (୪୫) ନିଜ ଘରେ ପରିବାର ସହ ସୋଇଥିଲା।ଏହି ସମୟରେ ବେଳେ ଭୁବନ ଢେଙ୍କାନାଳର ଶିବୁ ଦେହୁରୀ (୨୪) ନାମକ ଯୁବକ ମଣ୍ଟୁଙ୍କ ଘରେ ଚୋରି […]

ସାକ୍ଷୀଗୋପାଳଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ଭାରତ ସରକାରଙ୍କ କୃଷି ଏବଂ କୃଷକକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରଠାରେ ବିକଶିତ କୃଷିସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ ମା କେ ନାମ” ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍‌ଘାଟନ କରିଥିଲେ । ସୂଚନାଯୋଗ୍ୟଯେ, ଆଗାମୀ ୧୫ ଦିନଧରି ଚାଲୁ […]

ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍‌

ଭୁବନେଶ୍ୱର,୨୯।୫(ଏସଏସ ନିୟୁଜ)ଖଣ୍ଡଗିରି ଛକରେ ପୁଣି ଜଣଙ୍କ ଜୀବନ ନେଇଛି ଆମବସ। ମୃତକ ହେଉଛନ୍ତି ଗଞ୍ଜାମ ବୁଗୁଡ଼ାର ତ୍ରିନାଥ ବାରିକ(୫୫)।ଦୁର୍ଘଟଣା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିବା ସହ ଆମ ବସ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ନାରାବାଜି କରିଥିଲେ।ଏତିକିରେ ଉତ୍ୟକ୍ତ ଲୋକଙ୍କ ରାଗ ଥମି ନଥିଲା। ସେମାନେ ୮ଟି ଆମବସ୍‌କୁ ବାଡ଼େଇ ଭ‌ାଙ୍ଗି ପକାଇଥିଲେ। ପ୍ରାୟ ଏକ ଘଣ୍ଟାକାଳ ଉତ୍ତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ ଚାଲିଥିବା […]

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ସରକାରୀ ଚାକିରି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ ନିମନ୍ତେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ସରକାରୀ ଚାକିରି ପାଇଁ ବୟସ ସୀମାକୁ ବୃଦ୍ଧି କରାଯାଇଛି । ଏହାର ବୟସ ସୀମାକୁ ୩୨ରୁ ୪୨କୁ ବୃଦ୍ଧି କରାଯାଇଛି।କ୍ୟାବିନେଟ ବୈଠକ୍ ପରେ ମୁଖ୍ୟ ଶାସନସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

ରାତିଅଧରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା

ବାରଙ୍ଗ,୨୮।୫(ଏସଏସନିଉଜ)ମଙ୍ଗଳବାର ବିଳମ୍ବିତ ରାତିରେ ବାରଙ୍ଗର ବିଭିନ୍ନ ଅଞ୍ଚଳରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା ଉପରେ ବୁଧବାର ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ବିଭିନ୍ନ ସ୍ଥାନକୁ ଯାଇ ଖୋଜଖବର ନେଇଥିଲେ ମଧ୍ୟ କୌଣସି ତଥ୍ୟ ପାଇପାରିନ ଥିବାର ଜଣାପଡିଛି।ତେବେ କିଏ ଓ କାହିଁକି ଏତେ ଡ୍ରୋନ୍ ଉଡାଉଥିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ,ମଙ୍ଗଳବାର ରାତିରୁ ବିଳମ୍ବିତରାତି ପର୍ଯ୍ୟନ୍ତ ବାରଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମରେ ଡ୍ରୋନ୍ ଉଡୁଥିଲା ।ଏହି ଘଟଣା ସାଧାରଣ ଲୋକଙ୍କ ନଜରକୁ […]

୨/୩ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୭।୫(ଏସଏସନିୟୁଜ)ମୌସୁମି ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ ହୋଇଛି। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛିଲଘୁଚାପ ।ଦୁଇତିନିଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ।୨୪ ତାରିଖରେ କେରଳ ଛୁଇଁଛି ମୌସୁମି।ରାଜ୍ୟରେ ଜାରି ରହିଛି ପ୍ରାକ ମୌସୁମିବର୍ଷା।ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ହୋଇଛି ଲଘୁଚାପ।ଉତ୍ତରଦିଗକୁ ଗତି କରିବ ସୃଷ୍ଟି ହୋଇଥିବା ଲଘୁଚାପ।୪୮ ଘଣ୍ଟାରେ ଆହୁରି ଘନିଭୂତ ହେବା ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ଆକଳନ କରିଛି।

କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୨୪।୫(ଏସଏସନିୟୁଜ)ପାଣିପାଗକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ଖବର । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ମଧ୍ୟକୁ ଅଗ୍ରସର ହୋଇଛି lନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳ ଛୁଇଛି ମୌସୁମୀବାୟୁ।ସାଧାରଣତଃ ମୌସୁମୀ ଜୁନପହିଲା ୧ ତାରିଖରେ କେରଳରେ ପ୍ରବେଶ କରିଥାଏ।ଆକଳନର ୮ଦିନ ଆଗରୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ।ମୌସୁମୀ ଛୁଇଁବା ପୂର୍ବରୁ କେରଳରେ ପାଗ ବଦଳିବା ସହ ଦୁଇଦିନ ହେବ କେରଳର ବିଭିନ୍ନସ୍ଥାନରେ ବର୍ଷା ଜାରି ରହିଛି ।ଯାହାଫଳରେ ବିଭିନ୍ନସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଥିବାର […]

ଜୟଦେବବିହାରରୁ ନନ୍ଦନକାନନ ଏଲିଭେଟେଡ୍ କରିଡର

ଭୁବନେଶ୍ୱର,୨୩।୫(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନସିଟିରେ କାର୍ୟ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan)ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜୟଦେବ ବିହାରରୁ ନନ୍ଦନକାନନପର୍ୟ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗମୌଜା ପର୍ୟ୍ୟନ୍ତ ଦୟାୱେଷ୍ଟ କେନାଲରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, କଳ୍ପନାଛକ, ମ୍ୟୁଜିଅମ ଓ ଶିଶୁଭବନଛକରେ ୩ଟି […]