Browsing category

ମହାନଗର

ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ

ପୁରୀ,୩।୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଗଜପତି ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି।ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି।ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇଦିନ ଭିତରେ ଶେଷ ହେବ।ଷ୍ଟୋନ୍‌ ଏଲିମେଣ୍ଟ ବଦଳା ସରିଛି, ମରାମତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।ନୂଆ ଷ୍ଟେନଲେସ୍‌ ଷ୍ଟିଲଗେଟ୍‌ ଓ ବର୍ମାଟିକ୍‌ ଗେଟ୍‌ ଲାଗିବ, ରୁପାଛାଉଣି ହେବ। ବାହାର ରତ୍ନଭଣ୍ଡାର ବାହାରପାର୍ଶ୍ବ ମଧ୍ୟ ସଂରକ୍ଷଣ କରାଯାଇଛି।ଗଜପତି ମହାରାଜା ମରାମତିରେ ସନ୍ତୋଷ ପ୍ରକଟ କରିଛନ୍ତି […]

ଆରମ୍ଭ ହେଲା ଅମରନାଥ ଯାତ୍ରା

ଭୁବନେଶ୍ବର,୩।୭(ଏସଏସନିଉଜ)ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥଯାତ୍ରା। ଜମ୍ମୁର ବେସ୍ କ୍ୟାମ୍ପରେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ଭୋରରେ ପତାକା ଦେଖାଇ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ହଜାର ୮୦୦ରୁ ଅଧିକ ଶ୍ରଦ୍ଧାଳୁ ଯାଇଛନ୍ତି । ଆସନ୍ତା ଅଗଷ୍ଟ ୯ତାରିଖରେ ଶେଷ ହେବ ଏହି ୩୮ଦିନିଆ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ୬୦୦ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକବାହିନୀ ମୁତୟନ କରାଯାଇଛି। ଏହି ସମୟରେ ଜମ୍ମୁ ଏବଂ କାଶ୍ମୀର […]

ପାଣି ଘେରରେ ବହୁ ପରିବାର

ବାରଙ୍ଗ,୨।୭ (ଏସଏସନିଉଜ) ରାଜ୍ୟରେ ଜାରି ରହିଥିବା ଲଘୁଚାପ ଜନିତବର୍ଷା ଯୋଗୁ ଅନେକ ଗ୍ରାମମୁଣ୍ଡ ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଚାଷଜମି ଆଦି ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଛି।ଯାହାଫଳରେ କେତେକ ଜାଗାରେ ଲୋକମାନେ ଘରୁ ବାହାରିବାକୁ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି।ରାସ୍ତା ଉପରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇ କେତେକଜାଗା ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ଏଭଳି ଦୃଶ୍ୟ ବାରଙ୍ଗବ୍ଲକର ଦାଢାପାଟଣା, କୁହ୍ନେଇଁପଡ଼ା, ଶ୍ରୀବନ୍ତପୁର, ମଧୁପୁର ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକରେ ଦେଖିବାକୁ ମିଳୁଛି।ବିଶେଷ କରିତ୍ରିଶୂଳିଆ,ଫୁଲପୋଖରୀ, […]

ବିଜେପିପାର୍ଟି କାର୍ୟ୍ୟାଳୟରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨ା୭(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ୟ୍ୟାଳୟରେ ଭେଟି ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଏହି ଘଟଣାକୁ ଦୁଖଦାୟକ ଓ ନିନ୍ଦନୀୟ ଓ ମୁଁ ଏହାକୁ କଡ଼ା ଶଦ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିାସେ କହିଛନ୍ତି ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ […]

ପ୍ରଫେସର ରମାକାନ୍ତ ରାଉତଙ୍କୁ ବୈଦ୍ୟସେବା ସମ୍ମାନ

କଟକ,୧ା୭(ଏସଏସନିଉଜ)ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତେଜ ପ୍ରସାଦଙ୍କ ସଭାପତିତ୍ବରେ ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଦିବସ ପାଳନ କରାଯାଇଛି ।ଏହି ଉତ୍ସବରେ ଭାରତସରକାରଙ୍କ ତରଫରୁ ବରିଷ୍ଠ ଆୟୁର୍ବେଦଚିକିତ୍ସକ ଭାବେ ପ୍ରଫେସର ବିଧୂଭୂଷଣ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ସମାଜରେ ସୁସ୍ଥଭାବେ ବଞ୍ଚିବାପାଇଁ ବହୁ ମୌଳିକପରାମର୍ଶ ପ୍ରଦାନ କରିଥିଲେ ଏବଂ ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ତରଫରୁ “ସୁଦକ୍ଷ ଚିକିତ୍ସକ” ଭାବେ କୁଳପତିଙ୍କଦ୍ୱାରା ସମ୍ମାନୀତ କରାଯାଇଥିଲା ।ଉତ୍ସବରେ କୁଳପତି ପ୍ରଫେସର ରମାକାନ୍ତ ରାଉତଙ୍କୁ “ବୈଦ୍ୟ […]

ନନ୍ଦିଘୋଷରଥ ଭଙ୍ଗିବେ ଅଭିମାନୀ ମାଲକ୍ଷ୍ମୀ

ପୁରୀ,୧।୭(ଏସଏସନିଉଜ)ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡିଦେଇ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଭାଇଭଉଣୀଙ୍କୁ ଧରି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଆସିଛନ୍ତି । ଏଥିରେ ଅଭିମାନକରି ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ରାଗରେ ନନ୍ଦିଘୋଷରଥ ଭାଙ୍ଗିବେ ମାଲକ୍ଷ୍ମୀ।ଏଠାରେମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ ।ପରେ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ବିଜେହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ । ଏହାପରେ ନାକଚଣାଦ୍ୱାର ଦେଇ ମହାଲକ୍ଷ୍ମୀ ହେରାଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପମଣ୍ଡପରେ ଲକ୍ଷ୍ମୀନାରାୟଣ ବନ୍ଦାପନା କାର୍ଯ୍ୟ […]

ଜନ୍ମଦେଲା ଆନାକୋଣ୍ଡା

ବାରଙ୍ଗ,୨୯।୬(ଏସଏସନିଉଜ) ନନ୍ଦନକାନନ ପାଇଁ ଖୁସି ଖବର।ସରୀସୃପ ଉଦ୍ୟାନରେ ଥିବା ହଳଦିଆ ଆନାକୋଣ୍ଡା ଛୁଆ ଦେଇଛି।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ୭ଟିହଳଦିଆ ଆନାକୋଣ୍ଡାଙ୍କ ଜନ୍ମଗ୍ରହଣ କରିଛନ୍ତି।୨୨ଅକ୍ଟୋବର ୨୦୧୯ରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ହଳଦିଆ ଆନାକୋଣ୍ଡାଙ୍କୁ ଅଣାଯାଇଥିଲା।ଜୁଲାଇ ୨୦୨୨ରେ ଏମାନଙ୍କର ଶେଷ ପ୍ରଜନନ ରହିଥିଲା।୬ଜୁଲାଇ୨୦୨୨ରେ ଗୋଟିଏ ଅଣ୍ଡା ଏବଂ ୮ଜୁଲାଇ ୨୦୨୨ରେ ଆଉ ଆଠଟିଛୁଆ ଜନ୍ମ ହୋଇଥିଲା।ଏହି ନୁଆଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।ସେଥିମଧ୍ୟରୁ ଦୁଇଟି ବୟସ୍କ ପୁରୁଷ, ଦୁଇଟି […]

ଅନୁବାଦରେ ଭାରତୀୟ ସାହିତ୍ୟ ଆଲୋଚନାଚକ୍ର

ବାରଙ୍ଗ ୨୯।୬(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ଓ ସାହିତ୍ୟ ଏକାଡେମୀର ଯୁଗ୍ମ ପ୍ରୟାସରେ କୁଞ୍ଜବିହାରୀ ମହିବିଦ୍ୟାଳୟଠାରେ ଅନୁବାଦରେ ଭାରତୀୟ ସାହିତ୍ୟ ଶୀର୍ଷକ ଏକ ଆଲୋଚନାଚକ୍ର ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଦୁଇଟି ପର୍ଯ୍ୟାୟରେ ଅନୁଷ୍ଟିତ ଏହି ଦିନିକିଆ ଆଲୋଚନାଚକ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଲିପିପୁଷ୍ପା ନାୟକ ଅଧ୍ୟକ୍ଷତା କରିଥିଲେ।ଏହି ପର୍ଯ୍ୟାୟରେ ବିଶିଷ୍ଟ ସାହିତ୍ୟିକ ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡକ୍ଟର ହୃଷୀକେଶ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏକାଡେମୀର ପ୍ରୋଗ୍ରାମ୍ ଅଫିସର ଅଭିଷେକରଥ ସ୍ବାଗତଭାଷଣ ଦେଇଥିଲାବେଳେ […]

ଟ୍ରାକ୍ଟର ନେଲା ଜୀବନ

ବାରଙ୍ଗ, ୨୯।୬(ଏସଏସନିଉଜ) ବେଲଗଛିଆ ଗ୍ରାମ ନିକଟରେ ଦୃତଗତିରେ ଆସୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ପ୍ରକାଶଯେ, ରବିବାର ଅପରାହ୍ନରେ ବେଲଗଛିଆ ଗ୍ରାମର ସୁମନ୍ତ ରାଉତ ନାମକ ଯୁବକ ଟ୍ରାକ୍ଟର ନେଇ ଘରକୁ ଫେରିବା ସମୟରେ ଗ୍ରାମ ନିକଟରେ କୁଆଖାଇ ନଦୀବନ୍ଧ ରାସ୍ତାରେ ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀବନ୍ଧ କଡକୁ ଓଲଟି ପଡ଼ିଥିଲା।ଯାହାଫଳରେ ସୁମନ୍ତକୁ ଘଟଣାସ୍ଥଳରୁ ଗୁରୁତର ଆହତ […]

ରାଜ୍ୟ ଶିଶୁବାଟିକା

ଭୁବନେଶ୍ୱର,୨୯।୬(ଏସଏସନିଉଜ)ଶିଶୁ ସେବିକା ନିୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ନେଇଛନ୍ତି।ପିଲାଙ୍କ ଯତ୍ନନେବା ସହ ସହାୟତା କରିବେ ଶିଶୁ ସେବିକା।ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ୍‌ ଯିବାରେ ସହଯୋଗ କରିବେ।ପିଲା କାନ୍ଦିଲେ କିମ୍ବା ଅଝଟ ହେଲେ ସେମାନଙ୍କୁ ବୁଝାଇବେ।ପିଲାଙ୍କୁ ବହି, ଖେଳଣା ଆଦି ବିଭିନ୍ନ ସହାୟକ ଜିନିଷ ଯୋଗାଇବେ।ପିଲା କୌଣସି କାରଣରୁ ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ।ପ୍ରତ୍ୟେକ ଦିନ ପିଲାଙ୍କ ଦିନ କେମିତି କଟିଲା ନୋଟ୍‌ ପ୍ରସ୍ତୁତ କରିବେ।ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ ଶିଶୁ ସେବିକା।ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷାକାର୍ଯ୍ୟ […]