Browsing category

ମହାନଗର

୨୬ରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି

ଭୁବନେଶ୍ୱର,୨୩।୫(ଏସଏସନିୟୁଜ)ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଏସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ସେ ଅନୁମୋଦନ ଦେଇଛନ୍ତି ।ଯାହାଫଳରେ ୨୭ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବାନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଚଳିତବର୍ଷ ସାବିତ୍ରୀଅମାବାସ୍ୟା ପାଇଁ ସରକାରୀ ଛୁଟି ମେ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା।ତେବେ ପୁରୀ ମୁକ୍ତି ମଣ୍ଡପ ସହ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ […]

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି

ଭୁବନେଶ୍ୱର,୨୩।୫(ଏସଏସନିଯୁଜ୍)ଶ୍ରୀମନ୍ଦିରର ସୁରକ୍ଷା ଲାଗି ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପୁଲିସ ବିଭାଗ ସହ ଆଲୋଚନା କରିଛନ୍ତି।ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ।ଆବଶ୍ୟକ ପଡ଼ିଲେ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ବ୍ୟୟ ବରାଦ କରିବ।ଏ ନେଇ ବିଚାର ଚାଲିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକସହାୟତା […]

ଓଡ଼ିଶାକୁ ଫେରିଲା କରୋନା

ଭୁବନେଶ୍ୱର,୨୨ା୫(ଏସଏସନିଉଜ) ତିନି ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱରରେ କରୋନାର ପ୍ରଥମ ମାମଲା ଚିହ୍ନଟ ହୋଇଛି ।ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀରୁ ଫେରି ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତିାକୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ପରୀକ୍ଷା କରିଥିଲେ ।ପରୀକ୍ଷାପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚୀନ୍ ଏବଂ ସିଙ୍ଗାପୁରରେ କୋଭିଡ୍-୧୯ ବ୍ୟାପିଥିବା ବେଳେ, ଏବେ ଭାରତରେ ଏହି ସଂକ୍ରମଣ ପହଞ୍ଚିଛି।

ମୋଦୀଙ୍କ ରଣହୁଙ୍କାର

ଭୁବନେଶ୍ୱର,୨୨ା୫(ଏସଏସନିଉଜ) ରାଜସ୍ଥାନରେ ପାକିସ୍ତାନକୁ ପୁଣି ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀା ପହଲଗାମ୍ ଆତଙ୍କୀ ହମଲାକୁ ଆଜି ମାସେ ପୂରିଥିବା ବେଳେ ଆତଙ୍କୀଙ୍କ ଉପରେ ନିଆଯାଇଥିବା ପ୍ରତିଶୋଧର କଥା କହି ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଧର୍ମପଚାରି ୨୨ ତାରିଖରେ ଆମ ମାଆ ଭଉଣୀଙ୍କର ସିନ୍ଦୂର ପୋଛିଥିଲେ । ସେଦିନ ଗୁଳି ଫୁଟିଥିଲା ପହଲଗାମରେ ।କିନ୍ତୁ ଏହା ୧୪୦କୋଟି ଭାରତୀୟଙ୍କ ପାଇଁ ଯନ୍ତ୍ରଣାଦାୟକ ସାଜିଥିଲା ।ଏହିଘଟଣାପରେ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାକୁ […]

ସରସ୍ଵତୀ ଗ୍ରୁପ୍ ଅଫ୍ ଇନଚିଚ୍ୟୁଟର ଗର୍ବ

କଟକ,୨୧।୫( ଏସଏସନୀୟୁଜ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ+୨ ପରୀକ୍ଷାରେ କଟକ ବାରଙ୍ଗସ୍ଥିତ ବେଲଗଛିଆ ଠାରେ ଥିବା ଘରୋଇ ସରସ୍ଵତୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ ଚଳିତ ବର୍ଷ ବାଜିମାତ କରିଛି। ରାଜ୍ୟର ସବୁ ମହାବିଦ୍ୟାଳୟ ଗୁଡ଼ିକୁ ପଛରେ ପକାଇ ଏହି ବିଦ୍ୟାଳୟର ଛାତ୍ର ବିନିତ୍ ମହାନ୍ତି ୯୭.୬୬% ଅର୍ଥାତ୍ ୫୮୬ ନମ୍ବର ରଖି ରାଜ୍ୟର ଟପ୍ପର ହୋଇଛନ୍ତି । ତାଙ୍କର ଏହି ଗୌରବ ମହାବିଦ୍ୟାଳୟ ପରିସରର ଖୁସିର ଲହରି ଖେଳାଇ ଦେଇଛି। ତାଙ୍କର […]

ବୃଦ୍ଧାଙ୍କୁ ହତ୍ୟା!

ବାରଙ୍ଗ,୨୧।୫(ଏସଏସନିୟୂଜ୍)ଆନନ୍ଦବଜାରସ୍ଥିତ ରହୁଥିବା ଘରୁ ଜଣେ ବୁଦ୍ଧାଙ୍କ ମୃତଦେହକୁ ଉଧାର କରିଛି ବାରଙ୍ଗଥାନା ପୋଲିସ। ମହିଳାଙ୍କୁ ରୁଦ୍ଧଘରେ କେହି ପିଟି ପିଟି ବିଭତ୍ସ ଭାବେ ହତ୍ୟାକରିଛି ବୋଲି ଅନୁମାନ କରିଛି ପୋଲିସ।୭୫ ବର୍ଷୀୟା ମୃତ୍ୟୁ ମହିଳା ଜଣକ ହେଲେ ଉତ୍ତମ ବେହେରା।ସେ ତାଙ୍କ ନିଜ ଯାଗାରେ ଦୀର୍ଘଦିନଧରି ଏକୁଟିଆ ରହୁଥିଲେ।ଵୃଦ୍ଧାଙ୍କୁ କିଏ ହତ୍ୟା କରିଛି ଓ କଣ ରହିଛି ଉଦ୍ଦେଶ୍ୟ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।ପୋଲିସ ସାଇଟିଫିକି ଟିମ ଓ ଡଗ ସ୍କ୍ୱାର୍ଡ ନେଇ […]

ଜୁନ୍ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ

ଭୁବନେଶ୍ଵର,୨୧।୫(ଏସଏସ ନିୟୁଜ୍)ଜୁନ୍‌ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ଉପ-ନିର୍ବାଚନ କରାଯିବ । ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି ହେବ । ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡମେମ୍ବର […]

ଦଶହରା ପୂର୍ବରୁ କଲେଜ୍ ଇଲେକ୍ସନ୍

ଭୁବନେଶ୍ଵର,୨୧।୫(ଏସଏସନିୟୂଜ୍)ଦଶହରା ପୂର୍ବରୁ କ୍ୟାମ୍ପସ ନିର୍ବାଚନ ସରିବ ବୋଲି ସୂଚନା ଦେଇଛନ୍ତି ସୁରଜ ସୂର୍ଯ୍ୟବଂଶୀ । ମନ୍ତ୍ରୀ କହିଛନ୍ତି, କଲେଜ୍ ଇଲେକ୍ସନ୍ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ ।ଏଣୁ ସଠୁକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି ।ପୂର୍ବ ସରକାର ସମୟରୁ କଲେଜରେ ବିଶ୍ରୁଙ୍ଖଳା,ପରେ କରୋନାର ଆଳଦେଖାଇ କ୍ୟାମ୍ପସ ନିର୍ବାଚନକୁ ବନ୍ଦ ରଖାଯାଇଥିଲା ।ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ଏହାସହ ବିଭିନ୍ନ ଆଳଦେଖାଇ କ୍ୟାମ୍ପସ୍ ନିର୍ବାଚନକୁ କରାଇ ଦିଆଯାଉନଥିଲା ।ଏବେ […]

ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍

ବାରଙ୍ଗ, ୨୦।୫(ଏସଏସନିୟୁଜ୍) ବାରବାଟି ନିର୍ବାଚନ ମଣ୍ଡଳୀର ୩ନଂ ଓ୍ୱାର୍ଡରେ ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍। କଟକ ମହାନଗରନିଗମ ପକ୍ଷରୁ ୩ନଂଓ୍ୱାର୍ଡର ବିଭିନ୍ନ ଗ୍ରାମ ତଥା ବିଦ୍ୟାଧରପୁର, ବେଣ୍ଟକାରପଡା, ଷଣ୍ଢପୁର ଗ୍ରାମ ମାନଙ୍କରେ ମୁଖ୍ୟରାସ୍ତା ସହିତ ଗ୍ରାମର ଗଳିକନ୍ଦି ରାସ୍ତାକଡ ଗୁଡ଼ିକରେ ଜନସାଧାରଣମାନଙ୍କ ସୁବିଧାପାଇଁ ଲଗାଯାଇଛି।କିନ୍ତୁ ଷ୍ଟ୍ରିଟ ଲାଇଟ୍ ଟି କେବଳ ରାତିରେ ଜାଳିବା ପରିବର୍ତ୍ତେ ଦିନରାତି ଜଳି ରହୁଛି। କେତେବେଳେ ବନ୍ଦ୍ ହେବାର ଦେଖାଯାଉନି। ମହାନଗର ନିଗମର ୩ନଂଓ୍ୱାର୍ଡ ଦାୟିତ୍ଵରେ ଥିବା ବିଦ୍ୟୁତ କର୍ମଚାରୀଙ୍କ ଖାମଖିଆଲି ନୀତି […]

୨୧ରୁ ୨୩ ଯାଏ କାଳବୈଶାଖୀ

ଭୁବନେଶ୍ୱର,୨୦।୫(ଏସଏସନିୟୁଜ୍)ଆସନ୍ତା ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ବଢ଼ିବ।ଏହାର ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ସହିତ ପବନର ଝଟ୍କା ୬୦କିମି ଯାଏ ଯାଇପାରେ ବୋଲି ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି। ୨୦ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼,୨୧ ତାରିଖରେ ଗଞ୍ଜାମ, ଗଜପତି, […]