Browsing category

ମହାନଗର

ମହାପ୍ରଭୁ ଜଗନ୍ନାଥଙ୍କ ଦଶମୂଳ ମୋଦକରୁ ଚୋରି !

ପୁରୀ,୨୪।୬(ଏସଏସନିଉଜ)ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ଚୋରି ଅଭିଯୋଗ ହୋଇଛି।୧୦ ଜଣ ରାଜବୈଦ୍ୟ ଦେଇଥିଲେ ୩୧୩ ମୋଦକ।୩୧୩ଟି ମୋଦକରୁ ୭୦ଟି କମ୍ ଅଛି।ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା ମୋଦକ।ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀପ୍ରଶାସକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅନ୍ୟପଟେ ଶ୍ରୀମନ୍ଦିରରୁ ଚୋରି ହୋଇନି ଦଶମୂଳ ମୋଦକ ବୋଲିଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାରେ କହିଛନ୍ତି।ସେ କହିଛନ୍ତିକିଛିଲୋକ ନିଜ ପତିଆରା ପାଇଁ ମିଛ କହିଛନ୍ତି।ଏଭଳି ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ।ଯେଉଁମନେ ଏଭଳି କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।

ଆଜିର ରାଶିଫଳ

ଜୁନମାସ ୨୪ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୭/୧୧ଗତେ ଅମାବାସ୍ୟା,ନକ୍ଷତ୍ର-ରୋହିଣୀ ଦିବାଘ୦୧/୪୩ଗତେ ମୃର୍ଗଶିରା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୨୭,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୧୫/୧୫,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୧୧ଗତେ ଐଶାନ୍ୟେ,ବିଛାରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୨୮ଗତେ ଘ୦୩/୦୬ମଧ୍ୟେ,ବାରବେଳା-ଦିବାଘ୦୬/୫୨ ଗତେ ଘ୦୮/୨୧ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୧୪ଗତେ ଘ୧୧/୪୮ମଧ୍ୟେ ଓ ଘ୦୩/ ୩୮ଗତେ ଘ୦୪/୨୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୦୬ ଗତେ ଘ୦୩/୩୭ ମଧ୍ୟେ ଓ ଘ୦୪/୪୦ଗତେ ଘ୦୫/୨୫ମଧ୍ୟେ,ଅଦ୍ୟ ବିରିଭକ୍ଷଣ ନିଷେଧ। ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଦୀର୍ଘ ସମୟଧରି ଅପେକ୍ଷାବନ୍ଧୁଙ୍କୁ […]

ଆସ୍କାରେ ରାଜ୍ୟସ୍ତରୀୟ ଯୁବଶକ୍ତି ସମାବେଶ

ଭୁବନେଶ୍ୱର,୨୩।୬(ଏସଏସନିଉଜ)ଓଡ଼ିଶା ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜପାଇଁ ଏକ ସୁବର୍ଣ୍ଣଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କାଠାରେ ଆୟୋଜିତ ରାଜ୍ୟସ୍ତରୀୟ […]

ବଢ଼ିଲା କ୍ଷୀର ଦର

ଭୁବନେଶ୍ୱର,୨୧।୬(ଏସଏସନିଉଜ) ଓମଫେଡ଼ ସମସ୍ତ ପ୍ରକାରର କ୍ଷୀର ପ୍ୟାକେଟର ମୂଲ୍ୟ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମୂଲ୍ୟ ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଥିବାର ଅନୁମାନ କରାଯାଉଛି।।ନୂଆ ମୂଲ୍ୟ ଅନୁସାରେ ଟୋନଡ ମିଲ୍କ: ୫୦ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ପ୍ରିମିୟମ୍ ମିଲ୍କ: ୫୪ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ଗୋଲ୍ଡ ମିଲ୍କ: ୫୬ ଟଙ୍କା/ଲିଟର (୪ ଟଙ୍କା ବୃଦ୍ଧି) ।ବିଗତ ୧ଅପ୍ରେଲ ୨୦୨୩ ପରେ ଏହା ପ୍ରଥମଥର ପାଇଁ ବୃଦ୍ଧି ହୋଇଛି ।

ବିଜେଡି ଛାଡ଼ି ବିଜେପିରେ ମିଶିଲେ

ଚିଲିକା,୨୧।୬(ଏସଏସନିଉଜ)ଆଜି ବାଣପୁରସ୍ଥିତ କୃତ୍ତିବାସଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବାଣପୁରବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ଗ୍ରାମପଞ୍ଚାୟତର‌ ପୂର୍ବତନସରପଞ୍ଚ ଆଶାମଣୀ ସାହୁ,କୁଲେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଏବଂ ନୀଳାଦ୍ରିପ୍ରସାଦ ପଞ୍ଚାୟତର‌ ବହୁ ୱାର୍ଡସଭ୍ୟ,ସଭ୍ୟା, ବିଜେଡ଼ିର କାର୍ଯ୍ୟକର୍ତ୍ତା ଓ କୁଲେଇପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତାମାନେ ବିଜୁ ଜନତାଦଳ ପରିତ୍ୟାଗ କରି ଭାରତୀୟ ଜନତାପାର୍ଟିର ନୀତି ଆଦର୍ଶ,ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ଆଇନମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତାପାର୍ଟିରେ […]

କୁମ୍ଭୀର ସଂରକ୍ଷଣର ୫୦ବର୍ଷ

ବାରଙ୍ଗ,୨୦।୬(ଏସଏସନିଉଜ) କୁମ୍ଭୀର ସଂରକ୍ଷଣର ୫୦ ବର୍ଷ ପାଳନ ଅବସରରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସହଯୋଗରେ ନନ୍ଦନକାନନରେ ଶୁକ୍ରବାର ଦିନ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟର ସଦସ୍ୟ, ଚିଡ଼ିଆଖାନା କର୍ମଚାରୀ, ପଶୁଚିକିତ୍ସକ, କୁମ୍ଭୀର ରକ୍ଷକ ଓ ଗବେଷକ,ଚିଡ଼ିଆଖାନା ସ୍ୱେଚ୍ଛାସେବୀଙ୍କୁ ନେଇ ସମୁଦାୟ ୬୦ ଜଣ ଅଂଶଗ୍ରହଣ କରିଥିଲେ।ଏଥିରେ ପୂର୍ବତନ ପିସିସିଏଫ୍ ତଥା ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସଭାପତି ସରୋଜ କୁମାର ପଟ୍ଟନାୟକ ଏବଂ କୁମ୍ଭୀର […]

ନୂଆରୂପରେ ଆସୁଛି ଯାତ୍ରା ପୃଥ୍ୱୀରାଜ

ମେଣ୍ଢାଶାଳ,୨୦।୬।(ଏସଏସନିଉଜ) ଶୁକ୍ରବାରଦିନ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମମୁଣ୍ଡରେ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଅପେରାର ଆଖଡ଼ା ପୂଜା ସରିଛି ।ଚଳିତବର୍ଷ ଯାତ୍ରାପାଟିର ମାଲିକାନା ବଦଳିବା ପରେ ଆଜି ଆଖାଡା ପୁଜାସହ ରିୟଲସେଲ ଆରମ୍ଭ ହୋଇଛି । ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ରିୟଲସେଲ କାର୍ଯ୍ୟକ୍ରମକୁ  ଉଦଘାଟନ କରିଛନ୍ତି ।ବହୁନାମିଦାମି କଳାକାରମାନଙ୍କୁ ନେଇ ନୁଆ ରୁପରେ ଯାତ୍ରା ପୃଥ୍ୱୀରାଜ ଆଗକୁ ବଢିବାକୁ ଯାଉଛି ବୋଲି ସାମ୍ବାଦିକ ସମ୍ମଳନୀରେ ମାଲିକ ଗୋବିନ୍ଦ ଚନ୍ଦ୍ର […]

ରାଜଧାନୀରେ ବୋମାମାଡ

ଭୁବନେଶ୍ୱର,୧୯।୬(ଏସଏସନିଉଜ) ବୁଧବାର ରାଜଧାନୀରେ ହୋଇଛି ବୋମାମାଡ ।ଭୁବନେଶ୍ୱର ଉପକଣ୍ଠ ସାଂପୁରରେ ଏହି ବୋମାମାଡ ହୋଇଥିବାର ଜଣାପଡିଛି। ଚାକିରିରୁ ବାହାର କରି ଦେବାରୁ ମାଲିକର ଘର ଓ ଅଫିସ୍‌କୁ ବୋମାମାଡ ହୋଇଥିବାର ଜଣାପଡିଛି । ଏହି ବୋମାମାଡରେ ଅଫିସ,କାର୍‌,ଗାଡି କ୍ଷୟକ୍ଷତି ହୋଇଛି । ଖବରପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୯।୬(ଏସଏସନିଉଜ)କଂଗ୍ରେସ ତରଫରୁ ଭୁବନେଶ୍ୱରରେ ହେବାକୁ ଯାଉଛି ବଡ଼ ସମାବେଶ। ଯେଉଁଥିରେକି ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସାମିଲ ହେବାକୁ ଯାଉଛନ୍ତି।ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବାକୁ ଯାଉଛି କଂଗ୍ରେସ । ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ବୋଲି ଜଣାପଡିଛି।

ପ୍ରଧାନମନ୍ତ୍ରୀ କରିବେ ବିଶାଳ ରୋଡସୋ

ଭୁବନେଶ୍ଵର,୧୯।୬(ଏସଏସନିଉଜ)କାଲି ୧୯ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ।୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ କରିବେ ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।ବିମାନବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ।କଳିଙ୍ଗଷ୍ଟାଡିୟମ୍‌ଠାରୁ ବିଶାଳ ରୋଡ୍‌ ସୋ କରିବେ।ପାଖାପାଖି ୨ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ।ବୟୋବନ୍ଦନା କାର୍ଡ ବାଣ୍ଟିବେ, ଅନ୍ତ୍ୟୋଦୟ ଘର ବଣ୍ଟନ କରିବେ।ଲକ୍ଷପତିଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।