Browsing category

ମହାନଗର

ନନ୍ଦନକାନନ

ବାରଙ୍ଗ,୧୮ା୬(ଏସଏସନିଉଜ)ଦୀର୍ଘ୩୩ବର୍ଷର ବ୍ୟବଧାନ ପରେ ନନ୍ଦନକାନନରେ ଇଗୁଆନା (ଆମେରିକା ଏଣ୍ଡୁଅ)୫ଟିଛୁଆକୁ ଜନ୍ମଦେଇଛି ।ସରୀସୃପ ଉଦ୍ୟାନରେ ରହୁଥିବା ଇଗୁଆନା ବୁଧବାରଦିନ ପାଞ୍ଚଟିଛୁଆକୁ ଜନ୍ମ ଦେଇ ପୁଣି ନନ୍ଦନକଲାନନକୁ ଚର୍ଚ୍ଚାକୁ ଆଣିବାସହ ଇଚ୍ଛିହାସ ସୃଷ୍ଟିକରିପାରିଛି ।ଶେଷଥରପାଇଁ ଇଗୁଆନା ୨୯.୦୧.୧୯୯୨ରେ ଛୁଆ ଜନ୍ମଦେଇଥିଲା ଏହାପରଠାରୁ ଛୁଆଜନ୍ମଦେବାରେ ବ୍ୟତିକ୍ରମ ଦେଖାଦେଇଥିଲା ତେବେ ଶେଷକୁ ୨ଟି ଅଣ୍ଡିରା ଇଗୁଆନା ରହିଥିଲେ ।ଏମାନଙ୍କ ବଂଶବୃଦ୍ଧି ଓ ନୂଆ ରକ୍ତ ସମ୍ପର୍କ ଯୋଡିବାପାଇଁ ନନ୍ଦନକାନନ କର୍ତୁପକ୍ଷ ୨୬.୦୮.୨୦୨୪ ରେ କୋଲକାତାର ଆଲିପୁର ଚିଡ଼ିଆଖାନାରୁ ୮ଟି ଇଗୁଆନା (୪ ଅଣ୍ଡିରା […]

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟକରି ଗିରଫ ହେଲେ ଯୁବକ।ସୋସିଆଲ୍ ମିଡିଆରେ ସାମ୍ମନାହାନୀ ପୋଷ୍ଟ କରିବାରୁ ଗିରଫ କଲା କ୍ରାଇମବ୍ରାଞ୍ଚ।ରାୟଗଡ଼ା ଚାନ୍ଦିଲିର କିଶୋର କୌଶଲ୍ୟା ଗିରଫ ହୋଇଛନ୍ତି। ଫେସବୁକରେ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ସେୟାର କରିଥିଲେ।ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଭଳି AI ଭିଡିଓ କରି ଗିରଫ ହୋଇଥିବାର ଜଣାପଡିଛି।

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ଆସନ୍ତା ୨୨ରେ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ।ସର୍ଭିକାଲ ଆର୍ଥାଇଟ୍ସ ଚିକିତ୍ସା ପାଇଁ ମୁମ୍ବାଇ ଯିବେ।ମୁମ୍ବାଇର କୋକିଳାବେନ ଧୀରୁଭାଇ ହସ୍ପିଟାଲରେ ହେବ ଚିକିତ୍ସା।ବ୍ୟକ୍ତିଗତ ଚିକିତ୍ସକ ଡ.ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ହେବେ ଚିକିତ୍ସା।ମହାପ୍ରଭୁଙ୍କ ଆର୍ଶୀବାଦ ଓ ରାଜ୍ୟବାସୀଙ୍କ ଶୁଭେଚ୍ଛାରେ ଶୀଘ୍ର ଫେରିବି ଓ ସୁସ୍ଥ ହୋଇ ଫେରିବା ପରେ ସେବା ଜାରି ରଖିବି ବୋଲି ନବୀନ କହିଛନ୍ତି।

୨୦ରେ ଭୁବନେଶ୍ବର କଟକରେ ସ୍କୁଲ ଛୁଟି

ଭୁବନେଶ୍ୱର,୧୮।୬(ଏସଏସନିଉଜ)୨୦ରେ ଭୁବନେଶ୍ବର, କଟକ ମହାନଗରରେ ସ୍କୁଲ୍‌ ଛୁଟି। ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍‌ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିପାଇଁ ବିପୁଳ ଜନସମାଗମ ହେବ।ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସ୍କୁଲ୍‌ ଛୁଟିପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

୫ରାଜ୍ୟକୁ ରେଡ୍ଆଲର୍ଟ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ପ୍ରବଳ ବର୍ଷା ନେଇ ୫ ରାଜ୍ୟକୁ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।ସେଗୁଡିକ ହେଲାଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ମେଘାଳୟ।ଅନ୍ୟପଟେ ଓଡ଼ିଶାରେ ଅତି ପ୍ରବଳ ବର୍ଷା ପାଇଁ ମଧ୍ୟ ୭ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର,ବାଲେଶ୍ୱର, ଭଦ୍ରକ ଓ ଯାଜପୁର l

ଗୋଷ୍ଟି ସଂଘର୍ଷ

ବାରଙ୍ଗ,୧୬।୬(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ବ୍ରାହ୍ମଣସାହି ଗାଁ ମୁଣ୍ଡରେ ଶନିବାର ବିଳମ୍ବିତ ରାତିରେ ପିଲାମାନଙ୍କ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ମାରଧର ଓ ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି।ଏହି ଘଟଣାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଇଟି ମକଦ୍ଦମା ରୁଜୁକରୀ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ ଗଣ୍ଡରପୁର ବ୍ରାହ୍ମଣସାହିର ନକୁଲ ବେହେରା(୫୮),ଶ୍ରୀକାନ୍ତ ବେହେରା(୨୭) ଓ ଅମନ ରାଉତ(୨୩),ଅଞ୍ଜନ କୁମାର ରାଉତ(୩୭)। ପ୍ରକାଶଯେ,ଶନିବାର ବିଳମ୍ବିତ ରାତିରେ ଗଣ୍ଡରପୁର ବ୍ରାହ୍ମଣସାହି ଗାଁ ମୁଣ୍ଡରେ […]

ପ୍ରଥମଦିନରୁ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,୧୬।୬(ଏସଏସନିଉଜ)ପିଲାଙ୍କମାଆ ମଧ୍ୟାହ୍ନଭୋଜନ ଯାଞ୍ଚ କରିପାରିବେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏଥି ନିମନ୍ତେ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରାଇବେ।ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ରହିଛି।DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର […]

ପହିଲିରଜରେ ବଢ଼ିଲେ ପର୍ଯ୍ୟଟକ

ବାରଙ୍ଗ,୧୪।୬(ଏସଏସନିଉଜ)ପହିଲି ରଜରେ ନନ୍ଦନକାନନ ବୁଲିଲେ ୨୩୦୮୦ ପର୍ଯ୍ୟଟକ। ସେହିପରି ରାଜ୍ଯ ଉଦ୍ଭିଦ ଉଦ୍ୟାନ ବୁଲିଲେ ୧୭୭୬ ପର୍ଯ୍ୟଟକ।ଉଭୟ ପାର୍କକୁ ସମୁଦାୟ ୨୪ହଜାରେ ୮୫୬ ଜଣ ପର୍ଯ୍ୟଟକ ଆସିଥିଲେ।ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ପ୍ରଥମରଜରେ ୧୭୪୪୬ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ।ଗତବର୍ଷ ପହିଲିରଜ ଠାରୁ ଚଳିତବର୍ଷ ୫୬୩୪ ଜଣ ପର୍ଯ୍ୟଟକ ଅଧିକଆସିଛନ୍ତି।ପହିଲି ରଜପାଇଁ ପର୍ଯ୍ୟଟକସଂଖ୍ୟା ବୃଦ୍ଧି ହେବାର ଆଶଙ୍କାକରି ନନ୍ଦନକାନନ କର୍ତ୍ତୃପକ୍ଷ ବିଶେଷ ସୁବିଧା କରିଥିଲେ।ପର୍ଯ୍ୟଟକମାନଙ୍କସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ପାର୍କ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ପାଳନ ହେଲା ରଜପର୍ବ

ବାରଙ୍ଗ , ୧୩।୬(ଏସଏସନିଉଜ)ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରଜ ପର୍ବ ପାଳନ କରାଯାଇଥିଲା ।ପ୍ରାରମ୍ଭରେ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଚିକିତ୍ସକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ,ଏବଂ ପୋଡ଼ପିଠା ବଣ୍ଟନ କରିଥିଲେ । ତେପୁଟି ଡିନ୍ ପ୍ରଫେସର ଦୁର୍ଗା ପ୍ରସାଦ ଦାଶ ଓଡିଶାରେ ରଜ ପର୍ବର ପାଳନର ପୌରାଣିକ ଭିତ୍ତିଭୂମି ସହ ଆୟୁର୍ବେଦ ସମ୍ବନ୍ଧ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଫେସର ଲକ୍ଷ୍ମୀପ୍ରିୟା ଦେବୀ ପୃଥିବୀମାତାର ରଜସ୍ବଳା ସହ […]

୬ଜଣିଆ ଡକାୟତି ଦଳକୁ ଧରିଲା ନନ୍ଦନକାନନ ଥାନା ପୋଲିସ

ବାରଙ୍ଗ,୧୪।୬(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ୬ଜଣିଆ ଡକାୟତି ଦଳକୁ ଧରିବାରେ ସକ୍ଷମ ହୋଇଛି ନନ୍ଦନକାନନଥାନା ପୋଲିସ ।ସେମାନେ ହେଲେ କଲ୍ୟାଣପୁରଗ୍ରାମର ସୁଶୀଲ କୁମାର ସାହୁ(୩୪)ଓରଫ ଗଣେଶ,ସନ୍ତୋଷ ବେହେରା ଓରଫ ସନ୍ତୁ(୩୨),ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ(୩୫),ମନୋଜ ସ୍ୱାଇଁ ଓରଫ ମୁନା(୨୮),ପ୍ରତାପ ସ୍ୱାଇଁ (୪୫),ଫତେଗଡ଼ ବାଣପୁରର ଗଣେଶ ଜେନା (୨୩)।ପୋଲିସ ସେମାନଙ୍କଠାରୁ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ,ଦୁଇଟି ଗୁଳି ଏବଂ ଚାରୋଟି କାର୍ଟ୍ରିଜ୍,ଗୋଟିଏ ଖଣ୍ଡା,ଗୋଟିଏ ତେଲେଙ୍ଗା କଟୁରୀ,ଦୁଇଟି ଲୁହାରଡ୍ ,ଓଡ଼ି ୦୨ସି ଏମ […]