Browsing category

ମହାନଗର

ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ୍ ବାସୁଦେବଙ୍କ ପବିତ୍ର ପୀଠରେ ନବନିର୍ମିତ ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା , ମାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵଶାନ୍ତି ମହାଯଞ୍ଜ୍ୟ ସୋମବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ପ୍ରଭୁଙ୍କ ପୀଠରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଅଙ୍କୁରା ରୋପଣ,ଜଳ ଯାତ୍ରା,ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା,ମନ୍ଦିର ପ୍ରତିଷ୍ଠା,ମାଙ୍କ ମନ୍ଦିର ପ୍ରବେଶ,ପୂର୍ଣ୍ଣାହୁତି,ନଗର କୀର୍ତ୍ତନ ଆଦି କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସୋମବାର ସନ୍ଧ୍ୟାରେ ଆୟୋଜିତ ପୂର୍ଣ୍ଣାହୁତିରେ ଆଖପାଖ ଗ୍ରାମର ସହସହ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।ମେଣ୍ଢାଶାଳ ଗ୍ରାମବାସୀମାନେ […]

ଯୁଦ୍ଧ ବନ୍ଦ…

ଭୁବନେଶ୍ଵର,୧୦।୫(ଏସଏସନିୟୁଜ)ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛି ବୋଲି ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି।ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି।ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି।ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି।ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି। ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା।୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି।ଆସନ୍ତା ୧୨ […]

ଦୀଘାରେ ସ୍ଥାୟୀ ଜଗନ୍ନାଥଧାମ ହୋଡିଂ

ଭୁବନେଶ୍ଵର,୬।୫(ଏସଏସନିୟୁଜ)ପୁଣି ମମତା ଦେଖାଇଲେ ନାଲିଆଖି।ଏଥର ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ ଲାଗିଥିବାର ଦେଖିବାକୁ ମିଳିଛି।ଦୀଘା ମନ୍ଦିର ସାମ୍ନାରେ ଲାଗିଲା ଜଗନ୍ନାଥ ଧାମ ହୋଡିଂ।ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ଲଗାଗଲା ହୋଡ଼ିଂ।ରାତାରାତି ହୋଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ।ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋଡିଂ ଲଗାଯାଇଥିଲା।ଜଗନ୍ନାଥଧାମ ବିବାଦ ଭିତରେ ହୋଡିଂ ଲଗାଇଛନ୍ତି ମମତା।

ନନ୍ଦନକାନନ ଦାୟିତ୍ୱରେ ରହିଲେ ପ୍ରଶାନ୍ତ ପଣ୍ଡା

ବାରଙ୍ଗ,୬।୫(ଏସଏସନିୟୁଜ)ପ୍ରଶାନ୍ତ କୁମାର ପଣ୍ଡା ନନ୍ଦନକାନନ ଉପ-ନିର୍ଦ୍ଦେଶକ ଭାବେ ମଙ୍ଗଳବାରଠାରୁ ଦାୟିତ୍ୱରେ ରହିଛନ୍ତି। ସନତ କୁମାର ଏନ୍ ୨୨ଦିନ ପାଇଁ ଛୁଟିରେ ଯିବାପରେ ପଣ୍ଡା ଅସ୍ଥାୟୀ ଭାବେ ତାଙ୍କ ଦାୟିତ୍ଵରେ ରହିଥିବାର ଜଣାପଡିଛି।ଏବେ ପିସିସିଏଫ୍ କାର୍ଯ୍ୟ।ଳୟରେ ପ୍ରଶାନ୍ତ କୁମାର ପଣ୍ଡା ଉପ-ବନସଂରକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ୬ତାରିଖଠାରୁ ୨୮ତାରିଖ ୨୨ଦିନ ପର୍ଯ୍ୟନ୍ତ ସେ ନନ୍ଦନକାନନ ର ଦାୟିତ୍ବରେ ରହିବେ।ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିବାପରେ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଯାଇ ବୁଲିକି ଦେଖିଛନ୍ତି।ଉଭୟପାର୍କର ରେଞ୍ଜଅଫିସର ଓ ପଦାଧିକାରୀ ମାନେ […]

ଆସନ୍ତାକାଲି ୪ଟାରେ ବାଜିବ ସାଇରନ୍

ଭୁବନେଶ୍ଵର,୬।୫(ଏସଏସନିୟୁଜ)ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ।ସେଗୁଡିକ ହେଲା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର। ତାଳଚେରରେ କାଟେଗୋରି ୱାନ୍, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା କାଟେଗୋରି ଟୁ ଓ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା କାଟେଗୋରି ଥ୍ରିରେ ରହିଛି। ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସପ୍ତାହେ ଯାଏ ଚାଲିବ। ୫ମିନିଟ ଧରି ସାଇରନ ବାଜିବ। […]

ଆସୁଛି ମୌସୁମୀ

ଭୁବନେଶ୍ଵର,୬।୫(ଏସଏସନିୟୁଜ) ଆସନ୍ତା ସାତଦିନ ଭିତରେ ଅର୍ଥାତ ୧୩ ତାରିଖ ଭିତରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପକୂଳ ମୌସୁମୀ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦକ୍ଷିଣ ଆଣ୍ଡାମାନ ସାଗର,ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବ । ଯାହାର ପ୍ରଭାବରେ ମେ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଅଚାନକ ଭାଙ୍ଗି ରାସ୍ତାରେ ପଡ଼ିଲା ବେଆଇନ ହୋଡିଂ

ବାରଙ୍ଗ, ୫।୫(ଏସଏସନିଉଜ) ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ଗ୍ରାମ ନିକଟରେ ବେଆଇନ ଭାବେ ହୋଇଥିବା ଏକ ହୋଡିଂ ଭାଙ୍ଗିଯାଇ ରାସ୍ତା ଉପରେ ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପଥଚାରୀ। ପ୍ରକାଶଯେ, ବାରଙ୍ଗ ଅଂଚଳର ମୁଖ୍ୟରାସ୍ତା କଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ହୋଡିଂ ଅତି ବିପଦପୂର୍ଣ୍ଣ ଭାବରେ ରହିଛି। ସ୍ଥାନୀୟ ପ୍ରଶାସନର କୌଣସି କଟକଣା ରହୁନଥିବାରୁ ହୋଡିଂ ନିର୍ମାଣ କାରୀ ସଂସ୍ଥା ମୁଖ୍ୟରାସ୍ତା କଡରେ ଛତୁ ଫୁଟିବା ଭଳି ବେଆଇନ ନିର୍ମାଣ କରିଚାଲିଛନ୍ତି। ଷଣ୍ଢପୁର ଗ୍ରାମ ନିକଟରେ […]

ଦୀଘାରୁ ହଟିଲା ଜଗନ୍ନାଥଧାମ ନାମ !

ଭୁବନେଶ୍ଵର,୫।୫(ଏସଏସନିୟୁଜ)ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ନାମଫଳକ ବୋଲି Xରେ ସୂଚନା ଦେଲେ ବିଜେପି ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ।ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର କାଢ଼ିଥିବା ସୂଚନା ମିଳିଛି।ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ଏକ୍ସରେ ଲେଖିଲେ ଅମିତ ମାଲବ୍ୟ।ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୫।୫(ଏସଏସନିୟୁଜ)ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତାଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତାଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ଗୋଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦ୍ଘାଟନ ଓ […]

ବିଦ୍ୟାଳୟର ଗର୍ବ ଯୋର୍ତିମୟୀ ଦାସ

ମେଣ୍ଢାଶାଳ,୪।୫(ଏସଏସନିୟୁଜ) ଚଳିତବର୍ଷ ମେଟ୍ରିକ୍ ପରୀକ୍ଷାରେ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଶତପ୍ରତିଶତ ପରୀକ୍ଷା ଫଳ ହୋଇଛି।ସମୁଦାୟ ୭୯ଜଣ ପିଲା ପାସ କରିଥିବା ବେଳେ ଯୋର୍ତିମୟୀ ଦାସ ନାମକ ଛାତ୍ରୀ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।୫୨୯ ନମ୍ୱର ମେଟ୍ରିକ୍ ପରୀକ୍ଷାରେ ଆଣିଥିବାରୁ ସବୁଆଡୁ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)