ବାରଙ୍ଗ,୧୮ା୬(ଏସଏସନିଉଜ)ଦୀର୍ଘ୩୩ବର୍ଷର ବ୍ୟବଧାନ ପରେ ନନ୍ଦନକାନନରେ ଇଗୁଆନା (ଆମେରିକା ଏଣ୍ଡୁଅ)୫ଟିଛୁଆକୁ ଜନ୍ମଦେଇଛି ।ସରୀସୃପ ଉଦ୍ୟାନରେ ରହୁଥିବା ଇଗୁଆନା ବୁଧବାରଦିନ ପାଞ୍ଚଟିଛୁଆକୁ ଜନ୍ମ ଦେଇ ପୁଣି ନନ୍ଦନକଲାନନକୁ ଚର୍ଚ୍ଚାକୁ ଆଣିବାସହ ଇଚ୍ଛିହାସ ସୃଷ୍ଟିକରିପାରିଛି ।ଶେଷଥରପାଇଁ ଇଗୁଆନା ୨୯.୦୧.୧୯୯୨ରେ ଛୁଆ ଜନ୍ମଦେଇଥିଲା ଏହାପରଠାରୁ ଛୁଆଜନ୍ମଦେବାରେ ବ୍ୟତିକ୍ରମ ଦେଖାଦେଇଥିଲା ତେବେ ଶେଷକୁ ୨ଟି ଅଣ୍ଡିରା ଇଗୁଆନା ରହିଥିଲେ ।ଏମାନଙ୍କ ବଂଶବୃଦ୍ଧି ଓ ନୂଆ ରକ୍ତ ସମ୍ପର୍କ ଯୋଡିବାପାଇଁ ନନ୍ଦନକାନନ କର୍ତୁପକ୍ଷ ୨୬.୦୮.୨୦୨୪ ରେ କୋଲକାତାର ଆଲିପୁର
ଚିଡ଼ିଆଖାନାରୁ ୮ଟି ଇଗୁଆନା (୪ ଅଣ୍ଡିରା ଓ ୪ ମାଈ) ଓ ୨୫.୧୧. ୨୦୨୪ ରେ ହାଇଦ୍ରାବାଦର ନେହେରୁ ପ୍ରାଣୀଉଦ୍ୟାନରୁ ୨ଟି ମାଈଙ୍କୁ ଆଣିଥିଲେ ।ଏହି ନବ ଜାତକ ଛୁଆ୫ଟି ମଧ୍ୟରୁ ତିନିଟିକୁ ସରୀସୃପ ଉଦ୍ୟାନରେ ସ୍ୱତନ୍ତ୍ର ଯତ୍ନ ସହିତ ରଖାଯାଇଥିବା ବେଳେ ଦୁର୍ବଳଥିବା ୨ଛୁଆକୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ଏହି ନବଜାତକକୁ ମିଶାଇ ନନ୍ଦନକାନନରେ ଇଗୁଆନା ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।ସେଥିମଧ୍ୟରୁ ୬ ଅଣ୍ଡିରା ଓ ୬ ମାଈ ଏବଂ ୫ଟି ନବଜାତ ଛୁଆ ରହିଛନ୍ତି।ସମସ୍ତ ନବଜାତଛୁଆଙ୍କ ଉପରେ ଜନ୍ତୁବିଭାଗ ପକ୍ଷରୁ ନିରନ୍ତର ତଦାରଖ କରାଯାଉଛି ବୋଲି ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।(ଜିତ ରାଉତଙ୍କ ରିପୋର୍ଟ)