Browsing category

ମହାନଗର

ଉଦଘାଟିତ୍ ହେଲା ଭୁବନେଶ୍ୱର ରଜ ମହୋତ୍ସବ ୨୦୨୫

ଭୁବନେଶ୍ୱର,୧୪।୬(ଏସଏସନିଉଜ)ଏଥର ରାଜଧାନୀ ଉପକଣ୍ଠ କଲ୍ୟାଣପୂର ସ୍ବସ୍ତିବନରେ ମହା ଆଡମ୍ବର ସହକାରେ ଭୁବନେଶ୍ୱର ରଜ ମହୋତ୍ସବ ୨୦୨୫ ଶନିବାର ଦିନ ଆରମ୍ଭ ହୋଇଛି।ଏହାକୁ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି। ଓଡ଼ିଶାର ଐତିହ୍ୟ ପରମ୍ପରା ଓ ପର୍ବପର୍ବାଣୀକୁ ବଜାୟ ରଖିବାର ଏହା ଅନନ୍ୟ ପ୍ରୟାସ। ରଜ ଆନନ୍ଦ ଉଲାସ ଓ ଉକ୍ତଣ୍ଠାର ପର୍ବବୋଲି ବିଧାୟକ ତାଙ୍କ ଅଭିଭାଷଣ ରେ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ରଜ ମହୋତ୍ସବ ପରିଷଦ ଅନୁକୁଲ୍ୟରେ କଲ୍ୟାଣପୂରସ୍ଥିତ ସ୍ବସ୍ତିବନଠାରେ […]

ବେଆଇନ ବାଲିଚାଲାଣ ଗାଡ଼ିକୁ

କଟକ, ୧୪।୬(ଏସଏସନିଉଜ) ବାରଙ୍ଗ ଅଂଚଳରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ବିଭାଗୀୟ ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ଚୋରା ବେପାର ବଢିବାରେ ଲାଗୁଛି। ପ୍ରତ୍ୟେକ ଦିନ ଶହଶହ ଟ୍ରକରେ ବାରଙ୍ଗ ଏହାର ଆଖପାଖ ଅଂଚଳରୁ ବାଲି, ମୋରମ ଓ ମାଟି ଆଦି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ବାରଙ୍ଗରୁ କଟକ ଭୁବନେଶ୍ଵର ଆଦି ବିଭିନ୍ନ ସ୍ଥାନକୁ ପରିବହନ ହେଉଛି ।କିନ୍ତୁ ଲଘୁ ଖଣିଜ ବିଭାଗ ହାତବାନ୍ଧି ବସିଛି। ଶୁକ୍ରବାର ବିଳମ୍ବିତ ରାତିରେ […]

ସାବାସ ସୁଧାଂଶୁ!

କଟକ,୧୪।୬(ଏସଏସନିଉଜ) ନରାଜମାର୍ଥାପୁର ପଂଚାୟତ ନରାଜଗ୍ରାମର ଗରିବଛାତ୍ର ସୁଧାଂଶୁ ସାହୁ ଓଜେଇଇରେ ଚତୁର୍ଥ ରୀୟାଙ୍କ ରଖି କଲେଜ ତଥା ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ରାଜ୍ୟସ୍ତରରେ ଚତୁର୍ଥସ୍ଥାନରେ ତାଙ୍କ ନାମ ଆସିବା ପରେ ଅଧ୍ୟୟନ କରୁଥିବା କଲେଜ ସମେତ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ସୁଧାଂଶୁ ତାଙ୍କ ମାଉସୀ ଚୁମୁକି ବେହେରାଙ୍କ ଘର ମାଲକାନଗିରି ଜିଲ୍ଲାରେ ରହି ପଲିଟେକନିକ କଲେଜ ଇଲେକ୍ଟ୍ରିକାଲ ଟ୍ରେଡରେ ଅଧ୍ୟୟନ କରୁଛନ୍ତି I ଏଥର ସେ ଶେଷବର୍ଷର ଛାତ୍ର । ଚଳିତ ଓଜେଇଇ ଏସି […]

ଚରିତ୍ର ସନ୍ଦେହରେ ମହିଳାଙ୍କୁ ନିର୍ୟାତନା

ଭୁବନେଶ୍ୱର,୯ା୬(ଏସଏସନିଉଜ)ମହିଳାଜଣଙ୍କ ଗତ ୨୦୨୦ ମସିହାରେ ନୟାଗଡ କୋର୍ଟରେ ଅରବିନ୍ଦନାଏକ ନାମକ ଯୁବକକୁ ବିବାହ କରିଥିଲେ ଏବଂ ତାଙ୍କ ପରିବାର ସହିତ ସେମାନଙ୍କ ଜନ୍ମସ୍ଥାନରେ ରହୁଥିଲେ। ବିବାହର କିଛି ଦିନ ପରେ, ଅଧିକ ଯୌତୁକ ପାଇଁ ଅଭିଯୁକ୍ତ ଏବଂ ତାଙ୍କ ପରିବାର ଦ୍ୱାରା ତାଙ୍କୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଆଯାଇଥିଲା। ପରେ, ଦମ୍ପତି ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇ କାର୍ଗିଲବସ୍ତିରେ ରହିଲେ ।ଯେଉଁଠାରେ ଅରବିନ୍ଦ ଚରିତ୍ରକୁ ସନ୍ଦେହ କରି ପୁନର୍ବାର ମହିଳାଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଦେଇଥିଲେ […]

ଧର୍ମଗଡ଼ ଉପଜିଲ୍ଲାପାଳ ଗିରଫ

ଭୁବନେଶ୍ୱର,୯ା୬(ଏସଏସନିଉଜ) ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ କଡ଼ାପଦକ୍ଷେପ ଗ୍ରହଣ କରାଯାଉଛି।ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଧୀମନ ଚକମାଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଉପଜିଲ୍ଲାପାଳ ଭିଜିଲାନ୍ସ ଜାଲରେ ଧରା ପଡ଼ିବାସହ ତାଙ୍କ ସରକାରୀ ବାସଭବନରୁ ତଲାସୀ ସମୟରେ ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଯାହାର ସେ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନାହାନ୍ତିା ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ୨୦ଲକ୍ଷଟଙ୍କା ଲାଞ୍ଚ ଦାବି କରିଥିଲେ। ଦୁଇଟିକିସ୍ତିରେ ୧୦ଲକ୍ଷ […]

ଏସକର୍ଟ ଗାଡିରେ ଆହତ

ଭୁବନେଶ୍ୱର,୯ା୬(ଏସଏସନିଉଜ) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁôିରେ ଆୟୋଜିତ ସମନ୍ୱୟ ବୈଠକସାରି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସକର୍ଟ ନେଇ ଗଞ୍ଜାମ ଫେରୁଥିଲେ ।ଫେରିବା ବାଟରେ ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟରାସ୍ତାରେ ଏକ ଟ୍ରକ ସହ ମୋଟର ସାଇକେଲର ଧକ୍କାହୋଇଥିଲା ।ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକମାନଙ୍କ ଭୀଡ ମଧ୍ୟ ଲାଗିରହିଥିଲା ।ଭିଡ ଦେଖି ମନ୍ତ୍ରୀ ଅଟକିଯିବାସହ ଘଟଣାସର୍ମ୍ପକରେ ବୁଝିଥିଲେ ।ପରେ ଏସକର୍ଟ ଗାଡିରେ ଆହତଙ୍କୁ ତୁରନ୍ତ ଚିକିସ୍ାପାଇଁ ଡାକ୍ତରଖାନାକୁ […]

ଆଉ ଥରେ କେନ୍ଦ୍ରାପଡ଼ା ଆସିବି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ାଜିଲ୍ଲା ଗସ୍ତକରି ଜିଲ୍ଲା ପ୍ରଦକ୍ଷଣଗୃହ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନରକାର୍ୟ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତିଯେ ରାଜ୍ୟସରକାରଙ୍କ ଦ୍ଵିତୀୟବର୍ଷର ଆରମ୍ଭ କେନ୍ଦ୍ରାପଡ଼ାଜିଲ୍ଲାରେ ବିକାଶମୂଳକକାର୍ୟ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣାଯାଇଛିଯେ, କେନ୍ଦ୍ରାପଡ଼ାଜିଲ୍ଲାରେ ଜଳସମ୍ପଦର ବିକାଶ ହେବାପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ।କେନ୍ଦ୍ରାପଡ଼ାଅଂଚଳରେ ଥିବା ହେନ୍ତାଳଜଙ୍ଗଲକୁ ଆହୁରି ବ୍ୟାପକ କରିବାପାଇଁ […]

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିକୁ ବୃଦ୍ଧି

ଭୁବନେଶ୍ୱର,୯ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ। ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ। ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କରାଯିବା ସହିତ ଯଦି […]

ଚର୍ଚ୍ଚାରେ ପଞ୍ଚସଖା ଚାରିଟେବୁଲଟ୍ରଷ୍ଟ

ବାରଙ୍ଗ,୭।୬ (ଏସଏସନିଉଜ)ପଞ୍ଚସଖା ଚାରିଟେବୁଲଟ୍ରଷ୍ଟ ପକ୍ଷରୁ ରବିବାରଦିନ କେନ୍ଦୁପାଟଣା  ଉକ୍ତଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବର ଆୟୋଜିତ ହୋଇଥିଲା।ଏହି ଶିବିର ଦିନ ୧୦ଟା ରୁ ଆରମ୍ଭ ହୋଇ ଦିନ ୧ଟାରେ ସରିଥିଲା।ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିନେତା ସୁବାସ ଚନ୍ଦ୍ର ପାତ୍ର ,ଜ୍ଞାନରଞ୍ଜନ ରାଉତ,ବୟୋଜ୍ୟଷ୍ଟ ମୂରବୀ ଅନ୍ତର୍ଯ୍ୟାମୀ କୁଆଁର ,ଭଗବାନ ଜେନା, ନିରଞ୍ଜନ ପରିଡ଼ା, […]

ମା ହେଲା ମୌସୁମୀ

ବାରଙ୍ଗ,୮।୬(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେଶନିବାର ରାତିରେ ଦୁଇଟି ପର୍ଯ୍ୟାୟ ରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ।ପ୍ରଥମ ଛ୍ଛୁଆଶନିବାର ରାତି ୯:୧୫ ଏବଂ ଦ୍ଵିତୀୟ ଛୁଆ ରାତି ୧୧:୦୩ ସମୟରେ ଏନକ୍ଲୋଜର ୨୮ବି ରେ ଜନ୍ମ ଦେଇଛି।ଜନ୍ମିତ ଛୁଆ ମଧ୍ୟରୁଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି।ମାଆ ସହିତ ଥିବାରୁଜନ୍ମିତ ଛୁଆମାନଙ୍କ ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ।ମା ଛୁଆମନଙ୍କରଯତ୍ନ ନେଇଥିବାର ଜଣାପଡିଛି।୨୭ ଏବଂ ୨୮ ଫେବୃଆରୀ ୨୦୨୫ରେ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ […]