ବେଆଇନ ବାଲିଚାଲାଣ ଗାଡ଼ିକୁ

ଆଠଗଡ ମାଜିଷ୍ଟ୍ରେଟ

କଟକ, ୧୪।୬(ଏସଏସନିଉଜ) ବାରଙ୍ଗ ଅଂଚଳରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ବିଭାଗୀୟ ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ଚୋରା ବେପାର ବଢିବାରେ ଲାଗୁଛି। ପ୍ରତ୍ୟେକ ଦିନ ଶହଶହ ଟ୍ରକରେ ବାରଙ୍ଗ ଏହାର ଆଖପାଖ ଅଂଚଳରୁ ବାଲି, ମୋରମ ଓ ମାଟି ଆଦି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ବାରଙ୍ଗରୁ କଟକ ଭୁବନେଶ୍ଵର ଆଦି ବିଭିନ୍ନ ସ୍ଥାନକୁ ପରିବହନ ହେଉଛି ।କିନ୍ତୁ ଲଘୁ ଖଣିଜ ବିଭାଗ ହାତବାନ୍ଧି ବସିଛି।
ଶୁକ୍ରବାର ବିଳମ୍ବିତ ରାତିରେ ଆଠଗଡ଼ ସବ-କଲେକ୍ଟର ପ୍ରହଲ୍ଲାଦ ନାରାୟଣ ଶର୍ମା ସରକାରୀ ଗାଡି ଯୋଗେ ଫେରୁଥିଲେ।ଏହି ସମୟରେ
ଆଠଗଡ଼ ଅଂଚଳରୁ ଓଡି ୦୫ଏସ ୪୮୫୮ ନମ୍ୱର ହାଇୱା ଦୃତଗତିରେ ବେଆଇନ ଭାବେ ବାଲି ନେଇ ଦୃତଗତିରେ ମୁଣ୍ଡଳି ଆଡ଼େ ଆସୁଥିବାବେଳେ ତାକୁ ରୋକି ଥିଲେ।କିନ୍ତୁ ଗାଡ଼ିଟି ନରୋକିବାରୁ ଗାଡ଼ିଟିକୁ ପିଛା କରି ମୁଣ୍ଡଳି ଗ୍ରାମ ନିକଟରୁ କୌଶଳକ୍ରମେ ଗାଡିଚାଳକ ଗାଡି ଛାଡ଼ି ଫେରାର ହୋଇଯାଇଥିଲା।
ଅଟକାଇଥିଲେ। ଶ୍ରୀ ଶର୍ମା ଗାଡ଼ିଟିକୁ ଜବତକରି ବାରଙ୍ଗଥାନା ପୁଲିସ ଜିମା ଦେଇଥିଲେ।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment