ଉଦଘାଟିତ୍ ହେଲା ଭୁବନେଶ୍ୱର ରଜ ମହୋତ୍ସବ ୨୦୨୫

ଭୁବନେଶ୍ୱର,୧୪।୬(ଏସଏସନିଉଜ)ଏଥର ରାଜଧାନୀ ଉପକଣ୍ଠ କଲ୍ୟାଣପୂର ସ୍ବସ୍ତିବନରେ ମହା ଆଡମ୍ବର ସହକାରେ ଭୁବନେଶ୍ୱର ରଜ ମହୋତ୍ସବ ୨୦୨୫ ଶନିବାର ଦିନ ଆରମ୍ଭ ହୋଇଛି।ଏହାକୁ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି।
ଓଡ଼ିଶାର ଐତିହ୍ୟ ପରମ୍ପରା ଓ ପର୍ବପର୍ବାଣୀକୁ ବଜାୟ ରଖିବାର ଏହା ଅନନ୍ୟ ପ୍ରୟାସ। ରଜ ଆନନ୍ଦ ଉଲାସ ଓ ଉକ୍ତଣ୍ଠାର ପର୍ବବୋଲି ବିଧାୟକ ତାଙ୍କ ଅଭିଭାଷଣ ରେ ମତବ୍ୟକ୍ତ କରିଛନ୍ତି।
ଭୁବନେଶ୍ୱର ରଜ ମହୋତ୍ସବ ପରିଷଦ ଅନୁକୁଲ୍ୟରେ କଲ୍ୟାଣପୂରସ୍ଥିତ ସ୍ବସ୍ତିବନଠାରେ ଅଷ୍ଟମତମ ରଜମଉଜ -୨୦୨୫ ମହା ସମାରୋହରେ ଆରମ୍ଭ ହୋଇଛି।ଏଥିରେ ୪୦୦ରୁ ଉର୍ଦ୍ଧ ଦୋଳି ଲାଗିଥିବା ବେଳେ ଦୋଳି ଖେଳିବା ପାଇଁ ପ୍ରବଳ ଭିଡ ହୋଇଛି। ୧୪ରୁ ୧୭ ତାରଖ ପର୍ଯ୍ୟନ୍ତ ୪ଦିନ ଧରି ମହୋତ୍ସବ ଏଠାରେ ଚାଲିବ।ସବୁ ବର୍ଗିୟ ଲୋକଙ୍କ ପାଇ ପାରମ୍ପାରିକ ଖେଳ ଝୋଟି ରଙ୍ଗୋଲି ପୁଚିଖେଳ, ଦଉଡ଼ିଡିଆ,ମ୍ୟୁଜିକଚେୟାର,ସାଧାରଣଜ୍ଞାନ,କୁଇଜ୍

ପ୍ରତିଯୋଗିତା,ସଙ୍ଗୀତ,ନୃତ୍ୟ,ଶଙ୍ଖ,ହୁଳହୁଳି,ରଜପାନ, ନଦିଆ, ଓଡ଼ିଶୀ,କୀର୍ତ୍ତନ,ପସାଖେଳ,କବାଡି ଖେଳ, ଅରଟ,ମିକିମାଉସ ଆଦି ସହ ବିଭିନ୍ନ ପ୍ରତିଯୋଗିତା କରାଯାଇଛି।ପ୍ରତିଦିନ ୫ହଜାରେ ଲୋକଙ୍କ ପାଇଁ ମାଗଣା ଖାଇବା ସହ ରଜକୁଇନ୍ ବଛାଯିବା ପାଇଁ ବ୍ୟବସ୍ଥା କରାଯାଇଛି।ଭିଡ ନିୟନ୍ତ୍ରଣ ପାଇ ଭଲେଣ୍ଟର ନିଯୁକ୍ତି ସହ ନନ୍ଦନକାନନଥାନା ପୋଲିସ ମୃତାୟନ ଅଛନ୍ତି।ଏହି ଉଦଘାଟନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ମହୋତ୍ସବ ପରିଷଦର କାର୍ଯ୍ୟକାରୀ ସଭାପତି ତଥା ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର,ଗାନ୍ଧୀବାଦି ନେତା ପ୍ରତାପ ଚନ୍ଦ୍ର ରାଉତ,ଜିଲ୍ଲା ପରିଷଦସଭ୍ୟ। ବବିତା ରାଉତ, ଜ୍ଞାନରଞ୍ଜନ ରାଉତ(ହିରୋ),ସନ୍ତୋଷ ନାଥ,
ସମିତିସଭ୍ୟ ନିହାରକାନ୍ତ ପଢ଼ିହାରି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଉଦଘାଟନ ପରେ ଅତିଥିମାନେ ପ୍ରଥମେ ଦୋଳି ଖେଳି ଦୋଳି ଖେଳର ଆୟାରମ୍ଭ କରିଥିଲେ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Comments (0)
Add Comment