ମା ହେଲା ମୌସୁମୀ

ଜନ୍ମଦେଲା ଦୁଇଶାବକ

ବାରଙ୍ଗ,୮।୬(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେଶନିବାର ରାତିରେ ଦୁଇଟି ପର୍ଯ୍ୟାୟ ରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ।ପ୍ରଥମ ଛ୍ଛୁଆଶନିବାର ରାତି ୯:୧୫ ଏବଂ ଦ୍ଵିତୀୟ ଛୁଆ ରାତି ୧୧:୦୩ ସମୟରେ ଏନକ୍ଲୋଜର ୨୮ବି ରେ ଜନ୍ମ ଦେଇଛି।ଜନ୍ମିତ ଛୁଆ ମଧ୍ୟରୁଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି।ମାଆ ସହିତ ଥିବାରୁଜନ୍ମିତ ଛୁଆମାନଙ୍କ ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ।ମା ଛୁଆମନଙ୍କରଯତ୍ନ ନେଇଥିବାର ଜଣାପଡିଛି।୨୭ ଏବଂ ୨୮ ଫେବୃଆରୀ ୨୦୨୫ରେ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶଙ୍କ ମଧ୍ୟରେ ସଫଳ ମିଳନ ପରେ ମୌସୁମୀ ଦ୍ୱିତୀୟଥର ପାଇଁ

ମା ହେବାର ସୌଭାଗ୍ୟ ଅର୍ଜନ କରିଥିଲା।ଉଭୟ ପିତାମାତା ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ।ମୌସୁମୀ ୫ ଅଗଷ୍ଟ ୨୦୧୬ରେ ମନୀଷ ଏବଂ ସ୍ନେହାଙ୍କ ଔରସରେ ଏବଂ ରାଜେଶ ୨୨ ସେପ୍ଟେମ୍ବର ୨୦୧୮ରେ ରୋଶନ ଏବଂ ବିଜୟାଙ୍କ ଔରସରେ ଜନ୍ମ ଗ୍ରହଣ କରିଥିଲେ।ଏହି ଛୁଆ ଜନ୍ମ ପରେ ନନ୍ଦନକାନନର ବାଘ ସଂଖ୍ୟା ବୃଦ୍ଧି ପାଇ ୨୯ରେ ପହଞ୍ଚିଛି ସେଥି ମଧ୍ୟରେ ୧୭ ପୁରୁଷ, ୧୦ ମାଈ ଏବଂ ୨ ଶାବକ ଥିବାର ଜଣାପଡିଛି।ଯେଉଁଥିରେ ୧୯ ଟି ସାଧାରଣ ରଙ୍ଗର ବାଘ, ୬ ଟି ଧଳା ବାଘ ଏବଂ ୪ ଟି ମେଲାନିଷ୍ଟିକ୍ ବାଘ ଅଛନ୍ତି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Comments (0)
Add Comment