ପ୍ରଥମଦିନରୁ ମଧ୍ୟାହ୍ନ ଭୋଜନ

ଖାଦ୍ୟ ଯାଞ୍ଚ କରିପାରିବେ ମା

ଭୁବନେଶ୍ୱର,୧୬।୬(ଏସଏସନିଉଜ)ପିଲାଙ୍କମାଆ ମଧ୍ୟାହ୍ନଭୋଜନ ଯାଞ୍ଚ କରିପାରିବେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏଥି ନିମନ୍ତେ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରାଇବେ।ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ରହିଛି।DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ।ସବୁ ବିଦ୍ୟାଳୟରେ ଫୁଡ୍‌ ଟେଷ୍ଟିଂ ରେଜିଷ୍ଟର୍ ରହିବ।ଅଭିଭାବକ ବିଶେଷ କରି ମାମାନେ ଖାଦ୍ୟ ଯାଞ୍ଚ କରିପାରିବେ ବୋଲି କୁହାଯାଇଛି।

Comments (0)
Add Comment