ଜନ୍ମଦେଲା ଆନାକୋଣ୍ଡା

ବାରଙ୍ଗ,୨୯।୬(ଏସଏସନିଉଜ) ନନ୍ଦନକାନନ ପାଇଁ ଖୁସି ଖବର।ସରୀସୃପ ଉଦ୍ୟାନରେ ଥିବା
ହଳଦିଆ ଆନାକୋଣ୍ଡା ଛୁଆ ଦେଇଛି।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ୭ଟିହଳଦିଆ ଆନାକୋଣ୍ଡାଙ୍କ ଜନ୍ମଗ୍ରହଣ କରିଛନ୍ତି।୨୨ଅକ୍ଟୋବର ୨୦୧୯ରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ହଳଦିଆ ଆନାକୋଣ୍ଡାଙ୍କୁ ଅଣାଯାଇଥିଲା।ଜୁଲାଇ ୨୦୨୨ରେ ଏମାନଙ୍କର ଶେଷ ପ୍ରଜନନ ରହିଥିଲା।୬ଜୁଲାଇ୨୦୨୨ରେ ଗୋଟିଏ ଅଣ୍ଡା ଏବଂ ୮ଜୁଲାଇ ୨୦୨୨ରେ ଆଉ ଆଠଟିଛୁଆ ଜନ୍ମ

ହୋଇଥିଲା।ଏହି ନୁଆଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।ସେଥିମଧ୍ୟରୁ ଦୁଇଟି ବୟସ୍କ ପୁରୁଷ, ଦୁଇଟି ବୟସ୍କ ମାଈ ଏବଂ ଦଶଟି ଛୋଟ ହଳଦିଆ ଆନାକୋଣ୍ଡା ଅଛନ୍ତି।ଶୀଘ୍ର ଆଉ ଗୋଟିଏ ମାଈ ଆନାକୋଣ୍ଡା ପ୍ରସବ କରିବାର ଆଶା କରାଯାଉଛି। ସରୀସୃପଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ଚିଡ଼ିଆଖାନାପକ୍ଷରୁ କରାଯାଉଥିବା ପ୍ରୟାସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ନନ୍ଦନକାନନ ଉପ – ନିର୍ଦ୍ଦେଶକ ସନତକୁମାରନାରାୟଣ ସୂଚନା ଦେଇଛନ୍ତି।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment