ଭୁବନେଶ୍ୱର,୩।୭(ଏସଏସନିଉଜ)ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଲେ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି।ଝାଡ଼ଖଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ।ତେଣୁହୀରାକୁଦ ପାଇଁ ବିପଦ ନାହିଁ। ବୈତରଣୀର ଉପରମୁଣ୍ଡରେ ବର୍ଷା ହେବ।ଅସମୟରେ ବର୍ଷା କାରଣରୁ ଗାଁଭିତରୁ ପାଣି ଛାଡ଼ୁନି।ଝାଡ଼ଖଣ୍ଡ ଚାନ୍ଦିଲିର ୬ଟିଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।ଘାଇ କେଉଁଠି ବି ହୋଇନି, ବର୍ଷାର ପରିମାଣ ସବୁଠି ଅଧିକ ରହୁନି।ମହାନଦୀରେ ୬୦ ମି.ମି, ବ୍ରାହ୍ମଣୀରେ ୩୦ ମି.ମି ବର୍ଷା ହୋଇଥିବାର ଜଣାପଡିଛି।ଏକକାଳୀନ ଉପର ଓ ତଳ ମୁଣ୍ଡରେ ବାଦଲ ଫାଟିଲେ ବନ୍ୟା ହେବ।ବାଦଲଫଟା ବର୍ଷାର ସମ୍ଭାବନା ନାହିଁ। ଡ୍ୟାମ୍ ଅବବାହିକାରେ ବର୍ଷା ଉପରେ ବନ୍ୟା ସ୍ଥିତି ନିର୍ଭର କରୁଛି ବୋଲି କହିଛନ୍ତି।ଅନ୍ୟପଟେଅସ୍ଥାୟୀ ମାଟିବନ୍ଧ ଉପରେ ଚାଲିଲା ପାଣି।କେନ୍ଦୁଝରର ଯୋଡ଼ା କାନପୁର ଡ୍ୟାମ୍ର ସ୍ପିଲ୍ ୱେ ଉପରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ କରିଛି।ଉପର ମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ର ସ୍ପିଲ୍ ୱେ ଉପରେ ଜଳ ପ୍ରବାହିତ ହେବା ଆରମ୍ଭ କରିଛି।ତେବେ ତଳି ଅଞ୍ଚଳରେ ବନ୍ୟା ଭୟ ନଥିବା ଡ୍ୟାମ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୂଚନା ଦେଉଛନ୍ତି।