ଜମିଜାଲିଆତି କରି ବିକି

୩ଗିରଫ

ଭୁବନେଶ୍ୱର,୯ା୭(ଏସଏସନିଉଜ)ଫରଜରିକରି ଜମି ବିକିବା ଓ ପରବର୍ତିସମୟରେ ଜଚ୍ଚାପଡିବାପରେ ଟଙ୍କା ଫେରସ୍ତ ନଦେବା ଓ ଧମକ ଦେବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ତିନିଜଣଙ୍କୁ ଗିରଫ କରି ବୁଧବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାରଙ୍ଗଥାନା ଅଧିନସ୍ଥ ଦାଢାପାଟଣାଗ୍ରାମର ଭାରତ ସାହୁ ଏବଂ ସୁଧାକର ସାହୁ କଟକ ନୁଆସାହିର ଦେବାଶିଷ ଦାସା
ପ୍ରକାସଯେ,, ଗତ ୨୦୨୨ ମସିହାରେ, କଟକ ହସ୍ପିଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ଏମଡି ଡାକ୍ତର ମାୟା ଗନ୍ତାୟତ ନନ୍ଦନକାନନ ନିକଟରେ ଜମି କିଣିବାକୁ ଚାହୁଁଥିଲେ। ସେ ଜମ ଦଲାଲ ଦେବାଶିଷଦାସଙ୍କ ସମ୍ପର୍କରେ ଆସିଥିଲୋ ଯିଏ ତାଙ୍କୁବାରଙ୍ଗଥାନା ଅଧିନସ୍ଥ ଦାଢାପାଟଣାଗ୍ରାମର ହରିସାହୁଙ୍କ ପୁଅ ଭରତ ସାହୁ ଏବଂ ସୁଧାକର ସାହୁଙ୍କ ସହିତ ପରିଚୟ କରାଇଥିଲୋ ଯେଉଁମାନେ ଦାଢା ମୌଜା, ପ୍ଲଟ୍ ନମ୍ବର ୬୪୫, ଖାତା ନମ୍ବର ୨୪୦ର ପ୍ରକୃତ ମାଲିକ ବୋଲି ଦାବି କରିବାରୁ ତାଙ୍କ ଉପରେ ବିଶ୍ୱାସ କରି ଗନ୍ତାୟତ୧କୋଟି୨୮ଲକ୍ଷଟଙ୍କା ପ୍ରଦାନ କରିବାସହ ୨୦୨୨ମସିହାଅଗଷ୍ଟ୩ତାରିଖରେ ଜମିକୁ ରେଜେଷ୍ଟି କରିଥିଲୋ ପରେ ଉକ୍ତଜମିଟିକୁ ସରକାର ୨୦୦୩ ମସିହାରେଅଧିଗ୍ରହଣ କରି ହରି ସାହୁଙ୍କୁ କ୍ଷତିପୂରଣରାଶି ପ୍ରଦାନ କରିଥିବାର ଜାଣିବାକୁ ପାଇଥିଲେ ।କିନ୍ତୁ ଜମିର ମାଲିକାନା ଆରଓଆର ରେ ଅପଡେଟ୍ ହୋଇନ ଥିବାର ସୁଯୋଗକୁ ବ୍ୟବହାର କରିସରକାରୀ ସମ୍ପତ୍ତି ଜାଣି ମଧ୍ୟ ଜାଲିଆତି କରି ବିକ୍ରୟ କରାଯାଇଥିଲା ବୋଲି ଜାଣିବାକୁ ପାଇଥିଲେ ।ପରେ ଏବିଷୟରେ ଡାକ୍ତର ଇଓଡବ୍ଲୁ୍ୟ,ସିଆଇଡି ଭୁବନେଶ୍ୱରକୁ ଘଟଣା ସର୍ମ୍ପକରେ ଜଣାଇବାପରେ ଭରତ ଓ ସୁଧାକର୮୦ଲକ୍ଷଟଙ୍କା ଫେରାଇବା ସହ ଅବଶିଂଷ୍ଟାଶ ୪୮ଲକ୍ଷଟଙ୍କା ଆଉ ଫେରାଇନଥିଲେ ଓ ଧମକ ମଧ୍ୟ ଦେଇଥିଲେ ।ନନ୍ଦନକାନନଥାନା ଅଧିକାରୀ ସମିତାମିଶ୍ର ତଦନ୍ତ କରିବା ବେଳେ ଭରତ ଓ ସୁଧାକର ଆଇନଗତ ଜମିଦାର ଭାବରେ ନିଜକୁ ପରିଚୟ ଦେଇ ଏକ ଜାଲ୍ ବିକ୍ରୟଡିଡ୍ ପ୍ରସ୍ତୁତ କରି ପୁରୁଣା ରାଜସ୍ୱ ରେକର୍ଡର ଅପବ୍ୟବହାର କରି ଠକେଇକରିଥିବାର ଜାଣିବାକୁ ପାଇଥିଲେ ।ନନ୍ଦନକାନନଥାନାପୋଲିସ ଡାକ୍ତର ମାୟା ଗନ୍ତାୟତଙ୍କ ଅଭିଯୋଗ ଆଧାରରେ ୨୩୭/୨୫କେଶନଂରେ ଏକ ମକଦ୍ଦମାରୁଜୁକରି ଦେବାଶିଷ ଦାସ, ଭାରତ ସାହୁ ଏବଂ ସୁଧାକର ସାହୁଙ୍କୁ ଗିରଫ କରି ବୁଧବାରଦିନ କୋର୍ଟଚାଳଣ କରିଛି ।

Comments (0)
Add Comment