Browsing category

ମହାନଗର

LOCରେ ପାକ୍‌ସେନାର ଫାୟାରିଂ

ଭୁବନେଶ୍ଵର,୨୫।୪(ଏସଏସନିୟୁଜ)LOCରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ଆରମ୍ଭ ହୋଇଛି। ପାକ୍‌ ସେନାକୁ ଜବାବ ଦେଇଛି ଭାରତୀୟ ସେନା।ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ।ଅନ୍ୟପଟେ ଆତଙ୍କୀର ଘର ଉଡ଼ାଇଛନ୍ତି ସୁରକ୍ଷାକର୍ମୀ।ପହଲଗାମ ଷଡ଼ଯନ୍ତ୍ରରେ ସାମିଲ ସନ୍ଦେହରେ ବୁଲିଛି ବୁଲ୍‌ ଡୋଜର।ଜମ୍ମୁକାଶ୍ମୀର ପହଲଗାମର ଜଣେ ଆତଙ୍କୀଙ୍କ ଘରେ ବୁଲିଲା ବୁଲଡୋଜର।ବୁଲ୍‌ ଡୋଜର ବୁଲିବା ସହ ବ୍ଲାଷ୍ଟ କରି ଘର ଉଡ଼ାଇଲେ ସୁରକ୍ଷାକର୍ମୀ।ସ୍ଥାନୀୟ ଅଞ୍ଚଳର ଆସିଫ ସେଖ୍‌ ତଥା ଆଦିଲ୍‌ର ଘର ଉଡ଼ାଇଲେ।ଆକ୍ରମଣ ଷଡ଼ଯନ୍ତ୍ରରେ ଆଦିଲ ସାମିଲ ନେଇ ସନ୍ଦେହ ହୋଇଥିଲା।

ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ଵର,୨୪।୪(ଏସଏସନିୟୁଜ)ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଛି। କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇ ଗୁଣ ବୃଦ୍ଧି ହୋଇଛି।ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪୩୦୦ରୁ ୮୬୦୦ ଟଙ୍କାକୁ ବଢ଼ିଲା ।SI, ASIଙ୍କ ପୋଷାକ ଭତ୍ତା ୪୨୦୦ରୁ ୮୪୦୦ ଟଙ୍କା,ହାବିଲଦାର, କନଷ୍ଟେବଲ ଓ ସିପାହୀଙ୍କ ୫ ହଜାରରୁ ୧୦ ହଜାର, ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ୧୧୮୦୦, କନଷ୍ଟେବଲ, ସିପାହୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାର,ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ […]

ପହଲଗାମ୍‌ ନରସଂହାରକୁ ନେଇ ବଡ଼ ଘୋଷଣା

ଭୁବନେଶ୍ଵର,୨୩।୪(ଏସଏସନୀୟୂଜ) ପହଲଗାମ୍‌ ନରସଂହାରକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି।ଏହି ଘୋଷଣା ଅନୁଯାୟୀ ଅଟାରୀ-ୱାଘା ସୀମାକୁ ବନ୍ଦ ଘୋଷଣା କରିଛି ଭାରତ।ସପ୍ତାହେ ମଧ୍ୟରେ ପାକିସ୍ତାନ ନାଗରିକ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ବାତିଲ ହୋଇଛି।ଦୂତାବାସ କର୍ମଚାରୀ ସଂଖ୍ୟା ୩୦କୁ ହ୍ରାସ ନିଷ୍ପତ୍ତି ହୋଇଛି।କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ମନା କରାଯାଇଛି।ଅନ୍ୟପଟେଆତଙ୍କୀଙ୍କ ସୂଚନା ଦେଲେ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ କୁହାଯାଇଛି।ପହଲଗାମ୍‌ ନରସଂହାରରେ ସମ୍ପୃକ୍ତ […]

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ବର,୨୩।୪(ଏସଏସନୀୟୂଜ)ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତିନୋଟି କୋର୍ଟ […]

କାଲିଠାରୁ ସ୍କୁଲପିଲାଙ୍କ ପାଇଁ ଖରାଛୁଟି

ଭୁବନେଶ୍ବର,୨୨।୪(ଏସଏସନୀୟୂଜ)ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି […]

ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଏକତ୍ରିଂଶତିତମ ସମାବର୍ତ୍ତନ ଉତ୍ସବ”

ଚନ୍ଦ୍ରଶେଖରପୁର,୧୩/୦୪ (ଏସଏସନିୟୁଜ) ପଟିଆ କନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଏକତ୍ରୀଂଶତିତମ ସମାବର୍ତ୍ତନ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ଉଦ୍ଘାଟନ କରିଥିଲେ। ମୁଖ୍ଯ ଅତିଥି ବିଶିଷ୍ଟ ପ୍ରବାଚିକା ସୁଶ୍ରୀ ପ୍ରିୟଭାଷିଣୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଉତ୍ସବରେ ମୁଖ୍ଯ ବକ୍ତା ପ୍ରଫେସର ଗୌରମୋହନ ପରିଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ […]

ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଅଷ୍ଟମ ସମାବର୍ତ୍ତନ ଉତ୍ସବ”

ଚନ୍ଦ୍ରଶେଖରପୁର,୧୩/୦୪ (ଏସଏସନିୟୁଜ) ପଟିଆ କନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଅଷ୍ଟମ ବାର୍ଷିକୋତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗଣେଶ ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲ କରିଥିବା କୃତିତ୍ବକୁ ଭୁୟସୀ ପ୍ରଶଂସା କରିଥିଲେ।ଉକ୍ତ ଉତ୍ସବର ମୁଖ୍ଯ ବକ୍ତା ପ୍ରଫେସର ଡଃ ଶରତ ଚନ୍ଦ୍ର ପରିଡା ଯୋଗ ଦେଇ ଶିଶୁକୁ ଚିହ୍ନିବା […]

ହାତୀଭଳି ବଜେଟ, ପିମ୍ପୁଡି ଭଳି ଖର୍ଚ୍ଚ- ଅରୁଣ

ଭୁବନେଶ୍ବର,୩୦।୩(ଏସଏସନିୟୁଜ)ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।ସେ କହିଲେ, ଡବଲ ଇଂଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି। ଭାରତୀୟଙ୍କ ହାତରେ କଡୀ ଓ ଗୋଡ଼ରେ ପେଡି ଲଗାଇ ଅଣା ଯାଉଥିବାବେଳେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି।ଲୁଟେରାମାନେ ଭାରତ ଲୁଟି ବିଦେଶରେ ଆରାମରେ ଅଛନ୍ତି। […]

ସ୍ବେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ!

ଭୁବନେଶ୍ଵର,୨୯।୩(ଏସଏସନିୟୁଜ)ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ଭିଆରଏସ୍‌ ନେଇଥିବାର ସୂଚନା ମିଳୁଛି। ସ୍ବେଚ୍ଛାକୃତ ଅବସର ଲାଗି ସୁଜାତାପୂର୍ବରୁ ଆବେଦନ କରିଥିଲେ କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତେବେ ଏବେ ସେ କଣ କରିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

୨୫ ଯାଏଁ କାଳବୈଶାଖୀ ବର୍ଷା !

ଭୁବନେଶ୍ୱର,୨୨।୩(ଏସଏସନୀୟୂଜ)ତାଣ୍ଡବ ରଚୁଛି କାଳବୈଶାଖୀ । ଆଜି ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ହୋଇଛି।କାଳବୈଶାଖୀ ପାଇଁ ୩୦ ଜିଲ୍ଲାକୁ ବଜ୍ରପାତ ଓ ପବନ ବହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିପାରେ ।ଏହାସହ ଘଡ଼ଘଡ଼ି , ବର୍ଷା ଓ ପବନ ବୋହିବା ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ […]