ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ସ୍ଥାପତ୍ୟ କର୍ମଶାଳା

ପୁରୀକୁ ବିଶ୍ୱସ୍ତରୀୟ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ

କଟକ,୫।୬(ଏସଏସନିଉଜ) ବିଦ୍ୟାଧରପୁର ଗୋଡ଼ିସାହିସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସ୍ଥାପତ୍ୟ ବିଭାଗ ପକ୍ଷରୁ “ରି-ଇମାଜିନିଂ ସ୍ପେସଲ୍ ପ୍ଲାନିଂ ଫ୍ରମ୍ ୱିମେନ୍ସ ପର୍ସପେକ୍ଟିଭ୍” ଶୀର୍ଷକ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୩ ଓ ୪ତାରିଖ ଦୁଇଦିନଧରି ଅନୁଷ୍ଟିତ ହୋଇଥିବା ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ସହର ଓ ଗାଁଠାରୁ ଆରମ୍ଭ କରି ଯେ କୌଣସି ଅଞ୍ଚଳର ଭୌଗୋଳିକ କ୍ଷେତ୍ର ଯୋଜନା ପ୍ରସ୍ତୁତି ସମୟରେ ମହିଳାମାନଙ୍କ ଆବଶ୍ୟକତା, ଅନୁଭବ ଏବଂ ସୁରକ୍ଷାକୁ ଗୁରୁତ୍ୱ ଦେଇ ନୂଆ ଏକ ଦୃଷ୍ଟିକୋଣରୁ ଚିନ୍ତା କରିବା ।ସାର୍ବଜନିକ ସ୍ଥାନରେ ପର୍ଯ୍ୟାପ୍ତ ଶୌଚାଳୟ,ସଡ଼କ,ପାର୍କ ଏବଂ ଧାର୍ମିକସ୍ଥଳୀଗୁଡ଼ିକରେ ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷକରି ଏସବୁ କ୍ଷେତ୍ରରେ ମହିଳା ପ୍ଲାନର ଏବଂ ଆର୍କିଟେକ୍ଟ ମାନଙ୍କ ସଂଖ୍ୟାବୃଦ୍ଧି ହେଉଥିବା ପରିଲକ୍ଷିତ ହୋଇଥିଲା ।
ଏହି ଦୁଇଦିନିଆ ସ୍ଥାପତ୍ୟ କର୍ମଶାଳାରେ ବିଶିଷ୍ଟ ଅନ୍ତର୍ଜାତୀୟ ଶିକ୍ଷାବିତ୍ ଡ. ସଞ୍ଜିବ ବିଦ୍ୟାର୍ଥୀ, ପ୍ରଫେସର ମାଧବୀ ଦେଶାଇ, ଯୁବ ଆର୍କିଟେକ୍ଟ ମିସ୍ ପାୟଲ ଶାହା, ପ୍ରଫେସର ନିରଜ ଗୁପ୍ତା ପ୍ରମୁଖ ଅଫ୍ ଲାଇନ୍ ମାଧ୍ୟମରେ ନିଜ ନିଜର ବହୁମୂଲ୍ୟ ଅଭିବ୍ୟକ୍ତି ରଖିଥିଲେ । ଡ. ବିଦ୍ୟାର୍ଥୀ ଲ୍ୟାଣ୍ଡସ୍କେପ୍ ଆଣ୍ଡ ସ୍କେଲ୍ ଉପରେ ନିଜର ଅଭିଭାଷଣ ରଖିଥିଲେ । ସାରା ଦେଶରେ କିଭଳି ସବୁ ଋତୁପାଇଁ ସଡ଼କ ଓ ଗମନାଗମନବ୍ୟବସ୍ଥା ବାହାଲ ହୋଇପାରିବ, ଏହାଦ୍ୱାରା କିଭଳି ସହରାଞ୍ଚଳର ବିକାଶ ହୋଇପାରିବ, ସେ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ସ୍ଥାପତ୍ୟ କ୍ଷେତ୍ରରେ ମହିଳାମାନଙ୍କ ସଂଖ୍ୟାବୃଦ୍ଧି ଏକ ଶୁଭ ସୂଚନା ବୋଲି କହିଥିଲେ । ତେବେ ପ୍ଲାନିଂକ୍ଷେତ୍ରରେ ପ୍ଲାନରଙ୍କ ଲିଙ୍ଗ ନୁହେଁ, କେବଳ କୌଶଳ ହିଁ ସେମାନଙ୍କ ସଫଳତାର ମାପକାଠି ହେବା ଉଚିତବୋଲି ସେ ଦର୍ଶାଇଥିଲେ ।ପ୍ରଫେସର ମାଧବୀ ଦେଶାଇ ଭାରତୀ ସହର ଓ ଏହାର ପ୍ଲାନିଂ ସମ୍ପର୍କରେ କହିଥିବା ବେଳେ ଏଥିରେ ମହିଳା ସ୍ଥପତିମାନଙ୍କ ଭୂମିକା ମଧ୍ୟ ଅନସ୍ୱୀକାର୍ଯ୍ୟ ବୋଲି କହିଥିଲେ । ଅଲଟ୍ରାଟେକ୍ ସିମେଣ୍ଟ ପକ୍ଷରୁ ଯୋଗ ଦେଇଥିବା ଯୁବ ଆର୍କିଟେକ୍ଟ ମିସ୍ ପାୟଲ ଶାହା ବିଲଡିଂ ସଲ୍ୟୁସନରେ ତାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।କୁଳପତି ଡ. ତେଜପ୍ରତାପ, ସମ୍ପୃକ୍ତ ବିଭାଗର ଡିନ୍ କେ. ମୋହନ ମଧ୍ୟ ଉପସ୍ଥିତ ଥିଲେ ।ଅନ୍ ଲାଇନରେ ରାଜ୍ୟ ନଗରଉନ୍ନୟନ ଓ ଗୃହନିର୍ମାଣବିଭାଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଜିତା କୁଲକର୍ଣ୍ଣୀ ପ୍ରମୁଖ ଯୋଗଦେଇଥିଲେ ।ଶ୍ରୀମତି ରଜିତା କୁଲକର୍ଣ୍ଣୀଙ୍କ ଧନ୍ୟବାଦର ପ୍ରତ୍ୟୁତ୍ତରରେ ମନ୍ତ୍ରୀ ମହାପାତ୍ର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପ୍ରକାର କର୍ମଶାଳା ବର୍ତ୍ତମାନ ପିଢ଼ିକୁ ନୂଆଦିଶା ଦେଖାଇବ ବୋଲି କହିଥିଲେ । ଏଥିସହ ପୁରୀକୁ ବିଶ୍ୱସ୍ତରୀୟ କରିବାଦିଗରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ସହାୟତା କାମନା କରିଥିଲେ ।ପ୍ରଫେସର କୁଲକର୍ଣ୍ଣୀ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ନିର୍ମାଣ କରାଯାଇଥିବା ଆଇକନିକ୍ ଟାୱାରର ଉଦାହରଣଦେଇ ଏହାର ସ୍ଥାପତ୍ୟକୁ ଭୂୟସୀ ପ୍ରଶଂସା କରିବାସହ ଏହାର ନିର୍ମାଣଶୈଳୀ ଅଦ୍ୱିତୀୟ ବୋଲି କହିଥିଲେ । ଓଡ଼ିଶା ବର୍ତ୍ତମାନ ପ୍ରଗତିପଥରେ ଆଗେଇ ଚାଲିଥିବା ବେଳେ ରାଜ୍ୟବାହାରୁ ମଧ୍ୟ ଉନ୍ନତ ସ୍ଥପତିମାନଙ୍କୁ ଆକର୍ଷିତ କରିବାକୁ ଏଠାରେ ଭିତ୍ତିଭୂମି ରହିଛି । ତେଣୁ ସେଦିଗରେ ରାଜ୍ୟସରକାର କାର୍ଯ୍ୟ କରିବାକୁ ସେ ମନ୍ତ୍ରୀ ମହାପାତ୍ରଙ୍କୁ ଅନୁରୋଧ କରିଥିଲେ ।

ପ୍ରଥମ ଓ ଦ୍ୱିତୀୟଦିନରେ“ୱିମେନ୍ସ ରୋଲ୍ ଇନ୍ ଏନଭିରନମେଣ୍ଟ ରେସିଲିଏନ୍ସ, ଆଡାପ୍ଟିବିଲିଟି ଆଣ୍ଡ ଚେଞ୍ଜ ମ୍ୟାନେଜମେଣ୍ଟ,ୱିମେନ୍ ଆଣ୍ଡ୍ ପ୍ଲେସ୍-ମେକିଂ,ଆକ୍ସେସିବିଲିଟି, ମୋବିଲିଟି ଆଣ୍ଡ ଆପ୍ରୋଚେ ବିଲିଟି ଏବଂ ଏଆଇ ଗଭର୍ଣ୍ଣାନ୍ସ ଆଣ୍ଡ ୱିମେନ୍ ଏମ୍ପାୱାରମେଣ୍ଟ ଆଦି ଚାରିଟିଥିମ୍ ବା ବିଷୟବସ୍ତୁ ଉପରେ ଚର୍ଚ୍ଚା ଆଲୋଚନା ହୋଇଥିଲା । ଉକ୍ତ ବିଷୟବସ୍ତୁ ଉପରେ ଆଲୋଚନା କାଳରେ ଅର୍ଚ୍ଚନା ବଘେଲ, ଶ୍ରେୟା ପାରେଖ, ଆର୍କିଟେକ୍ଟ ରାଧା ଗାୟକୱାଡ୍, ଆର୍କିଟେକ୍ଟ ବୃଶାଳୀ ଏସ୍. ପାୱାର, ଅଞ୍ଜଳି ସଦାନନ୍ଦ, ଅହଲ୍ୟା ବାଇଜୁ, ଶବ୍ଦ ମିରାକ୍ଲିନ୍, ଲୁଲୱା ଖଲିଲ, ପ୍ରିୟଙ୍କା କୁରିଲ, ଜୟ ସେନ୍, ଡ. ଅର୍କୋପାଲ କେ. ଗୋସ୍ୱାମୀ, ସାମନ୍ଥା ଭି. ଆର୍ବୋଟାଣ୍ଟେ, ମାକା ଆମୋର ପି. ୟାରେସ୍, ଏପ୍ରିଲ ଡନ୍, ଏଲ୍ ଗୋଲିମଲିନ୍, ଇସିଦୋରୋ ଆର୍. ମାଲେକ୍ୟୁ, ପ୍ରିଥା ଜ୍ୟାକବ୍, ଶିବା ଚନ୍ଦର୍, ଅମୃତବର୍ଷିଣୀ ଏମ୍., ଅସ୍ମିତା ଯାଦବ, ରଶ୍ମି କୁମାରୀ, ଶ୍ରେୟା ପାରିଖ, ଖୁସବୁ ଗୋୟଲ, ଅର୍ଚ୍ଚନା ସିଂ ରାଠୋର,ଗୌରାଙ୍ଗୀ ଆର୍ଯ୍ୟା, ଶ୍ୱେତା ଶର୍ମା,ମୋନାଲି ୱାଙ୍କର,ରଶ୍ମି ଆଷ୍ଟ୍,ରେଣୁକା ଦେବୀ,ପବିତ୍ରା ଆନ୍ନାଦୁରାଇ,ମିନଲ୍ ବୈଶ୍ୟ, ମୋନା ଆୟାର,ନାଗେଶ୍ୱର ପାଟିଦାର, କ୍ରାତି ଜୈନ,ଡ.ଗୌରୀ ଓରାମ, ଶୋଭନ ଶାହା,ଅନ୍ୱେଷା ବିଷ୍ଣୁ ଏବଂ ଇନ୍ଦୁ ଅଗ୍ରୱାଲ ପ୍ରମୁଖ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମ ଆୟୋଜନରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆର୍କିଟେକ୍ଟ ଆର୍. ଏନ୍. ଭଟ୍ଟାଚାର୍ଯ୍ୟ,ଆର୍କିଟେକ୍ଟ ଦେବାଶିଷ ଦାସ,ପ୍ରଫେସର ଆର୍କିଟେକ୍ଟ ସୟଦ୍ ଅନିଶା ଆଝାରୁନ୍ନିସା,ଆସିଷ୍ଟାଣ୍ଟ ପ୍ରଫେସର ଡ. ସ୍ୱାଗତିକା ମିଶ୍ର,ଆର୍କିଟେକ୍ଟ ଜୁଲିଏଟ୍ ପ୍ରଧାନ,ଡ.ପାର୍ଥସାରଥୀ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।(ଜ୍ଞାନଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment