ବିକଶିତ କୃଷି ସଂକଳ୍ପ ଅଭିଯାନ ପାଇ ତାଲିମନେଲେ କୃଷକ

ମେଣ୍ଢାଶାଳ,୨।୬(ଏସଏସନିଉଜ)ସୋମବାର ଦିବା ୧୧ଘଟିକା ସମୟ ରେ ମେଣ୍ଢାଶାଳ ପଞ୍ଚାୟତ କାର୍ଯ୍ୟଳୟ ଆଗରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଏକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି।ଗ୍ରାମାଞ୍ଚଳରେ କୃଷକମାନେ କିଭଳି ନୂତନ ପ୍ରଯୁକ୍ତି ଵିଦ୍ୟା ଓ ସରକାରୀ ଯୋଜନାର ଲାଭ ପାଇପାରି ସସକ୍ତ ହୋଇପାରିବେ ସେଥିପାଇଁ ବୁଝାଯିବା ସହ ତାଲିମ ଦିଆଯାଇଥିଲା।ଏହି ତାଲିମ ଶିବିରରେ ଭାରତୀୟ କୃଷି ଗବେଷଣା ସିଫାର ନିର୍ଦେଶକ ଡ.ପିକେ ସାହୁ, ସିଫାର ସିଏଓ ଏଚ. ଏଲ. ମିନା, ଡ.ହରପ୍ରିୟା ନାୟକ,ପ୍ରଫେସର କେସି ଦାସ, ଡ.ରେଖା ଦାସ,ସୁକାନ୍ତି ବେହେରା, ଖୋର୍ଦ୍ଧାଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ସେନାପତି ପ୍ରମୁଖ ଯୋଗଦେଇ ଉପଯୁକ୍ତ ଜ୍ଞାନ କୌଶଳରେ ଉନ୍ନତମାନର ଚାଷ କରିବା ଦିଗରେ ଚାଷୀମାନଙ୍କୁ ବୁଝାଇଥିଲେ।ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା,କୃଷି ଯାନ୍ତ୍ରିକ କରଣ,ଶୀତଳଭଣ୍ଡାର ପ୍ରତିଷ୍ଠା,ଆଳୁ ଚାଷକୁ ପ୍ରୋତ୍ସାହନ,କୃଷି ଉପ୍ତାଦନ କ୍ଳଷ୍ଟର ଓ ଜଳଧାରା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ଥିବା ଚାଷୀମାନଙ୍କୁ ବୁଝାଇଥିଲେ। ଏହି କୃଷକ ତାଲିମ ଶିବିରରେ ପ୍ରାୟ ୩୦୦ ମହିଳା ଓ ପୁରୁଷ କୃଷକ ଅଂଶଗ୍ରହଣ କରିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment