Browsing category

ଅପରାଧ

ମହାନଦୀକୁ ଡେଇଁଲେ ଯୁବକ

ସମ୍ବଲପୁର,୨୭ା୭(ଏସଏସନିଉଜ) ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି ଗୋବିନ୍ଦତୋଲା ଅଞ୍ଚଳର ଜଣେ ଯୁବକ । ଭୋର ସମୟରେ ଏହି ଅଘଟଣ ଘଟିଛି। ଟାଉନ ଥାନା ଅନ୍ତର୍ଗତ ଚାଉରପୁର ବ୍ରିଜ ଉପରୁ ପାଣିକୁ ଡେଇଁ ଯୁବକ ନିଖୋଜ ହୋଇଥିବାର ଜଣାପଡିଛି ।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

ଭଦ୍ରକରେ ଚାଞ୍ଚଲ୍ୟ

ଭଦ୍ରକ,୨୭ା୭(ଏସଏସନିଉଜ) ପାରିବାରିକ କଳହରୁ ନାବାଳକ ପୁଅସହ ମିଶି ସ୍ତ୍ରୀସ୍ୱାମୀକୁ ଛୁରି ଭୁସି ହତ୍ୟା କରିବା ଭଳି ଘଟଣା ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟିକରିଛି ।ଭଦ୍ରକ ଗ୍ରାମାଞ୍ଚଳଥାନା ବାଣିତିଆପଞ୍ଚାୟତ ମହଲାସାହିରେ ଏହି ଅଘଟଣ ଘଟିଛି । ବାଣିତିଆ ପଞ୍ଚାୟତ ମହଲା ସାହିର ମଞ୍ଜୁଲତାଙ୍କୁ ବାହା ହୋଇ ସୁରେଶଲାଲ ଘରଜ୍ବାଇଁ ଭାବେ ରହୁଥିଲା।ଗତକାଲିରାତିରେ କୈାଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ତୀବ୍ର ରୂପ ନେଇଥିଲା। ମଞ୍ଜୁଲତା ନାବାଳକ ପୁଅ ସହାୟତାରେ ସ୍ୱାମୀସୁରେଶକୁ ଛୁରିରେ ଭୁସି ଦେବାରୁ ଘଟଣାସ୍ଥଳରେ ସୁରେଶର ମୃତ୍ୟୁ […]

ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ

ଡେଲାଙ୍ଗ,୨୫ା୭(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଡେଲାଙ୍ଗବ୍ଲକ୍‌ର କନିଷ୍ଠଯନ୍ତ୍ରୀ ରଜନୀକାନ୍ତମାଝି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ବିଲ୍ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ।ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଏକ ମାମଲା ରୁଜୁକରି ତଦନ୍ତଚଳାଇଥିବା ସୂଚନା ମିଳିଛି।ଡେଲାଙ୍ଗବ୍ଲକର ରେଞ୍ଚପଞ୍ଚାୟତ ଅଧୀନ ପିଢ଼ପାଟଣା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣପାଇଁ ୭ଲକ୍ଷଟଙ୍କା ମଞ୍ଜୁର ହୋଇଥିଲା। ଏହି ଗୃହନିର୍ମାଣ କରୁଥିବା ଠିକାଦାରଙ୍କ ଫାଇନାଲ୍ ବିଲ୍ ପାସ୍ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଲାଞ୍ଚ […]

ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

ସମ୍ବଲପୁର,୨୬ା୭(ଏସଏସନିଉଜ) ଜମନକିରାଥାନା ୫୩ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେସରାଠାରେ ୧୪ଚକିଆ କୋଇଲା ବୋଝେଇ ଟ୍ରକ ଏବଂ ୪୦୭ ଗାଡ଼ି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି।ଫଳରେ ଦୁଇଟିଟ୍ରକ ଓଲଟି ପଡ଼ିଥିବାବେଳେ ଟ୍ରକରୁ ବାହାରି ନପାରି ୪୦୭ଗାଡ଼ି ସହ ଜିଅନ୍ତା ଜଳିଯାଇଛନ୍ତି ଡ୍ରାଇଭର। ମୃତଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅନ୍ୟପଟେ ଗୁରୁତର ଅବସ୍ଥାରେ ୪୦୭ର ହେଲ୍ପରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଛି ।

୨୦ଗ୍ରାମ ବ୍ରାଉନସୁଗାର ଜବତ

ମେଣ୍ଢାଶାଳ,୨୫ା୭(ଏସଏସନିଉଜ) ମଙ୍ଗଳବାର ସକାଳେ ଭୁବନେଶ୍ୱର ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ଚନ୍ଦକାଥାନା ଅଧିନସ୍ଥ ଘଙ୍ଗାପାଟଣାଗାଁପାଖରୁ ୨୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ଘଙ୍ଗାପାଟଣାଗାଁର ବିରେନ୍ଦ୍ରବିଶ୍ୱାଳ ନାମକ ବ୍ୟକ୍ତିକୁ ଗିରଫ କାରଯାଇଛିାବିରେନ୍ଦ୍ର ବ୍ରାଉନସୁଗାର ଧରି ଗାଁମୁଣ୍ଡରେ ବିକ୍ରି ଉଦ୍ଦେଶ୍ୟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା । କୈାଣସିସୁତ୍ରରୁ ଖବରପାଇ ଅବକାରୀବିଭାଗର ଅଧିକାରୀମାନେ ସେହିସମୟରେ ଚଢଉ କରିଥିଲେ ।ଚଢଉ ବେଳେ ବିରେନ୍ଦ୍ର ପାଖରୁ ବ୍ରାଉନସୁଗାରକୁ ଜବତ କରିଥିଲେ ଅବକାରୀବିଭାଗ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ମାରିଦେଲା ମଦ୍ୟପବାପା

ଭଦ୍ରକ,୨୫ା୭(ଏସଏସନିଉଜ) ତେସିଙ୍ଗା ପଞ୍ଚାୟତର କୁଶଗଡ଼ିଆଗାଁରେ ମଦ୍ୟପ ଯୁବକ ଉମେଶ ନାୟକ ଯିଏକି ଜଣେ ଟ୍ରକଚାଳକ ସିଏ ନିଜ ପତ୍ନୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କରିଥିବାର ଜଣାପଡିଛି ।ସେ ନେରଡ଼ା ପଞ୍ଚାୟତ ଗୋଧି ଗ୍ରାମର କାଞ୍ଚନବାଳାଙ୍କୁ ପ୍ରେମ ବିବାହ କରିଥିଲା। ସେମାନଙ୍କର ଗୋଟିଏ ପୁଅ ଅଛି । ପତ୍ନୀ ଓ ପୁଅ ସହ ଉମେଶ କୁଶଗଡ଼ିଆସ୍ଥିତ ଏକ ଭଡ଼ାଘରେ ରହୁଥିଲା।ମଦ୍ୟପାନ କରୁଥିବାରୁ ବିଭିର୍ଣକାରଣ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ଉମେଶ ମଦ ପିଇ ଘରକୁ […]

ଦିଅରକୁ ବାହାହେଲେ ଭାଉଜ

ସୁବର୍ଣ୍ଣପୁର , ୨୩ା୭(ଏସଏସନିଉଜ) ସ୍ୱାମୀଙ୍କ ସାମ୍ନାରେ ଦିଅର ନାଁରେ ମଥାରେ ସିନ୍ଦୂର ପିନ୍ଧିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ଭାଉଜଙ୍କର ବିବାହ ହୋଇଛି ।ଏହିଭଳିଘଟଣା ବୀରମହାରାଜପୁରବ୍ଲକ୍ ଅନ୍ତର୍ଗତ ସୁବଳୟାଥାନା ଅଞ୍ଚଳରେ ଘଟିଛି। , ଅନୁଗୁଳଜିଲ୍ଲା ସାମସିଙ୍ଗାଗାଁର ଜଣେଯୁବତୀ ୩ବର୍ଷ ତଳେ ସୁବଳୟାଥାନାଅନ୍ତର୍ଗତ ସାନକିରାସିରାଗାଁର ଜଣେଯୁବକଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ଏହାଭିତରେ ଖଣ୍ଡହତାପଞ୍ଚାୟତର ବରଘାଟଗାଁର ସର୍ମ୍ପକିୟ ସ୍ୱାମୀଙ୍କ ମାଉସୀପୁଅ ଭାଇଙ୍କ ସହ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ସପ୍ତାହକତଳେ ଉଭୟ ଘରୁଫେରାର ହୋଇଯାଇଥିଲେ। ପରିବାର ଲୋକେ ସୁବଳୟାଥାନାରେ ଅଭିଯୋଗ ପରେ […]

ହୋଟେଲରେ ଚାଲିଥିଲା ସେକ୍ସରାକେଟ

ଝାରସୁଗୁଡା, ୨୩ା୭(ଏସଏସନିଉଜ)ପଞ୍ଚପଡ଼ାର ପୁରୁଣାଶିବଶକ୍ତିହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ ସୂଚନାପାଇ ପୋଲିସ ବିଳମ୍ବିତରାତିରେ ଚଢ଼ାଉ କରିଥିଲା । ଝାରସୁଗୁଡା ଟାଉନଥାନା ପୁଲିସ ଘଟଣାସ୍ଥଳରୁ ୧୩ଜଣ ଯୁବତୀଙ୍କୁ ଉଦ୍ଧାର କରିବାସହ ଦଲାଲସମେତ ୧୪ଜଣଙ୍କୁ ଅଟକ ରଖିଛି । ଉଦ୍ଧାରହୋଇଥିବା ଯୁବତୀମାନେ ବାହାରଜିଲ୍ଲାର ବୋଲି ଜଣାପଡିଛିାପୋଲିସ କଣ୍ଡୋମ, ଉତ୍ତେଜକ ବଟିକା ଭଳି ଆପତ୍ତିକର ଜିନିଷ ମଧ୍ୟ ଜବତ କରିଛି ।ହୋଟେଲରେ ଏସଏଚଜିକେନ୍ଦ୍ର ଚାଲିଥିବା ନେଇ ବୋର୍ଡ ଲଗାଯାଇଥିଲା ।

ପୋଖରୀକୁ ଖସିପଡିଲା ବସ୍‌

ଭୁବନେଶ୍ୱର,୨୩ା୭(ଏସଏସନିଉଜ) ଶନିବାରଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ବସଟି ଖସିପଡିଛି ।ଫଳରେ ୭ଜଣ ଶିଶୁଙ୍କ ସମେତ ୧୭ ଜଣଯାତ୍ରୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି।ଦୁର୍ଘଟଣାରେ ୩୫ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ମୃତି ପରିବହନ’ ନାମକ ଏକବସ ୭୦ଜଣ ଯାତ୍ରୀଙ୍କୁଧରି ଭଣ୍ଡାରିଆ ଉପଜିଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା ।ବସଟି ଏକ ଅଟୋକୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା ।

ବିବାହର ପ୍ରତିଶୃତିଦେଇ ଶାରରୀକ ସର୍ମ୍ପକ

ସାକ୍ଷୀଗୋପାଳ,୨୨ା୭(ଏସଏସନିଉଜ) ସତ୍ୟବାଦୀଥାନା ଅଧିନସ୍ଥ ଅଠାଇଶଗ୍ରାମର ଭଗବାନମହାପତ୍ରଙ୍କ ଝିଅ ଲିପ୍ସା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବଳଙ୍ଗାଥାନା ଅଧରନସ୍ଥ ଉଛୁପୁରଗ୍ରାମର ରୁପକଗୁରୁନାମକ ଯୁବକ ବିବାହର ପ୍ରତିଶୃତିଦେଇ ଶାରରୀକ ସର୍ମ୍ପକ ରଖିଥିଲେ । ବିବାହ କଥା କହିବାରୁ ହତ୍ୟାକରିବାପାଇଁ ଯୋଜନା କରୁଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ୨୧୮ା୨୩ କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତଆରମ୍ଭ କରିଛି ।ବିବାହର ପ୍ରତିଶୃତିଦେଇ ଗୁରୁୁ ଲିପ୍ସାକୁ ଭୁବନେଶ୍ୱରକୁ ଆଣି ତାର ସାଙ୍ଗଘରେ ରଖି କିଛିଦିନପରେ ନିଜଘର ଉଛୁପୁରକୁ ଆସିଥିଲେ ।ବିବାହ କଥାକହିବାପରେ ଗୁରୁ […]