ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ

ଡେଲାଙ୍ଗ,୨୫ା୭(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଡେଲାଙ୍ଗବ୍ଲକ୍‌ର କନିଷ୍ଠଯନ୍ତ୍ରୀ ରଜନୀକାନ୍ତମାଝି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ବିଲ୍ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ।ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଏକ ମାମଲା ରୁଜୁକରି ତଦନ୍ତଚଳାଇଥିବା ସୂଚନା ମିଳିଛି।ଡେଲାଙ୍ଗବ୍ଲକର ରେଞ୍ଚପଞ୍ଚାୟତ ଅଧୀନ ପିଢ଼ପାଟଣା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣପାଇଁ ୭ଲକ୍ଷଟଙ୍କା ମଞ୍ଜୁର ହୋଇଥିଲା। ଏହି ଗୃହନିର୍ମାଣ କରୁଥିବା ଠିକାଦାରଙ୍କ ଫାଇନାଲ୍ ବିଲ୍ ପାସ୍ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ଦାବି କରିଥିଲେ। ଭିଜିଲାନ୍ସପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କ କାର‌୍ୟ୍ୟାଳୟ ସମେତ ପୈତୃକ ଘର, ସରକାରୀ କ୍ବାଟର ଆଦିରେ ମଧ୍ୟ ଏକକାଳୀନ ଚଢ଼ଉ କରାଯାଇଥିବାର ଜଣାପଡିଛି ।

Comments (0)
Add Comment