ଭଦ୍ରକରେ ଚାଞ୍ଚଲ୍ୟ

ଭଦ୍ରକ,୨୭ା୭(ଏସଏସନିଉଜ) ପାରିବାରିକ କଳହରୁ ନାବାଳକ ପୁଅସହ ମିଶି ସ୍ତ୍ରୀସ୍ୱାମୀକୁ ଛୁରି ଭୁସି ହତ୍ୟା କରିବା ଭଳି ଘଟଣା ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟିକରିଛି ।ଭଦ୍ରକ ଗ୍ରାମାଞ୍ଚଳଥାନା ବାଣିତିଆପଞ୍ଚାୟତ ମହଲାସାହିରେ ଏହି ଅଘଟଣ ଘଟିଛି । ବାଣିତିଆ ପଞ୍ଚାୟତ ମହଲା ସାହିର ମଞ୍ଜୁଲତାଙ୍କୁ ବାହା ହୋଇ ସୁରେଶଲାଲ ଘରଜ୍ବାଇଁ ଭାବେ ରହୁଥିଲା।ଗତକାଲିରାତିରେ କୈାଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ତୀବ୍ର ରୂପ ନେଇଥିଲା। ମଞ୍ଜୁଲତା ନାବାଳକ ପୁଅ ସହାୟତାରେ ସ୍ୱାମୀସୁରେଶକୁ ଛୁରିରେ ଭୁସି ଦେବାରୁ ଘଟଣାସ୍ଥଳରେ ସୁରେଶର ମୃତ୍ୟୁ ଘଟିଥିଲା।ଏହାଜଣାପଡିବାପରେ ଗ୍ରାମବାସୀ ମା ଓ ପୁଅକୁ ଗଛରେବାନ୍ଧି ପୁଲିସକୁ ହସ୍ତାନ୍ତର କରିଥିଲେ ।

Comments (0)
Add Comment