Browsing category

ଅପରାଧ

୫ଲକ୍ଷ ଟଙ୍କାର ବିଦ୍ୟୁତତାର ଜବତ !

ସୁବର୍ଣ୍ଣପୁର,୨ା୫(ଏସଏସନିଉଜ) ବିନିକାଥାନା ଅଂଚଳରୁ ଚୋରୀହୋଇଥିବା ଲକ୍ଷାଧିକ ଟଙ୍କାର ବିଦ୍ୟୁତତାରକୁ ବଲାରଙ୍ଗା ଗ୍ରାମବାସୀ ଜବତକରିଛନ୍ତି । ବିଳମ୍ବିତ ରାତିରେ ଚୋରମାନେ ବିଦ୍ୟୁତତାର ଚୋରି କରି ପିକଅପ ଭ୍ୟାନରେ ନେଇ ଯାଉଥିବାବେଳେ ବଲାରଙ୍ଗା ଗ୍ରାମବାସୀ ଗାଡିକୁ ଅଟକରଖି ପୋଲିସକୁ ଡାକି ଜିମାଦେଇଛନ୍ତି ।ଜବତ ହୋଇଥିବା ୧୦ରୁ ୧୨ ବଣ୍ଡଲ ବିଦ୍ୟୁତତାରର ଆନୁମାନିକ ମୁଲ୍ୟ ୫ଲକ୍ଷ ହେବ ବୋଲି ଜଣାପଡିଛି ।ବିଦ୍ୟୁତତାର ସହ କଟର , ପିକଅପ ଗାଡ଼ିକୁ ଜବତ କରିଛି ବିନିକାଥାନା ପୋଲିସ

ତ୍ରିଶୁଳିଆ ଛକରୁ ୧୦ଲକ୍ଷଟଙ୍କାର ଗଞେଇ ଜବତ

ବାରଙ୍ଗ,୨ା୫(ଏସଏସନିଉଜ)ଏକ୍ସସାଇଜ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସୋମବାରଦିନ ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଙ୍ଗସ୍ୱାର୍ଡ ତ୍ରିଶୁଳିଆ ଛକପାଖରେ ଚଢାଉକରି କାରରେ ଆସୁଥିବା ୧୦୦କେଜି ଗଞେଇକୁ ଜବତକରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ବାଙ୍କୀଥାନା ଅଧିନସ୍ଥ ପାଥପୁର ଗ୍ରାମର ଦିବାକର ବିଶ୍ୱାଳ ଓ ଶ୍ରିଧରସ୍ୱାଇଁ । ବିଶେଷସୁତ୍ରରୁ ଖବରପାଇ ଅବକାରୀ ବିଭାଗ ରାଜ୍ୟ ଫ୍ଲାଇଙ୍ଗସ୍ୱାର୍ଡ ଇନ୍ସପେକ୍ଟର ରୋସନ୍ ଇସୁ ହାସଦାଙ୍କ ନେତୃତ୍ୱରେ ଏକ ୧୪ ଜଣିଆଟିମ ସୋମବାର ଦିନ ତ୍ରିଶୁଳିଆ ଛକରେ ଜଗିରହିଥିଲା ।ଏହି ସମୟରେ ବାଙ୍କି […]

ପଞ୍ଜାବରେ ଗ୍ୟାସ୍ ଲିକ୍

ଭୁବନେଶ୍ୱର,୩୦ା୪(ଏସଏସନିଉଜ)ପଞ୍ଜାବରେ ଗ୍ୟାସ୍ ଲିକ୍ ହେବାରୁ ୧୧ଜଣଙ୍କର ମୃତ୍ୟୁ ଘଟିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଶରୀରରଙ୍ଗ ନୀଳ ପଡିଯାଉଛି । କେଉଁ ପ୍ରକାର ଗ୍ୟାସ୍ ଲିକ୍ ଯୋଗୁଁ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନଥିବାବେଳେ ପ୍ରଭାବିତ ଅଞ୍ଚଳକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।ଅନ୍ୟପଟେ ଉଦ୍ଧାର କାର‌୍ୟ୍ୟରେ ଏନଡିଆରଏଫ ସାମିଲ ହୋଇଥିବାବେଳେ ଘଟଣାସ୍ଥଳରେ ଡାକ୍ତରିଟିମ ପହଁଚିଥିବାର ଜଣାପଡିଛି ।

ପିକ୍ଅପ୍ ପଛକୁ ପିଟିଲା ମୋବସ୍

ଖୋର୍ଦ୍ଧା,୩୦ା୪(ଏସଏସନିଉଜ) ପିକ୍ଅପ୍ ପଛକୁ ମୋ ବସ୍ ପିଟିଦେଇଥିବାରୁ ୧୦ଜଣ ଆହତ ହୋଇଥିବାର ଜଣାପଡିଛି ।ଏନ୍ଏଚ୍-୧୬ ମକୁନ୍ଦପ୍ରସାଦ ନିକଟରେ ଏହି ଦୁର୍ଘଟଣା ଘଟିଛି ।ପିକ୍ଅପ୍‌ରେ ଥିବା ୨ଜଣ ଗୁରୁତର ଆହତ ହୋଇଥିବାବେଳେ ୮ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି ।ସମସ୍ତ ଆହତଙ୍କୁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

ପୋଲିସହାତରେ ବାଇକ୍ ଲୁଟେରାଗ୍ୟାଙ୍ଗ

ଭୁବନେଶ୍ୱର,୩୦ା୪(ଏସଏସନିଉଜ)ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିଛି କ୍ୟାପିଟାଲଥାନା ପୁଲିସ ।ଧରାପଡିଥିବା ଏହି ଗ୍ୟାଙ୍ଗରେ ଜଣେ ଲୁଟେରାସହ ୩ ଜଣ କବାଡିଆ ଅଛନ୍ତିାଏକନମ୍ବର ହାଟ ଓ ବିଭିନ୍ନ ପାର୍କରପାର୍କିଂରୁ ବାଇକଚୋରି କରିବାପରେ ଏହାରପାର୍ଟ ଖୋଲି କବାଡ଼ିଆଙ୍କୁବିକ୍ରି କରୁଥିଲା ମାଷ୍ଟରମାଇଣ୍ଡ ଏମ.ସୁକାନ୍ତ ରେଡ୍ଡି ।ମୋଟ ୧୬ଟି ବାଇକ ସହ ପାର୍ଟ୍ସ ଜବତ କରିଛି କ୍ୟାପିଟାଲଥାନା ପୋଲିସ ।

କାଞ୍ଜିଆନେଲା ଯୁବକର ଜୀବନ

ବାରଙ୍ଗ,୩୦।୪(ଏସଏସନିଉଜ) ରବିବାର ସକାଳେ କାଞ୍ଜିଆ ହ୍ରଦରେ ଭାସୁଥିବାବେଳେ ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି ନନ୍ଦନକାନନଥାନା ପୋଲିସ।ମୃତକ ହେଉଛନ୍ତି ଢେଙ୍କାନାଳ ଭୁବନ ଅଂଚଳର ଅପନି ବେହେରା(୩୫) ଓରଫ କାଳିଆ।ସେ ଜଗନ୍ନାଥମନ୍ଦିର ପଛପଟ ଟାଙ୍ଗି ଉପରେ ରହୁଥିବା ଭଉଣୀଭିଣେଇଙ୍କ ପାଖରେ ରହୁଥିଲା। ପ୍ରକାଶଯେ,କାଳିଆ ସବୁଦିନ ଭଳି ରବିବାର ସକାଳେ କାଞ୍ଜିଆ ହୃଦକୁ ଗାଧୋଇବାକୁ ଯାଇ ଥିଲେ।ଗୋଡ଼ ଖସିଯିବାରୁ ସେ ଗାଧୋଇବା ବେଳେ ବୁଡି ଯାଇଥିବାର ଅନୁମାନ କରାଯାଉଛି।କିଛି ସମୟପରେ ଟାଙ୍ଗି ଉପରେ ରହୁଥିବା କିଛି ଯୁବକ ଗାଧୋଇବାକୁ କାଞ୍ଜିଆକୁ […]

ଓଲଟିଲା ଟ୍ରକ

ଭଦ୍ରକ,୨୯।୪(ଏସଏସନିଉଜ) ଟ୍ରକ୍‌କୁ ପଛରୁ ପିଟି ଓଲଟି ପଡ଼ିଛି ଟ୍ରକ୍‌।ଯାହାଫଳରେ ୬ଜଣ ଗୁରୁତର ଆହତ ହୋଇଛନ୍ତି।ଗ୍ରାମାଞ୍ଚଳଥାନା ତ୍ରିଶୁଳପୁର ଛକରେ ଏହି ଦୁର୍ଘଟଣା ଘଟିଛି।ଟ୍ରକ୍‌କୁ ପଛରୁ ଟ୍ରକ୍‌ ପିଟିବା ଯୋଗୁ ପଛ ଟ୍ରକ୍‌ ଡ୍ରାଇଭର ସହ ୬ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ୬ଜଣ ଥିଲେ। କଲିକତାରୁ ଟ୍ରକ୍‌ଟି ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ବ୍ରିଜ୍ ତଳେ ଶୋଇଛି କୁମ୍ଭୀର

କଟକ,୨୯।୪(ଏସଏସନିଉଜ)ଧବଳେଶ୍ୱର ବ୍ରିଜ୍ ତଳେ ଶୋଇଛି କୁମ୍ଭୀର ।ନଇପଠା ବାଲିରେ କୁମ୍ଭୀରକୁ ଦେଖି ଛାନିଆ ହୋଇଯାଇଛନ୍ତି ଲୋକେ।କୁମ୍ଭୀରଟି କେଉଁଆଡୁ ଏଠାକୁ ଆସିଲା ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ କାହାର କ୍ଷୟକ୍ଷତି ହୋଇନଥିବା ବେଳେ କୁମ୍ଭୀରକୁ ନେଇ ଛନକା ପଶିଯାଇଛି।

ନକଲି ବାବା ଗିରଫ

କଟକ,୨୮।୪(ଏସଏସନିଉଜ) କଟକରୁ ନକଲି ବାବା ଗିରଫ ହୋଇଛନ୍ତି। ଗିରଫ ବାବା ହେଉଛନ୍ତି ସେକ ଆଶାପାକ ।ତାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଗୁଣି ଗ୍ୟାରେଡି କରି ଲୋକଙ୍କ ଠାରୁ ଠକୁ ଥିଲା ଭଣ୍ଡ ମୁଲାନା। ଜଣେ ମହିଳାଙ୍କଠାରୁ ୬୨ଲକ୍ଷ ଟଙ୍କା ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତା ଠାରୁ ନଗଦ ୨ଲକ୍ଷ ୭୬ହଜାର ଟଙ୍କା ଜବତ କରିବାସହ ଦୁଇଟି ଦାମୀକାର , ଗୋଟିଏ ବୁଲେଟ ଏବଂ ବହୁ ଦାମୀ ମୋବାଇଲ ଜବତ କରିଛି ପୋଲିସ। […]

ଅତିଥିଭବନରେ ଖାଦ୍ୟଖାଇ ୧୨ ଅସୁସ୍ଥ

କୋରାପୁଟ,୨୮।୪(ଏସଏସ ନିଉଜ)କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳିତ ଅତିଥି ଭବନରେ ଖାଦ୍ୟଖାଇ ୧୨ଜଣପର୍ଯ୍ୟଟକ ଅସୁସ୍ଥ ହୋଇ ପଡିଛନ୍ତି।ଖାଇବାର କିଛିସମୟ ପରେ ପର୍ଯ୍ୟଟକ ମାନେ ଅସୁସ୍ତ ହୋଇପଡିଥିଲେ। ଅସୁସ୍ଥ ପର୍ଯ୍ୟଟକଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।