Browsing category

ଅପରାଧ

ବନ୍ଧାହେଲେ ୨ଯୁବକ

ଜଟଣୀ,୧୭।୫(ଏସଏସନିଉଜ)ଜଟଣୀ ଓ ଡେଲାଙ୍ଗ ଥାନା ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଦୁଇ ଯୁବକଙ୍କୁ ଗିରଫ କରି ଝାରପଡ଼ା ଜେଲ୍‌ ହାଜତକୁ ପଠାଇଛି ଜଟଣୀଥାନା ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅରୁଗୁଳ ବଣିଆସାହିର ଅସିତ୍‌ ସାହୁ ଓରଫ୍ ତପୁନା(୨୧) ଓ ଡେଲାଙ୍ଗ ଥାନା ଯମୁନା ତଳସାହିର ସୌମ୍ୟରଞ୍ଜନ ଦାସ ଓରଫ୍‌ ସୋମୁ (୧୯)। ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ , ୬ଟି ଗୁଳି , ୧୦ ହଜାର ଟଙ୍କା ଓ ଗୋଟିଏ ପଲ୍‌ସର ବାଇକ୍ ଜବତ କରିଛି ପୋଲିସ।

ଝାରସୁଗୁଡ଼ାରେ ଲଜ୍ଜା

ଝାରସୁଗୁଡ଼ା,୧୭।୫(ଏସଏସନିଉଜ)ବଡ଼ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଭଳି ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି । ଲଖନପୁର ଥାନାଞ୍ଚଳରେ ଘଟିଥିବା ଏହି ଘଟଣା ଆଜି ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଅଭିଯୋଗ ହେବାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯିବା ସହ ନାବାଳିକାଙ୍କର ବୟାନ ମଧ୍ୟ ରେକର୍ଡ ହୋଇଛି। ସୂଚନାଅନୁସାରେ , ୫ ମାସ ତଳେ ନାବାଳିକା ଜଣଙ୍କ […]

ସ୍କୁଟିକୁ ଧକାଦେଲା ବସ

ହିଞ୍ଜଳିକାଟୁ,୧୭।୫(ଏସଏସ ନିଉଜ) ସାରୁ ମଝିରେ ଇସାର ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣା ଘଟିଛି।ସଂକଟ ତାରିଣୀ ନାମକ ବସଟି ରାସ୍ତାପାର ହେଉଥିବା ଜଣେ ସ୍କୁଟି ଚାଳକକୁ ଧକା ଦେଇଛି।ସ୍କୁଟିରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ମୃତୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରରଖାନା ନେବାବାଟରେ ମୃତୁ ହୋଇଛି। ମୃତକ ଦ୍ବୟ ହିଞ୍ଜିଳିକାଟୁର ହୋଇଥିବା ଜଣଙ୍କର ବୟସ ୨୭ ଓ ଅନ୍ୟଜଣଙ୍କର ୨୮ ବୋଲି ଜଣାପଡିଛି।(ଆସ୍କାରୁ କୈଳାଶ ଚନ୍ଦ୍ର ମହାରଣାଙ୍କ ରିପୋର୍ଟ)

ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ବେଙ୍ଗଲୁରୁରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ।ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାରପୋର୍ଟରୁ ଟେକ୍ ଅଫ୍ ନେଇପାରିଲାନି ।ଯାହାଫଳରେ ଭୁବନେଶ୍ୱର ଆସୁଥିବା ଫ୍ଲାଇଟକୁ ବାତିଲ କରିଛନ୍ତି ଇଣ୍ଡିଗୋ କର୍ତ୍ତୃପକ୍ଷ ।ସନ୍ଧ୍ୟା ୬ଟା ୪୦ରେ ବେଙ୍ଗଲୁରୁ ଏୟାରପୋର୍ଟ ଛାଡ଼ିବାର ଥିବାବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।

୩ ସନ୍ଦିଗ୍ଧଙ୍କ ଫଟୋ ଜାରିକଲା ପୋଲିସ

ଯାଜପୁର,୧୭ା୫(ଏସଏସନିଉଜ) ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍‌ରୁ ଡକାୟତିମାନେ ଲୁଟ୍ କରିଥିବା ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି୧୫ କିାଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି।ତେବେ ଡକାୟତମାନେ ସୋ’ରୁମ୍‌ରେ ଲାଗିଥିବା ସମସ୍ତ ସିସିଟିଭି ସମେତ ସିସିଟିଭି ଫୁଟେଜ୍ ରେକର୍ଡ କରି ରଖୁଥିବା କମ୍ପ୍ୟୁଟରମାନଙ୍କ ହାଡ୍‌ଡିସ୍କ ଖୋଲି ନେଇଥିବାବେଳେ ଗୋଟିକର ଛାଡିଦେଇଥିଲେ ।ଯାହାରଆଧାରରେ ପୋଲିସ ୭ ଜଣ ବନ୍ଧୁକଧାରୀ ଡକାୟତଙ୍କ ମଧ୍ୟରୁ ୩ଜଣଙ୍କ ଫଟୋକୁ ଟ୍ରାକ୍ କରିପାରିଛି ପୋଲିସ ।ଅନ୍ୟପଟେ ଏମାନଙ୍କୁ ଧରିବାପାଇଁ ଏସପିଙ୍କ […]

ଚିଲିକାରେ ବୁଡ଼ିଗଲା ୧୨ନୌକା

ଟାଙ୍ଗୀ, ୧୭ା୫(ଏସଏସନିଉଜ)କାଳବୈଶାଖୀ ଯୋଗୁ ଚିଲିକାରେ ୧୨ଟି ନୌକା ବୁଡ଼ିଯିବାସହ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବାର ଜଣାପଡିଛି ।ଗତକାଲି ୧୩ଟି ନୌକାରେ ଶହେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବାକୁ ଯାଇ ସନ୍ଧ୍ୟା ୬ଟା ସମୟରେ ଫେରିବାବେଳେ କାଳବୈଶାଖୀ ହୋଇଥିଲା ।କାଲବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା।ସେଥିମଧ୍ୟରୁ ୭ ନମ୍ବର କୁଦ କୂଳରେ ୧୨ଟି ନୌକାକୁ ମତ୍ସ୍ୟଜୀବୀମାନେ ରଖିବାରେ ସକ୍ଷମ ହୋଇଥିଲେମଧ୍ୟ ନୈାକାଗୁଡିକ ଭାରସମ୍ୟ ହରାଇ ପବନମାଡରେ ଚିଲିକାରେ ବୁଡ଼ି ଯାଇଥିଲା।ତେବେ ୧୩ନଂ […]

ପୂର୍ବତନ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ, ୧୭ା୫(ଏସଏସନିଉଜ)ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ‌ହୋଇଛି। ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରର ଶ୍ରୀବିହାରରେ ଥିବା ତାଙ୍କ ବାସଘର, ପଟିଆସ୍ଥିତ କେ-ପ୍ଲାଜାର ଷଷ୍ଠ ମହଲାରେ ଥିବା ୬୦୧ ନମ୍ବର ଫ୍ଲାଟ୍‌, ଚନ୍ଦ୍ରଶେଖରପୁରରେ ଥିବା ହାଉସିଂବୋର୍ଡ ଘର, ଗଞ୍ଜାମ ଭଞ୍ଜନଗରରେ ଥିବା ତାଙ୍କର ଏକ ଭଡ଼ା ଘର, ସେହି ଗଞ୍ଜାମରେ ଥିବା ସଞ୍ଜୟଙ୍କ ଅଫିସ୍ ରୁମ୍‌, ମୟୂରଭଞ୍ଜରେ ଥିବା […]

ମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିରୋଧ

ମୟୂରଭଞ୍ଜ, ୧୭ା୫(ଏସଏସନିଉଜ) ଠାକୁରମୁଣ୍ଡା ବ୍ଲକ୍‌ର ବିଡିଓ ସରକାରୀ କର୍ମଚାରୀ ହୋଇ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ କଥାରେ ଉଠ୍‌ବସ ହେଉଛନ୍ତି। ଯାହାଫଳରେ ପଞ୍ଚାୟତର ଉନ୍ନୟନ କାର‌୍ୟ୍ୟରେ ଅଚଳାବସ୍ଥା ଦେଖାଦେଇଛି ବୋଲିପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା ଏବଂ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ସେମାନଙ୍କ ସହଯୋଗୀମାନଙ୍କୁ ଧରି ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଥିଲେ ।ତେବେ ଏହି ଧାରଣା ବିଷୟରେ ବିଡିଓଙ୍କ ପାଖରେ ଖବର ନଥିବାର କହୁଥିବାବେଳେ ଏଭଳି ଅସ୍ୱାଭାବିକ ପରିସ୍ଥିତି […]

ଗଛରେ ପିଟିହେଲା ବୋଲେରୋ

ଚମ୍ପୁଆ,୧୭ା୫(ଏସଏସନିଉଜ) ବାହାଘର ଭୋଜି ଖାଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ବୋଲେରୋଟି ପିଟିହେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡାକ୍ତରଖାନାରେ ଚିକିସ୍‌ିତ ହେଉଛନ୍ତି ।ରୁଗୁଡି ଥାନା ଅଞ୍ଚଳର କିଛି ଯୁବକ ଗତକାଲି ଏକ ବୋଲେରୋରେ ଝାଡଖଣ୍ଡରୁ ବାହାଘର ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିଲେ ।ଗାଡିଟି ରାମଚନ୍ଦ୍ରପୁରଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।ସ୍ଥାନୀୟ ଲୋକମାନେ […]

ରାସ୍ତାରେ ପଡିଲା ୧୧କେଭି ବିଦ୍ୟୁତ୍ ତାର

ବାରଙ୍ଗ,୧୧।୫(ଡିଏନଏ) ରାସ୍ତରେ ଛିଡି ପଡିଲା ୧୧ କେଭି ବିଦ୍ୟୁତ୍ ତାର। ଅଳ୍ପକେ ବର୍ତ୍ତି ଯାଇଥିଲେ କାର୍ଯ୍ୟରତ ଦୁଇ ଜଣ ସିକ୍ୟୁରିଟି ଗାର୍ଡ। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏଭଳି କିଛି ଘଟଣା ଘଟିଥିଲା ବାରଙ୍ଗ ବିଦ୍ୟୁତ୍ ସେକ୍ସନ ଅଧିନସ୍ଥ ସୀତାରାମ ବଜାରରେ । ଓଡିଶା ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ପାୱାର ହାଉସକୁ ସଂଯୋଗ କରୁଥିବା ୧୧ କେଭି ମୁଖ୍ୟ ତାର ଛିଡି ରାସ୍ତା ଉପରେ ପଡିଥିଲା। ଯାହାଫଳରେ ବାରଙ୍ଗ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। […]