Browsing category

ଅପରାଧ

ରାସ୍ତାରେ ଥୁଆହୋଇଛି ଗରାବାଲଟି

ଉଦଳା,୨୮।୪(ଏସଏସନିଉଜ)ବସୁଧା ଯୋଜନାରେ ପାଣି ନମିଳିବାରୁ ରାସ୍ତାରୋକ କରିଛନ୍ତି ଲୋକ। କପ୍ତିପଦାବ୍ଲକ କଳିଅଳମ ପଞ୍ଚାୟତବାସୀ ପାଣି ପାଇଁ ରାସ୍ତାରୋକ କରିଛନ୍ତି। ପଡ଼ାଡ଼ିହା ITI ଛକରେ ଗରା , ବାଲଟି ରଖି ପଞ୍ଚାୟତବାସୀଙ୍କ ଅଭିନବ ଭାବରେ ରାସ୍ତାରୋକ କରିଛନ୍ତି ।ଯାହାଫଳରେ ରାସ୍ତାଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି।

ମିଳିଲା ନାଉରିଆଙ୍କ ମୃତଦେହ

ଆଳି,୨୮।୪(ଏସଏସନିଉଜ)ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଥିବା ନାଉରିଆଙ୍କ ମୃତଦେହ ଉଦ୍ଧାର ହୋଇଛି।ସ୍ଥାନୀୟ ଲୋକଙ୍କଦ୍ୱାରା ନାଉରିଆ ସୁଦର୍ଶନସ୍ୱାଇଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଲି ଏକମାଣିଆରୁ କେରଡାଗଡ଼ ଯାଉଥିବା ବେଳେ ଡଙ୍ଗା ବୁଡ଼ି ଯାଇଥିଲା।

ଭଗୀପୁରରେ ଧାନଫସଲ ଖାଇ ନଷ୍ଟକଲେ ହାତୀପହ୍ଲ

ବାଙ୍କୀ, ୨୭ା୪ (ଏସଏସନିଉଜ) ଚନ୍ଦକା-ଡମପଡା ଅଭୟାରଣ୍ୟର ପାଦ ଦେଶରେ ଥିବା ଭଗିପୁର ଗ୍ରାମର ଚାଷଜମିରେ ହାତୀମାନେ ପଶି ବ୍ୟାପକଫସଲ ନଷ୍ଟ କରିଛନ୍ତି ।ଗୁରୁବାର ସକାଳ ସମୟରେ ହାତୀ ପହ୍ଲ ଆଠଗଡ ସୁକାଶନ ଜଙ୍ଗଲରୁ ବହାରି ମହାନଦୀ ପାରହୋଇ ଚନ୍ଦକା- ଡମପଡା ଅଭୟାରଣ୍ୟକୁ ଫେରୁଥିବା ବେଳେ ହାତୀପହ୍ଲ ଭଗିପୁରଗ୍ରାମର ଚାଷଜମିରେ ପଶି ବ୍ୟାପକ ଧାନ ଫସଲ ଖାଇବାସହ ଦଳିଚକଟି ନଷ୍ଟ କରିଦେଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।ଆଉ କିଛିଦିନ ପରେ ଚାଷୀମାନେ ଧାନ ଅମଳ କରିଥାନ୍ତେ,କିନ୍ତୁ ହାତୀପହ୍ଲ ଧାନଫସଲ […]

ବନ୍ଧାହେଲେ ଭୂତଙ୍କ ସଭାପତି

ଭୁବନେଶ୍ୱର,୨୭।୪(ଏସଏସନିଉଜ) ବନ୍ଧାହୋଇଛନ୍ତି ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟ । ଏକ ପୁରୁଣା ମାମଲାରେ ଗିରଫ ହୋଇଛନ୍ତି । ନନ୍ଦପୁର ଗ୍ରାମର ବିପିନ କୁମାର ରାଉତରାୟ । ବିପିନଙ୍କ ନାମରେ ୩ଟି ୱାରେଣ୍ଟ ରହିଥିଲା । ବିପିନ ପୋଲିସକୁ ଚକମା ଦେବାରେ ମାହିର ହୋଇଥିବା ବେଳେ ତାଙ୍କୁ ଗିରଫ କରିବାର ସଦର ପୋଲିସକୁ ସଫଳତା ମିଳିଛି । ବିପିନ ଅପରାହ୍ନ ୩ଟାରେ ନନ୍ଦପୁର ଆସିଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଗିରଫ କରିଛି । […]

ଫେରାର କଏଦୀ ପାଇଁ ପୋଲିସଙ୍କୁ ଚିଠି

ମେଣ୍ଢାଶାଳ,୨୫।୪(ଏସଏସନିଉଜ) ଜାମୁଝରି ସ୍ଥିତ ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମରୁ ୨୦୨୧ମସିହାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ କଏଦୀ ମାନଙ୍କୁ ଲମ୍ବା ଛୁଟି ପ୍ରଦାନ କରାଯାଇଥିଲା।ଛୁଟି ଅବଧି ପୁରିବା ପରେ କେତେକ କଏଦୀ ଫେରିଆସି ଥିବାବେଳେ ପାଞ୍ଚ ଜଣ କଏଦୀ ଜେଲରୁ ଚିଠି ପାଇଁ ମଧ୍ୟ ଅଦ୍ୟାବଧି ଫେରୁନାହାନ୍ତି। ଏମାନେ ହେଲେ ବୌଦ୍ଧ ଜେଲରୁ ଆସିଥିବା ବେଦବ୍ୟାସ ପ୍ରଧାନ, ଭାବାନି ପାଟଣାରୁ ଆସିଥିବା ଅନାମ ମାଝୀ,କେନ୍ଧୁଝରରୁ ଆସିଥିବା ହରିହର ପାତ୍ର ଓ ଚନ୍ଦ୍ରୁହେମ୍ରମ ,କୋଟପାଡ଼ ଜେଲରେ ଆସିଥିବା ଆସୁ […]

ବନ୍ଧାହେଲେ ମଦ୍ୟପ ସ୍ୱାମୀ

ମେଣ୍ଢାଶାଳ,୨୬ା୪(ଏସଏସନିଉଜ)ନିଜ ପତ୍ନୀଙ୍କୁ ଅକଥନୀୟ ଅତ୍ୟାଚାର କରିବାସହ ଶାଶୁଶଶୁରଙ୍କୁ ପନିକିଧରି ମାରିବାକୁ ଉଦ୍ୟମ କରୁଥିବା ନିସାଶକ୍ତ ସ୍ୱାମୀକୁ ପୋଲିସ ବୁଧବାରଦିନ ଗିରଫ କରି କୋର୍ଟଚାଳଣ କରିଛି ।ସେ ହେଉଛନ୍ତି ଚନ୍ଦକାଥାନା ଅଧିନସ୍ଥ ମଧୁପୁର ଗାଁର ଅମିତ ଦେଉରୀ(୨୮) । ପ୍ରକାସ ଯେ,ଅମିତ ବିବାହ ପରଠାରୁ ପ୍ରାୟ ସମୟ ନିସାଶକ୍ତ ରହିବା ସହ ସ୍ତ୍ରୀକୁ ମାରଧର କରିଥାନ୍ତି ।ଏମାନଙ୍କର ଥିବା ଦୁଇଟିଛୁଆ ଓ ବାପାମାଆକୁ ମଧ୍ୟ ମାରଧର କରିଥାଏ ।ଗତ ସୋମବାରଦିନ ମେଡିକାଲରୁ ଅପରେସନ ହୋଇ ଫେରିଥିବା ସ୍ତ୍ରୀକୁ ଅମିତ […]

ପମ୍ପ ହାଉସରେ ତାଲା ପକାଇଲେ ମହିଳା

ଟମକା,୨୩ା୪(ଏସଏସନିଉଜ) ଦାନଗଦି ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତବାସୀ ସଠିକଭାବେ ପାନୀତଜଳ ଯୋଗାଣରେ ଅବ୍ୟବସ୍ଥା କରାଯାଉଥିବାର ଦର୍ଶାଇ ବସୁଧା ପାନୀୟଜଳପ୍ରକଳ୍ପ ପମ୍ପହାଉସରେ ତାଲା ପକାଇବାସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଗୋଟେପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରିରହିଥିବାବେଳେ ପାନୀୟ ଜଳ ନମିଳିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଦାନଗଦି ବ୍ଲକ୍‌ରେ ବୃହତ୍ ପାନୀୟ ଜଳ ପ୍ରକଳ୍ପରୁ ପାଣି ଏବେ ସୁଦ୍ଧା ଗାଁ ଗହଳିରେ ପହଞ୍ଚି ପାରିନାହିଁ। ଅନେକ ପଞ୍ଚାୟତରେ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। କେଉଁଠି […]

ଭତ୍ତା ପାଇଁ ନଈ ପାର୍‌

ଭୁବନେଶ୍ୱର ,୨୩ା୪(ଏସଏସନିଉଜ)ଚାଲିବାକୁ ବଳ ନାହିଁ ।କାହା ସାହାରାରେ ଯିବାଆସିବା ମଧ୍ୟ କଷ୍ଟସାଧ୍ୟ ।ଏସବୁ ଭିତରେ ଜିଏ ଭତାଟଙ୍କା ଆଣିବାପାଇଁ ଚଉକି ଧରି ଯାଉଛି ତ କିଏ ବୁହା ହୋଇ ଭତ୍ତାପାଇଁ ଲମ୍ବାବାଟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ର ଏକମାଣିଆ ପଞ୍ଚାୟତ ନଳପାହି ଗ୍ରାମର ଗଙ୍ଗାଧର ପରିଡ଼ା ନାମକ ଜଣେ ୮୮ବର୍ଷର ବୃଦ୍ଧଙ୍କୁ ଭତ୍ତା ପାଇଁ ଶିକାଭାରରେ ବୁହାହୋଇ ନଦୀ ପାର୍ ହେବାକୁ ପଡ଼ିଛି। […]

ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଅଟକ

ଭବାନୀପାଟଣା, ୨୩ା୪(ଏସଏସନିଉଜ) ଯାତ୍ରାଦେଖି ଫେରୁଥିବା ଦୁଇନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ଜଣ ଅଭିଯୁକ୍ତକୁ ବିଜେପୁର ଥାନାପୋଲିସ ଅଟକ ରଖିଥିବାବେଳେ ଜଣେ ଫେରାର ହୋଇଯାଇଛି ।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁରଥାନା ଅଞ୍ଚଳର ୩ଜଣ ନାବାଳିକା ବେନଗାଁକୁ ଗତ ୧୬ ତାରିଖ ସନ୍ଧ୍ୟାରେ ତାରିଣୀ ଯାତ୍ରା ଦେଖିବା ପାଇଁ ଯାଇଥିଲେ। ସେଠାରୁ ଭୋର୍ ପ୍ରାୟ ୩ଟାରେ ଘରକୁ ଫେରୁଥିବା ବେଳେ ବାଜିବାହାଲି ରାସ୍ତା ପୋଲ ନିକଟରେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲେ। ଜଣେ ନାବାଳିକା […]

ଭତ୍ତାଟଙ୍କା ଖାଇ ୫ ନିଲମ୍ବିତ

ବଲାଙ୍ଗୀର, ୨୩ା୪(ଏସଏସନିଉଜ) ବୁଢାବୁଢିଙ୍କ ଭତାଟଙ୍କା ଖାଇବା ଅଭିଯୋଗରେ ୫ଜଣଙ୍କୁ ନିଲମ୍ବିତ ହୋକୁ ପଡିଛି ।ସେମାନେ ହେଲେ ଆଶିଷ ମହାପାତ୍ର, ଅଶୋକ କୁମ୍ଭାର, ପ୍ରଶାନ୍ତ ପ୍ରଧାନ, ସୁଦାମ ସିଂ ସାହାଣୀ ଓ ଜିତେନ୍ଦ୍ର କୁମ୍ଭାରା ଏହି ୫ଜଣ ବଲାଙ୍ଗୀର ପୌରପାଳିକାର କର୍ମଚାରୀ ହୋଇଥିବାବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏମାନଙ୍କୁ ନିଲମ୍ବନ କରାଯାଇଛି। ଗତ ଦୁଇବର୍ଷ ହେଲା ପୌର କର୍ମଚାରୀଙ୍କୁ ଭତାଟଙ୍କା ବଂଟନ ନିମନ୍ତେ ୱାର୍ଡୱାରି ବଣ୍ଟନ କରିଥାନ୍ତି ।ସେଥିମଧ୍ୟରୁ ୩୦ ପ୍ରତିଶତ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଭତ୍ତା ଓ ୭୦ ପ୍ରତିଶତ […]