ଗଡିଲା ଦୁଇମୁଣ୍ଡ
କେନ୍ଦ୍ରାପଡା,୧୬ା୪(ଏସଏସନିଉଜ)ଆଳିରେ ରାଜନୈତିକ ଶତ୍ରୁତା ଓ ଚାନ୍ଦୋଳରେ ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇଜଣଙ୍କ ଜୀବନଯାଇଛି। ଉଭୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।ରାଜନୈତିକ ଶତ୍ରୁତାରୁ ଆଳିଥାନା ସହିରାଗ୍ରାମର ଅମିତପାତ୍ର ଗତକାଲି ବିଳମ୍ବିତ ରାତିରେ ଆକ୍ରମଣର ଶିକାରହୋଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦହିଅଣ୍ଟା ଗ୍ରାମରୁ ହରିହାଟଭୋଜି ଖାଇ ଅମିତ ଓ ଶଳା ସଞ୍ଜୟଜେନା ଫେରୁଥିବାବେଳେ ଦହିଅଣ୍ଟା ଛକ ନିକଟରେ ଛୁରାମାଡ ହୋଇଥିଲେ । ଏହି ଘଟଣାରେ ରଶ୍ମିରଞ୍ଜନରାଉଳଙ୍କୁ […]