Browsing category

ଅପରାଧ

୧୨ଚକିଆ ଟ୍ରକରେ ଆସୁଥିଲା ଗଞେଇ ଧରିଲା ପୋଲିସ

ବୌଦ୍ଧ , ୪ା୪(ଏସଏସନିଉଜ)ଘଣ୍ଟାପଡ଼ାଥାନା ପୁଲିସ ଚଢ଼ାଉକରି ଗଞ୍ଜେଇସହ ଏକ ୧୨ଚକିଆ ଟ୍ରକକୁ ଜବତ କରିଛି। କଣ୍ଟାମାଳ ସିନ୍ଧିଗୋରା ୪୧ନମ୍ବର ରାଜ୍ୟରାଜପଥର ଶ୍ରୀମାଳଛକରେ ଦ୍ରୁତଗତିରେ ଯାଉଥିବା ସିଜି-୦୪ଜେସି-୮୧୫୧ନଂ ଟ୍ରକ୍‌କୁ ରୋକିଥିଲେ ।ଯାଂଚ କରିବାପରେ ସେଥିରୁ ୮ କ୍ୱିଣ୍ଟାଲ ୪୯କେଜି ଗଞେକୁ ଜବତ କରିବା ସହ ୨ଜଣ ଆନ୍ତଃରାଜ୍ୟ ଗଞ୍ଜେଇମାଫିଆ ବିହାର ରାଜ୍ୟର ଚନ୍ଦନ କୁମାର ଓ ରାକେଶ କୁମାରଙ୍କୁ ଗିରଫ କରିଥିଲା ।ବିହାରକୁ ଗଞ୍ଜେଇ ଚାଲାଣ ବେଳେ ଧରିଥିଲା ପୋଲିସ। ଚାଲାଣ ହେଉଥିଲା ୨୪ଟି ବସ୍ତାରେ ୮କୁଇଣ୍ଟାଲ ଗଞ୍ଜେଇ।ସେହିଭଳି […]

ପୁଣି ମାତିଲା ଅଜଣାଜନ୍ତୁ

କେନ୍ଦ୍ରାପଡ଼ା, ୪ା୪(ଏସଏସନିଉଜ) ପୁଣି ମାତିଲା ଅଜଣା ଜନ୍ତୁା ମହାକାଳପଡ଼ାବ୍ଲକ କଳାଗଡ଼ଗାଁରେ ୮ଟି ମେଣ୍ଢା ମାରିଛି ଏହି ଅଜଣାଜନ୍ତୁାଏହି ଅଜଣା ଜନ୍ତୁର ଆକ୍ରମଣରେ ଆଉକିଛି ମେଣ୍ଢା ମଧ୍ୟ କ୍ଷତବିକ୍ଷତ ହୋଇଛନ୍ତି । ଦୁଇଦିନତଳେ ମଧ୍ୟ ସେହି କଳାଗଡ଼ରେ ୩୦ମେଣ୍ଢା ମାରିଥିଲା ।ଯାହାକୁନେଇ ଏବେ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଛି ।ବିଶେଷକରି ଏହିଚାଷକରି ଜିବିକାନିର୍ବାହ କରୁଥିବା ଚାଷୀ ଓ ତାଙ୍କ ପରିବାରମଧ୍ୟରେ ଅଜଣା ଭୟ ଆରମ୍ଭ ହୋଇଯାଇଛି ।

ବଞ୍ଚାଇ ପାରିଲେନି ଡାକ୍ତର

ବାରଙ୍ଗ,୩ା୪(ଏସଏସନିଉଜ) ସୋମବାରଦିନ ନନ୍ଦନ କାନନରେ ଏକ ଅଣ୍ଡିରାଉଡ଼ନ୍ତା ମୂଷା ମୃତ୍ୟୁବରଣ କରିଛି । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲ କର୍ମଚାରୀଙ୍କଦ୍ୱାରା ଉଦ୍ଧାର ହୋଇ ଚିକିତ୍ସାପାଇଁ ପ୍ରାଣୀଉଦ୍ୟାନରେ ଛଡ଼ାଯାଇ ଥିଲା। ମୂଷାଟି ଏଠାରେ ସୁସ୍ଥ ହେବା ପରିବର୍ତ୍ତେ ସୋମବାର ଦିନ ଆଖିବୁଜିଛି ।ସୂଚନାଯୋଗ୍ୟଯେ ,ଗତ ୧୯ତାରିଖ ନଭେମ୍ବରମାସରେ ନନ୍ଦନକାନନକୁ ମୂଷାଟି ଆସିବାପରେ ତାକୁ ଚିକିତ୍ସାସହ ଡାକ୍ତର ମାନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଅନ୍ଧାରୀଘର ଭିତରେ ପର୍ଯ୍ୟଟକମାନଙ୍କ ଦେଖିବାପାଇଁ ରଖାଯାଇଥିଲା ।ମୃତ୍ୟୁର କାରଣ ଜଣାପଡି ନଥିବାବେଳେ […]

ତ୍ରିଶୂଳିଆଛକରୁ ଗଞ୍ଜେଇଭର୍ତି ମାରୁତିକାର ଜବତ

ବାରଙ୍ଗ,୩।୪(ଏସଏସନିଉଜ) ସୋମବାର ଦିନ ସକାଳେ କଟକ ଅବକାରୀ ବିଭାଗଦ୍ୱାରା ତ୍ରିଶୂଳିଆ ଛକରୁ ଗଞ୍ଜେଇ ଭର୍ତି ମରୁତି କାରକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି।ଗିରଫବ୍ୟକ୍ତି ହେଲେ ଗଂଜାମ ବରମପୁରର ସୁନୀଲକୁମାର ଦୋରା(୩୮)ଓ ରାଜପୁର ବଡ଼ସାହିର ଜିତୁ ନାୟକ(୨୯)। ଏହି ଦୁଇଜଣବ୍ୟକ୍ତି ଗଞ୍ଜାମରୁ ଓଆର୦୨-ଆର- ୨୯୨୮ ନମ୍ବର ମାରୁତି କାରଯୋଗେ ଗଞ୍ଜେଇ ନେଇ କଟକ ଅଭିମୁଖେ ଆସୁଥିଲେ।ବିଶେଷସୂତ୍ରରୁ ଖବର ପାଇ ଅବକାରୀବିଭାଗ ସୋମବାର ବଢିଭୋର ସମୟରେ ବାରଙ୍ଗ ତ୍ରିଶୂଳିଆ ଛକରେ ଜଗିରହିଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା […]

ଭାତଥାଳି ଧରି ରାସ୍ତାରେ ଚାଲିଲେ ଛାତ୍ରଛାତ୍ରୀ

ବାରିପଦା,୩।୪(ଏସଏସ ନିଉଜ)ଛାତ୍ରଛାତ୍ରୀମାନେ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଭାତଥାଳି ଧରି ବ୍ଲକ ଅଫିସ ଘେରିଥିଲେ ଛାତ୍ରଛାତ୍ରୀ। ରାସଗୋବିନ୍ଦପୁର ବିନୋଦ ରାୟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିଆରା ଭାବେ ପ୍ରତିବାଦ କରି ଧାରଣା ଦେଇଥିଲେ। ମଧ୍ୟାହ୍ନଭୋଜନ ରେ ତରକାରୀ ସରିଯିବାରୁ ପିଲାଙ୍କ ଅଭିନବ ପ୍ରତିବାଦ ହୋଇଛି।ଷଷ୍ଠ ଓ ସପ୍ତମ ଶ୍ରେଣୀର ପ୍ରାୟ୧୫ଜଣ ଛାତ୍ରଛାତ୍ରୀଙ୍କ ଧାରଣା ଦେଇଥିଲେ।ଭାତଥାଳି ଧରି ପ୍ରାୟ ୫ଶହମିଟର ଚାଲିଚାଲି ଯାଇଥିଲେ ଛାତ୍ରଛାତ୍ରୀ।

ଘର ବାରଣ୍ଡାରେ ମୃତଦେହ

ବ୍ରହ୍ମଗିରି,୩।୪(ଏସଏସ ନିଉଜ)ଘର ବାରଣ୍ଡାରେ ପଡ଼ିଛି ଜଣେ ବ୍ୟକ୍ତିଙ୍କ ମୃତଦେହ। ଗୋପଗାଁରେ ୨୪ଘଣ୍ଟା ଧରି ପଡ଼ିରହିଛି ମୃତଦେହ। ମୃତକ ଜଣଙ୍କ ପଶ୍ଚିମବଙ୍ଗର ହୋଇଥିବାବେଳେ ସେ ଘରେ ଭଡ଼ାରେ ରହୁଥିବାର ସୂଚନା ମିଳିଛି। ମୃତଦେହ ଦୀର୍ଘ ସମୟ ଯାଏଁ ପଡ଼ିରହିବାରୁ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି।

ମହିଳାସାମ୍ବାଦିକଙ୍କୁଯୌନ ନିର୍ଯାତନା

ଭଦ୍ରକ,୨।୪(ଏସଏସନିଉଜ)ଜଣେ ମହିଳା ସାମ୍ବାଦିକଙ୍କୁ ଜଣେ ମହିଳା ପୋଲିସ ଯୌନ ନିର୍ଯାତନା ଦେବାଭଳି ସଙ୍ଗୀନ ଅଭିଯୋଗ ଆସିଛି।ଏହିଭଳି ଘଟଣା ଭଦ୍ରକରେ ଘଟିଛି।ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଆଭିଯୋଗରେ ଚୂଡ଼ାମଣି ମେରାଇନ୍ ଥାନାର SI ହେଉଛନ୍ତି ତପସ୍ୱିନୀ ମହାପାତ୍ର ।ଏହି ଘଟଣାରେ ତପସ୍ୱିନୀ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ ।

ଖାତକୁ ବସ ଖସିବାରୁ ୨ମୃତ, ୨୬ଆହତ

ଭୁବନେଶ୍ୱର,୨।୪(ଏସଏସନିଉଜ)ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେଥିବା ଶେରଗଡି ନିକଟରେ ନିୟନ୍ତ୍ରଣ ହରାଇ ଏକ ବସ ଖାତକୁ ଖସିପଡିଛି।ଏହି ଭୟଙ୍କର ସଡ଼କଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜଣାପଡି ଥିବାବେଳେ ୨୬ଜଣଆହତ ହୋଇଥିବାର ଜଣା ପଡିଛି।ସୂଚନାପାଇ ପ୍ରଶାସନ, ପୁଲିସ, ଆଇଟି ବିପି ଯବାନ, ଫାୟାର ବ୍ରିଗେଡ, ୧୦୮ ଆମ୍ବୁଲାନ୍ସ ସହିତ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଖାତରୁ ବାହାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଉଛନ୍ତି ।

ନୋବଲ୍‌ କହିବାରୁ ଆମ୍ପାୟାରଙ୍କୁ ଛୁରୀମାଡ଼

ଚୌଦ୍ୱାର,୨।୪(ଏସଏସନିଉଜ) କ୍ରିକେଟ ମ୍ୟାଚରେ ନୋବଲ କହିବାରୁ ଅମ୍ପାୟାରକୁ ନିର୍ଧୁମ ମାଡ଼ ମାରିବାସହ ଛୁରୀ ଭୁସିଦେବାରୁ ତାଙ୍କର ମୃତୁ ଘଟିଛି।ଏହିଭଳି ଅଭାବନୀୟ ଘଟଣା ଚୌଦ୍ୱାର ମହିଷାନଣ୍ଡା ଅଂଚଳରେ ଘଟିଛି।ଅମ୍ପାୟାରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାପାଇଁ ଏସ୍‌ସିବି ମେଡିକାଲରେ ଭର୍ତି କରାଯାଇ ଥିବାବେଳେ ଡାକ୍ତର ସେଠାରେ ମୃତୁ ଘୋଷଣା କରିଛି।ମୃତକ ହେଉଛନ୍ତି ଚୌଦ୍ୱାର ମହିଷାନଣ୍ଡା ପଂଚାୟତର ଲକି ରାଉତ (୨୨)।ଚୌଦ୍ବାରରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଟିମ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଚାଲିଥିବାବେଳେ ଅମ୍ପାୟାରଙ୍କ ନୋ ବଲ୍‌ ଘୋଷଣାକୁ ନେଇ ବିବାଦ ସୃଷ୍ଟି […]

ସ୍କର୍ପିଓରେ ଗୋରୁ ଚୋରାଚାଳଣ

ସୋର,୨ା୪(ଏସଏସନିଉଜ)ଗୋରୁଚାଳଣ ପାଇଁ ନୁଆନୁଆ ତରିକାକୁ ଆପଣାଯାଉଛି ।ଏଥର ସ୍କର୍ପିଓରେ ଗୋରୁଚୋରାଚାଳଣ ହେଉଛି ।ଯାହାର ଜ୍ୱଳନ୍ତ ଉଦାହରଣ ସୋର ଅଂଚଳରେ ଦେଖିବାକୁ ମିଳିଛି । ଗୋରୁଚାଲାଣ ବେଳେ ନାୟକବନ୍ଧଛକରେ ଡିଭାଇଡରକୁ ପିଟିହୋଇ ଓଲଟିପଡିଛି ଏକ ସ୍କର୍ପିଓ । ସ୍କର୍ପିଓ ଭିତର ସିଟଖୋଲି ୪ଟିଗୋରୁ ଚାଲାଣ କରୁଥିଲେ । ଦୁର୍ଘଟଣାପରେ ସ୍କର୍ପିଓ ଛାଡ଼ି ଚମ୍ପଟ୍ ମାରିଛନ୍ତି ଚାଳକ ।