Browsing category

ଅପରାଧ

ଉପରକୋର୍ଟରେ ଆବେଦନ କରିବେ ରାହୁଲଗାନ୍ଧୀ

ଭୁବନେଶ୍ୱର,୨ା୪(ଏସଏସନିଉଜ) କଂଗ୍ରେସନେତା ରାହୁଲଗାନ୍ଧୀ ଡପରକୋର୍ଟରେ ଆବେଦନ କରିବେ।ସୋମବାରଦିନ ସୁରଟ ଜିଲ୍ଲା ଏବଂ ଅଷ୍ଟମ ଲାଇନରେ ଅବସ୍ଥିତ ସେସନ୍ କୋର୍ଟରେ ପହଞ୍ଚି ଆବେଦନ କରିବେ ।ମାର୍ଚ୍ଚ୨୩ରେ ସୁରଟର ସିଜେଏମ୍ କୋର୍ଟ ରାହୁଲଗାନ୍ଧୀଙ୍କୁ ବଦନାମ ମାମଲାରେ ଦୋଷୀସାବ୍ୟସ୍ତ କରି ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ ପରଦିନ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଏହା ପରେ ରାହୁଲ ଗାନ୍ଧୀଙ୍କୁ ୧୨ ତୁଗଲକ୍ ଲେନ୍ ରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମଧ୍ୟ ମିଳିଥିଲା। […]

ଅଜଣାଜନ୍ତୁ ମାରିଲା ୨୮ଟିମେଣ୍ଢା

କେନ୍ଦ୍ରାପଡା,୨ା୪(ଏସଏସନିଉଜ) ମହାକାଳପଡ଼ା କଳାଗଡ଼ଗାଁରେ ଆତଙ୍କ ଦେଖାଦେଇଛି ।ଏକ ଅଜଣାଜନ୍ତୁ ୨୮ଟିମେଣ୍ଢାଙ୍କୁ ମାରିସାରିଥିବାବେଳେ ଆଉ ୪ଟିମେଣ୍ଢା କ୍ଷତବିକ୍ଷତ କରିଥିବାର ଆଜି ସକାଳେ ଦେଖିବାକୁ ମିଳିଛି। ଅଜଣାଜନ୍ତୁ ସବୁମେଣ୍ଢାଙ୍କ ବେକରୁ ରକ୍ତଶୋଷିନେଇ ମାରି ଦେଇଥିବାରଜଣାଯାଇଛି। ଯଦୁପୁରପଞ୍ଚାୟତ କଳଗଡ଼ଗ୍ରାମର ମହନିଦାସଙ୍କର ଅଜଣାଜନ୍ତୁ ୨୮ଟି ମେଣ୍ଢାଙ୍କୁ ମାରିସାରିବା ପରେ ଆଉ୪ଟି ମେଣ୍ଢା କ୍ଷତବିକ୍ଷତ କରିଥିବାର ଜଣାପଡିଛି ।ଖବରପାଇ ଗାଁରେ ଆରଆଇ ଓ ପ୍ରାଣୀଧନନିରୀକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଜୀବନ୍ତ ବଜ୍ରକାପ୍ତାକୁ ଜବତ

ଭୁବନେଶ୍ୱର, ୨ା୪(ଏସଏସନିଉଜ) ବରଗଡ଼ ଫରେଷ୍ଟ ଡିଭିଜନ ସହାୟତାରେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହିତ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ୍ । ଗତକାଲି ସନ୍ଧ୍ୟାରେ ବରଗଡ଼ ଜିଲ୍ଲାର ପଦ୍ମପୁର ଥାନା ଅଧୀନରେ ଥିବା ବିଜାଡିହି ଛକରେ ଏସଟିଏଫ୍ ଟିମ୍ ବରଗଡ଼ ବନ ବିଭାଗର ବନ ଅଧିକାରୀଙ୍କ ସହାୟତାରେ ଚଢ଼ାଉ କରି ୧୨କିଲୋଗ୍ରାମ ଓଜନର ଜୀବନ୍ତ ବଜ୍ରକାପ୍ତାକୁ ଜବତ କରି ଅଭିଯୁକ୍ତ ମହାଦେବ ମୁଖଟିଆକୁ ଗିରଫ କରିଥିଲେ ।  

ନିଶାସକ୍ତପୁଅ ବାପାକୁ ଗୁଳିକଲା

ସୁବର୍ଣ୍ଣପୁର.୨ା୪(ଏସଏସନିଉଜ)ଡୁଙ୍ଗୁରିପାଲି ଚିନାଜୁରୀଗାଁରେ ନିଶାସକ୍ତ ପୁଅ ବିକ୍ରମ ମେହେର ବାପା ଗଙ୍ଗାଜଳ ମେହେରଙ୍କୁ ଗୁଳି କରିଛନ୍ତି । ବାପା ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇ ବିକ୍ରମ ତାଙ୍କ ପତ୍ନୀଙ୍କୁ ଗୁଳି କରି ଦେବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ଗଙ୍ଗାଜଳ ମେହେର ତାଙ୍କୁ ଗୁଳି କରିବା ଲାଗି କହିଥିଲେ। ଏହାପରେ ନିଶାସକ୍ତ ବିକ୍ରମ ଉତ୍ତେଜିତ ହୋଇ ତାଙ୍କ ବାପାଙ୍କୁ ଗୁଳି କରି ଦେଇଥିଲେ।

ଟ୍ରକକୁ ପିଟିଲା ବସ୍

ଭଦ୍ରକ. ୨ା୪(ଏସଏସନିଉଜ) ଗତକାଲି ରାତିରେ ଟ୍ରକ୍‌କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ୭ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଚିକିତ୍ସା ଲାଗି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଜାତୀୟ ରାଜପଥ-୧୬ର ବୀଣାପେଟ୍ରେଲପମ୍ପ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ।ଦୁର୍ଘଟଣାପରେ ଚାଳକ ଓ ହେଲପର ଘଟଣାସ୍ଥାଳରୁ ଫେରାର ହୋଇଯାଇଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମରିଗଲା ନା ମାରିଦେଲେ !

  ବାରଙ୍ଗ,୧।୪(ଏସଏସନିଉଜ) ନନ୍ଦନକାନନର ୧ନମ୍ବର ଫାଟକ ନିକଟ ଏକ କୋଠରୀରେ ରଖାଯାଇଥିବା ୨୦ବର୍ଷର ଅଣ୍ଡିରା ବାରହାର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି।ଶନିବାର ସକାଳେ ଜନ୍ତୁକର୍ମଚାରୀ କୋଠରୀ ଝାଡୁ କଲାବେଳେ ବାରହା ମରିପଡି ଥିବାର ଦେଖିବାକୁ ପାଇଥିଲେ।ମୃତ ବାରହାଟି ତିନିଦିନ ହେବ ଅତ୍ୟାଧିକ ଜ୍ବରରେ ପିଡୀତ ଥିଲା।ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସକମାନେ ଗତ ଗୁରୁବାରଦିନ ବାରହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏକ ଦୂର ତାପମାନ ଯନ୍ତ୍ର(ଡିଷ୍ଟାନ୍ସ ଟେମ୍ପରେଚର ମେସିନ) ଦ୍ବାରା ଜ୍ବର ମାପିଥିଲେ।ହେଲେ କୈାଣସି ଔଷଧ ଖାଇବାକୁ […]

ସ୍ତ୍ରୀକୁ ତୀରମାରିଲା ସ୍ୱାମୀ

ମାଲକାନଗିରି,୧।୪(ଏସଏସ ନିଉଜ)ସ୍ବାମୀର ତୀର ମାଡ଼ରେ ମହିଳା ଗୁରୁତର ଆହତ ହୋଇଛନ୍ତି।ଏହିଭଳି ଅଭାବ ନୀୟ ଘଟଣାମାଲକାନଗିରି ମୋଟୁ କୋମଲ ପୁରମ୍ ଗାଁର ଘଟିଛି।ତୀର ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ଆକ୍ରମଣ ପରେ ଅଭିଯୁକ୍ତସ୍ବାମୀ ଫେରାର ହୋଇଯାଇଛି।

ମହିଳାଙ୍କୁ ମାରି ନଦୀକୁ ଫିଙ୍ଗିଦେଲେ

ଜଳେଶ୍ବର,୧।୪(ଏସଏସ ନିଉଜ) ନଦୀରୁ ଅଖାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରୁ ଏହି ମୃତଦେହ ଉଦ୍ଧାର ହୋଇଛି।ମୃତକଙ୍କ ପରିଚୟ ଜଣାପଡିନ ଥିବାବେଳେ ବସ୍ତା ପୋଲିସ ଛାନଭିନ ଆରମ୍ଭ କରିଛି।କେହି ଦୁର୍ବୃତ୍ତ ମହିଳାଙ୍କୁ ମାରି ନଦୀକୁ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୋଲିସ।

ଭୁଶୁଡ଼ିପଡିଲା ଗ୍ୟାଲେରୀ

ବାଙ୍କୀ,୧।୪(ଏସଏସନିଉଜ)ଭୁଶୁଡ଼ିପଡିଲା କଲେଜ ପଡିଆ ଗ୍ୟାଲେରୀ।ବାଙ୍କୀ ସ୍ୱଂୟଶାସିତ ମହା ବିଦ୍ୟାଳୟର ଗ୍ୟାଲେରୀ ଭୁଶୁଡ଼ିପଡିଛି।ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଛି ନବନର୍ମିତ ଗ୍ୟାଲେରୀ।ଗତ ୨୩ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ ।ଏହାଫଳରେ ହୋଇଥିବା କାର୍ଯ୍ୟକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

୨୦ଲିଟରଦେଶିମଦ ସହ ସ୍କୁଟି ଜବତ

ମେଣ୍ଢାଶାଳ,୩୧ା୩(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପୁଲିସ ପେଟ୍ରୋଲିଂକରୁଥିବାବେଳେ ଏକ ସ୍କୁଟିରେ ଦେଶୀମଦ ନେଇ ଯାଉଥିବା ଜଣେ ଯୁବକକୁ ଗିରଫ କରିବା ସହ ତାଠାରୁ ୨୦ଲିଟର ଦେଶୀମଦ ଜବତ କରି ଶୁକ୍ରବାରଦିନ କୋର୍ଟଚାଳଣ କରିଛନ୍ତି ।ଗିରଫ ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଅନ୍ଧାରୁଆ ତଳସାହିର ସୁକାନ୍ତମାଟି ।ସୁକାନ୍ତତାଙ୍କ ଓଡି-୩୩ଏଡି -୦୦୮୯ନଂ ସ୍କୁଟି ଯୋଗେ ୨୦ଲିଟର ଦେଶୀମଦ ବିକ୍ରି ଉଦ୍ଦେଶ୍ୟରେ ନେଇ ଅନ୍ଧାରୁଆରୁ ଦାସପୁର ରାସ୍ତାଦେଇ ଯାଉଥିବାବେଳେ ଦାସପୁର ଓମଫେଡ଼ଛକ ନିକଟରେ ଚଢଉକରି ସୁକାନ୍ତଙ୍କୁ ପୋଲିସ ଗିରଫ କରିବାସହିତ ତାନିକଟରୁ ୨୦ଲିଟର ଦେଶୀମଦ […]