ଜଳିଗଲା ୬୯ ଦୋକାନ

କେନ୍ଦୁଝର, ୪ା୪(ଏସଏସନିଉଜ) ସୋମବାର ଭୋରରେ କେନ୍ଦୁଝର ଦୈନିକବଜାରରେ ଥିବା ୬୯ଟି ଦୋକାନ ପୋଡ଼ିଯିବାରୁ ୧୦କୋଟିରୁ ଊର୍ଦ୍ଧ୍ବଟଙ୍କାର ସମ୍ପତ୍ତି ନଷ୍ଟହୋଇଛି। ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।ପ୍ରଥମେ ଏକ ମସଲା ଦୋକାନରୁ ନିଆାଁ ଲାଗି ଗୋଟିଏପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପି ହୁହୁହୋଇ ଜଳିଥିଲା ଦୈନିକବଜାର । ଖବରପାଇ ୫ଟିଅଗ୍ନିଶମ ବାହାନୀଆସି ୪ଘଣ୍ଟା କସରତ କରିବାପରେ ନିଆଁ ଆୟତ୍ତ କରିଥିଲେ ମଧ୍ୟ ନିଆଁ ଲିଭିଲାବେଳକୁ ୬୯ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା।

Comments (0)
Add Comment