ବାରଙ୍ଗ,୪।୪(ଏସଏସନିଉଜ) ମଙ୍ଗଳବାରସକାଳେ ଚନ୍ଦକାଥାନା ପୋଲିସ କୁଜିମହଲ ପାହଡ ଉପରେ ଝୁଲନ୍ତା ଅବସ୍ଥାରେ ଏକ ଅଜଣା ମୃତଦେହକୁ ଉଧାର କରୁଛି।ମୃତଦେହର ପରିଚୟ ମିଳିପାରିନଥିବା ବେଳେ ମୃତକ ନୀଳରଙ୍ଗର ଅଧାପ୍ୟାଣ୍ଟ ଏବଂ କଳାରଙ୍ଗର ଅଧାଟିସାର୍ଟ ପିନ୍ଧିଥିଲା।ମୃତକଙ୍କ ବୟସ ୩୦ରୁ୪୦ବର୍ଷ ହେବ ବୋଲି ପୋଲିସ ଅନୁମାନ କରିଛି। ଶରୀର ପଚି ଯାଇଥିବାରୁ ଘଟଣା ୬୭/୮ଦିନର ବୋଲି ପୋଲିସ ଅନୁମାନ କରିଛି।ସ୍ଥାନୀୟ ଗ୍ରାମର କିଛି ଲୋକ ଆଜି ସକାଳେ ଜଙ୍ଗଲକୁ ଯାଇଥିବାବେଳେ ଏକ ଗଛରେ ପରିତ୍ୟକ୍ତ ଅବସ୍ଥାରେ ଏକ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ।ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଚନ୍ଦକାଥାନା ଅଧିକାରୀ ରାଧାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳକୁ ଯାଇଥିଲେ।ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନ ଥିବାବେଳେ ପୋଲିସ ମୃତ ଦେହକୁ ଜବତ କରି ୨୨/୨୩ କେଶ ନମ୍ବରରେ ଏକ ଅପମୃତ ମାମଲା ରୁଜୁକରି ବ୍ୟବଛେଦ ପାଇଁ ପଠାଇଛି।ବ୍ୟବଛେଦପାଇ ପଠାଇଛି।ତେବେ ଆତ୍ମହତ୍ୟାର ସବୁ ଲକ୍ଷଣ ଜଣାପଡୁଛି ବୋଲି ଥାନାଅଧିକାରୀ ରାଧାକାନ୍ତସାହୁ କହିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)