ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର
କୋରାପୁଟ,୩୦।୩(ଏସ ଏସନିଉଜ)କୋରାପୁଟ ସାନକେଲାର ଗାଁରେ ଅଭାବନୀୟ ଘଟଣା ଘଟିଛି।ସାତମାସର ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ସାନକେଲାର ଗାଁର ଦିବାନି ଖୋସଲା।ଆତ୍ମହତ୍ୟା ସନ୍ଦେହ କରାଯାଇ ଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି।
Browsing category
କୋରାପୁଟ,୩୦।୩(ଏସ ଏସନିଉଜ)କୋରାପୁଟ ସାନକେଲାର ଗାଁରେ ଅଭାବନୀୟ ଘଟଣା ଘଟିଛି।ସାତମାସର ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ସାନକେଲାର ଗାଁର ଦିବାନି ଖୋସଲା।ଆତ୍ମହତ୍ୟା ସନ୍ଦେହ କରାଯାଇ ଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି।
ବଣାଇ,୩୦।୩(ଏସଏସନିଉଜ) ବିଦ୍ୟୁତଖୁଣ୍ଟ ପଡ଼ି ୨ନାବାଳକ ଗୁରୁତର ହୋଇଛନ୍ତି।ଲେଞ୍ଜାଡିହି ରେ କ୍ରସରରୁ ମାଲ୍ ବୋଝେଇ ଟ୍ରକ ଯିବାବେଳେ ଅଘଟଣ ଘଟିଛି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବସହ କ୍ଷତିପୂରଣ ଦାବିରେ ଟ୍ରକ ଅଟକ ରଖିଛନ୍ତି।
କାମାକ୍ଷାନଗର,୩୦।୩(ଏସ ଏସନିଉଜ) ଢେଙ୍କାନାଳଜିଲ୍ଲା କାମାକ୍ଷାନଗରଥାନା ଅଞ୍ଚଳ ବାଲିସାହି ରାସ୍ତା ନିକଟରେ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଜଳିଯାଇଛି ଟ୍ରକ୍ । ଅଘଟଣରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇ ଥିବାବେଳେ ତେବେ ଚାଳକଙ୍କ ପରିଚୟ ମିଳିପାରି ନାହିଁ।
ଟାଙ୍ଗୀ,୩୦।୨(ଏସଏସନିଉକ)ଟାଙ୍ଗୀଥାନା ଚଣ୍ଡେଶ୍ୱର ନିକଟସ୍ଥ ଆରଡାଗ୍ରାମର ସୁଦର୍ଶନ ମୁଦୁଲି ଙ୍କଘରୁ ଗତକାଲି ରାତିରେ ବଡ ଧାରଣର ଡକାୟତି ହୋଈଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଡକାୟତଦଳ। ଘଟଣାସ୍ଥଳରେ ଏ ପର୍ଯ୍ୟନ୍ତ ପୋଲିସର ଦେଖା ନାହିଁ। ସେପଟେ ଘଟଣାସ୍ଥଳରେ ଦୃବୁତଙ୍କର ଚପଲ, ସିଗାରେଟ ପଡିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର,୩୦।୩(ଏସଏସ ନିଉଜ)ବନ୍ଧୁକସହ ୧୫କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ମନମୁଣ୍ଡାଥାନା ସସକାପଦର ଜଙ୍ଗଲରେ ଚଢ଼ାଉବେଳେ ଧରିଛି ପୋଲିସ। ଗୋଟିଏ ଦେଶୀବନ୍ଧୁକ ଓ ୧୫ କୁଇଣ୍ଟାଲ ଗଂଜେଇ ଜବତ ସହ ୨ଜଣଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତ ମାନେହେଲେ ବାରକତୁଳି ଗ୍ରାମର ବବିକହଁର ଓ ରୁଗୁଡି କନପା ଗ୍ରାମର ଦୁଃଶାସନସାହୁ।
ଫୁଲବାଣୀ,୨୯।୩(ଏସଏସ ନିଉଜ) ସ୍କୁଲଭିତରେ ମହୁମାଛି ଆକ୍ରମଣ ହୋଇଛି।ଏଥିରେ ୬ଜଣ ଆହତ ହୋଇଛନ୍ତି। ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମହୁମାଛି ଆକ୍ରମଣ ହୋଇଛି। ମହୁମାଛି ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ସହ ୬ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ସୋର,୨୯ା୩(ଏସଏସନିଉଜ) ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ । ସିମୁଳିଆଥାନା ଛତ୍ରପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।ହତ୍ୟାକାଣ୍ଡ ପରେ ଅଭିଯୁକ୍ତସ୍ୱାମୀ ଘଟଣସ୍ଥଳରୁଫେରାର ହୋଇଯାଇଛି ।ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାସୁଦେବପୁର, ୨୯ା୩(ଏସଏସନିଉଜ)ବାଲିମେଦଅଞ୍ଚଳରୁ ସନ୍ଦିଗ୍ଧପାରା ଉଦ୍ଧାର ହୋଇଛି । ପାରାରଗୋଡ଼ରେ ପିତ୍ତଳ ରିଙ୍ଗରେ କିଛିଲେଖା ରହିଛିା ସ୍ଥାନୀୟଲୋକ ଏହିପାରାକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।
ନୂଆପଡ଼ା, ୨୯ା୩(ଏସଏସନିଉଜ) ପୁଣି ଏକ ବଳଦମାରି ଖାଇଲାବାଘା ସୁନାବେଡ଼ା ଅଭୟାରଣ୍ୟ ଜଲମଡ଼େଇଗାଁରେ ବାଘକୁ ନେଇ ପୁଣି ଆତଙ୍କ ଖେଳିଯାଇଛି ।ଖବରପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବନବିଭାଗ କର୍ମଚାରୀା
କଟକ, ୨୯ା୩(ଏସଏସନିଉଜ) ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଫେରାର ହୋଇଯାଇଛନ୍ତି ଜଣେ ଅଭିଯୁକ୍ତ । ଫେରାର ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଆଲୋକ ସାହୁ। ଜଗତସିଂହପୁର ରଘୁନାଥପୁରଥାନା ପୋଲିସ ତାଙ୍କୁ ICUରେ ଭର୍ତ୍ତି କରିଥିଲା ।