Browsing category

ଅପରାଧ

ବଞ୍ଚାଇ ପାରିଲେନି ଡାକ୍ତର

ବାରଙ୍ଗ,୩ା୪(ଏସଏସନିଉଜ) ସୋମବାରଦିନ ନନ୍ଦନ କାନନରେ ଏକ ଅଣ୍ଡିରାଉଡ଼ନ୍ତା ମୂଷା ମୃତ୍ୟୁବରଣ କରିଛି । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲ କର୍ମଚାରୀଙ୍କଦ୍ୱାରା ଉଦ୍ଧାର ହୋଇ ଚିକିତ୍ସାପାଇଁ ପ୍ରାଣୀଉଦ୍ୟାନରେ ଛଡ଼ାଯାଇ ଥିଲା। ମୂଷାଟି ଏଠାରେ ସୁସ୍ଥ ହେବା ପରିବର୍ତ୍ତେ ସୋମବାର ଦିନ ଆଖିବୁଜିଛି ।ସୂଚନାଯୋଗ୍ୟଯେ ,ଗତ ୧୯ତାରିଖ ନଭେମ୍ବରମାସରେ ନନ୍ଦନକାନନକୁ ମୂଷାଟି ଆସିବାପରେ ତାକୁ ଚିକିତ୍ସାସହ ଡାକ୍ତର ମାନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଅନ୍ଧାରୀଘର ଭିତରେ ପର୍ଯ୍ୟଟକମାନଙ୍କ ଦେଖିବାପାଇଁ ରଖାଯାଇଥିଲା ।ମୃତ୍ୟୁର କାରଣ ଜଣାପଡି ନଥିବାବେଳେ […]

ତ୍ରିଶୂଳିଆଛକରୁ ଗଞ୍ଜେଇଭର୍ତି ମାରୁତିକାର ଜବତ

ବାରଙ୍ଗ,୩।୪(ଏସଏସନିଉଜ) ସୋମବାର ଦିନ ସକାଳେ କଟକ ଅବକାରୀ ବିଭାଗଦ୍ୱାରା ତ୍ରିଶୂଳିଆ ଛକରୁ ଗଞ୍ଜେଇ ଭର୍ତି ମରୁତି କାରକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି।ଗିରଫବ୍ୟକ୍ତି ହେଲେ ଗଂଜାମ ବରମପୁରର ସୁନୀଲକୁମାର ଦୋରା(୩୮)ଓ ରାଜପୁର ବଡ଼ସାହିର ଜିତୁ ନାୟକ(୨୯)। ଏହି ଦୁଇଜଣବ୍ୟକ୍ତି ଗଞ୍ଜାମରୁ ଓଆର୦୨-ଆର- ୨୯୨୮ ନମ୍ବର ମାରୁତି କାରଯୋଗେ ଗଞ୍ଜେଇ ନେଇ କଟକ ଅଭିମୁଖେ ଆସୁଥିଲେ।ବିଶେଷସୂତ୍ରରୁ ଖବର ପାଇ ଅବକାରୀବିଭାଗ ସୋମବାର ବଢିଭୋର ସମୟରେ ବାରଙ୍ଗ ତ୍ରିଶୂଳିଆ ଛକରେ ଜଗିରହିଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା […]

ଭାତଥାଳି ଧରି ରାସ୍ତାରେ ଚାଲିଲେ ଛାତ୍ରଛାତ୍ରୀ

ବାରିପଦା,୩।୪(ଏସଏସ ନିଉଜ)ଛାତ୍ରଛାତ୍ରୀମାନେ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଭାତଥାଳି ଧରି ବ୍ଲକ ଅଫିସ ଘେରିଥିଲେ ଛାତ୍ରଛାତ୍ରୀ। ରାସଗୋବିନ୍ଦପୁର ବିନୋଦ ରାୟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିଆରା ଭାବେ ପ୍ରତିବାଦ କରି ଧାରଣା ଦେଇଥିଲେ। ମଧ୍ୟାହ୍ନଭୋଜନ ରେ ତରକାରୀ ସରିଯିବାରୁ ପିଲାଙ୍କ ଅଭିନବ ପ୍ରତିବାଦ ହୋଇଛି।ଷଷ୍ଠ ଓ ସପ୍ତମ ଶ୍ରେଣୀର ପ୍ରାୟ୧୫ଜଣ ଛାତ୍ରଛାତ୍ରୀଙ୍କ ଧାରଣା ଦେଇଥିଲେ।ଭାତଥାଳି ଧରି ପ୍ରାୟ ୫ଶହମିଟର ଚାଲିଚାଲି ଯାଇଥିଲେ ଛାତ୍ରଛାତ୍ରୀ।

ଘର ବାରଣ୍ଡାରେ ମୃତଦେହ

ବ୍ରହ୍ମଗିରି,୩।୪(ଏସଏସ ନିଉଜ)ଘର ବାରଣ୍ଡାରେ ପଡ଼ିଛି ଜଣେ ବ୍ୟକ୍ତିଙ୍କ ମୃତଦେହ। ଗୋପଗାଁରେ ୨୪ଘଣ୍ଟା ଧରି ପଡ଼ିରହିଛି ମୃତଦେହ। ମୃତକ ଜଣଙ୍କ ପଶ୍ଚିମବଙ୍ଗର ହୋଇଥିବାବେଳେ ସେ ଘରେ ଭଡ଼ାରେ ରହୁଥିବାର ସୂଚନା ମିଳିଛି। ମୃତଦେହ ଦୀର୍ଘ ସମୟ ଯାଏଁ ପଡ଼ିରହିବାରୁ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି।

ମହିଳାସାମ୍ବାଦିକଙ୍କୁଯୌନ ନିର୍ଯାତନା

ଭଦ୍ରକ,୨।୪(ଏସଏସନିଉଜ)ଜଣେ ମହିଳା ସାମ୍ବାଦିକଙ୍କୁ ଜଣେ ମହିଳା ପୋଲିସ ଯୌନ ନିର୍ଯାତନା ଦେବାଭଳି ସଙ୍ଗୀନ ଅଭିଯୋଗ ଆସିଛି।ଏହିଭଳି ଘଟଣା ଭଦ୍ରକରେ ଘଟିଛି।ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଆଭିଯୋଗରେ ଚୂଡ଼ାମଣି ମେରାଇନ୍ ଥାନାର SI ହେଉଛନ୍ତି ତପସ୍ୱିନୀ ମହାପାତ୍ର ।ଏହି ଘଟଣାରେ ତପସ୍ୱିନୀ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ ।

ଖାତକୁ ବସ ଖସିବାରୁ ୨ମୃତ, ୨୬ଆହତ

ଭୁବନେଶ୍ୱର,୨।୪(ଏସଏସନିଉଜ)ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେଥିବା ଶେରଗଡି ନିକଟରେ ନିୟନ୍ତ୍ରଣ ହରାଇ ଏକ ବସ ଖାତକୁ ଖସିପଡିଛି।ଏହି ଭୟଙ୍କର ସଡ଼କଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜଣାପଡି ଥିବାବେଳେ ୨୬ଜଣଆହତ ହୋଇଥିବାର ଜଣା ପଡିଛି।ସୂଚନାପାଇ ପ୍ରଶାସନ, ପୁଲିସ, ଆଇଟି ବିପି ଯବାନ, ଫାୟାର ବ୍ରିଗେଡ, ୧୦୮ ଆମ୍ବୁଲାନ୍ସ ସହିତ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଖାତରୁ ବାହାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଉଛନ୍ତି ।

ନୋବଲ୍‌ କହିବାରୁ ଆମ୍ପାୟାରଙ୍କୁ ଛୁରୀମାଡ଼

ଚୌଦ୍ୱାର,୨।୪(ଏସଏସନିଉଜ) କ୍ରିକେଟ ମ୍ୟାଚରେ ନୋବଲ କହିବାରୁ ଅମ୍ପାୟାରକୁ ନିର୍ଧୁମ ମାଡ଼ ମାରିବାସହ ଛୁରୀ ଭୁସିଦେବାରୁ ତାଙ୍କର ମୃତୁ ଘଟିଛି।ଏହିଭଳି ଅଭାବନୀୟ ଘଟଣା ଚୌଦ୍ୱାର ମହିଷାନଣ୍ଡା ଅଂଚଳରେ ଘଟିଛି।ଅମ୍ପାୟାରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାପାଇଁ ଏସ୍‌ସିବି ମେଡିକାଲରେ ଭର୍ତି କରାଯାଇ ଥିବାବେଳେ ଡାକ୍ତର ସେଠାରେ ମୃତୁ ଘୋଷଣା କରିଛି।ମୃତକ ହେଉଛନ୍ତି ଚୌଦ୍ୱାର ମହିଷାନଣ୍ଡା ପଂଚାୟତର ଲକି ରାଉତ (୨୨)।ଚୌଦ୍ବାରରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଟିମ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଚାଲିଥିବାବେଳେ ଅମ୍ପାୟାରଙ୍କ ନୋ ବଲ୍‌ ଘୋଷଣାକୁ ନେଇ ବିବାଦ ସୃଷ୍ଟି […]

ସ୍କର୍ପିଓରେ ଗୋରୁ ଚୋରାଚାଳଣ

ସୋର,୨ା୪(ଏସଏସନିଉଜ)ଗୋରୁଚାଳଣ ପାଇଁ ନୁଆନୁଆ ତରିକାକୁ ଆପଣାଯାଉଛି ।ଏଥର ସ୍କର୍ପିଓରେ ଗୋରୁଚୋରାଚାଳଣ ହେଉଛି ।ଯାହାର ଜ୍ୱଳନ୍ତ ଉଦାହରଣ ସୋର ଅଂଚଳରେ ଦେଖିବାକୁ ମିଳିଛି । ଗୋରୁଚାଲାଣ ବେଳେ ନାୟକବନ୍ଧଛକରେ ଡିଭାଇଡରକୁ ପିଟିହୋଇ ଓଲଟିପଡିଛି ଏକ ସ୍କର୍ପିଓ । ସ୍କର୍ପିଓ ଭିତର ସିଟଖୋଲି ୪ଟିଗୋରୁ ଚାଲାଣ କରୁଥିଲେ । ଦୁର୍ଘଟଣାପରେ ସ୍କର୍ପିଓ ଛାଡ଼ି ଚମ୍ପଟ୍ ମାରିଛନ୍ତି ଚାଳକ ।

ଉପରକୋର୍ଟରେ ଆବେଦନ କରିବେ ରାହୁଲଗାନ୍ଧୀ

ଭୁବନେଶ୍ୱର,୨ା୪(ଏସଏସନିଉଜ) କଂଗ୍ରେସନେତା ରାହୁଲଗାନ୍ଧୀ ଡପରକୋର୍ଟରେ ଆବେଦନ କରିବେ।ସୋମବାରଦିନ ସୁରଟ ଜିଲ୍ଲା ଏବଂ ଅଷ୍ଟମ ଲାଇନରେ ଅବସ୍ଥିତ ସେସନ୍ କୋର୍ଟରେ ପହଞ୍ଚି ଆବେଦନ କରିବେ ।ମାର୍ଚ୍ଚ୨୩ରେ ସୁରଟର ସିଜେଏମ୍ କୋର୍ଟ ରାହୁଲଗାନ୍ଧୀଙ୍କୁ ବଦନାମ ମାମଲାରେ ଦୋଷୀସାବ୍ୟସ୍ତ କରି ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ ପରଦିନ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଏହା ପରେ ରାହୁଲ ଗାନ୍ଧୀଙ୍କୁ ୧୨ ତୁଗଲକ୍ ଲେନ୍ ରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମଧ୍ୟ ମିଳିଥିଲା। […]

ଅଜଣାଜନ୍ତୁ ମାରିଲା ୨୮ଟିମେଣ୍ଢା

କେନ୍ଦ୍ରାପଡା,୨ା୪(ଏସଏସନିଉଜ) ମହାକାଳପଡ଼ା କଳାଗଡ଼ଗାଁରେ ଆତଙ୍କ ଦେଖାଦେଇଛି ।ଏକ ଅଜଣାଜନ୍ତୁ ୨୮ଟିମେଣ୍ଢାଙ୍କୁ ମାରିସାରିଥିବାବେଳେ ଆଉ ୪ଟିମେଣ୍ଢା କ୍ଷତବିକ୍ଷତ କରିଥିବାର ଆଜି ସକାଳେ ଦେଖିବାକୁ ମିଳିଛି। ଅଜଣାଜନ୍ତୁ ସବୁମେଣ୍ଢାଙ୍କ ବେକରୁ ରକ୍ତଶୋଷିନେଇ ମାରି ଦେଇଥିବାରଜଣାଯାଇଛି। ଯଦୁପୁରପଞ୍ଚାୟତ କଳଗଡ଼ଗ୍ରାମର ମହନିଦାସଙ୍କର ଅଜଣାଜନ୍ତୁ ୨୮ଟି ମେଣ୍ଢାଙ୍କୁ ମାରିସାରିବା ପରେ ଆଉ୪ଟି ମେଣ୍ଢା କ୍ଷତବିକ୍ଷତ କରିଥିବାର ଜଣାପଡିଛି ।ଖବରପାଇ ଗାଁରେ ଆରଆଇ ଓ ପ୍ରାଣୀଧନନିରୀକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।