ନୋବଲ୍‌ କହିବାରୁ ଆମ୍ପାୟାରଙ୍କୁ ଛୁରୀମାଡ଼

ଚୌଦ୍ୱାର,୨।୪(ଏସଏସନିଉଜ) କ୍ରିକେଟ ମ୍ୟାଚରେ ନୋବଲ କହିବାରୁ ଅମ୍ପାୟାରକୁ ନିର୍ଧୁମ ମାଡ଼ ମାରିବାସହ ଛୁରୀ ଭୁସିଦେବାରୁ ତାଙ୍କର ମୃତୁ ଘଟିଛି।ଏହିଭଳି ଅଭାବନୀୟ ଘଟଣା ଚୌଦ୍ୱାର ମହିଷାନଣ୍ଡା ଅଂଚଳରେ ଘଟିଛି।ଅମ୍ପାୟାରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାପାଇଁ ଏସ୍‌ସିବି ମେଡିକାଲରେ ଭର୍ତି କରାଯାଇ ଥିବାବେଳେ ଡାକ୍ତର ସେଠାରେ ମୃତୁ ଘୋଷଣା କରିଛି।ମୃତକ ହେଉଛନ୍ତି ଚୌଦ୍ୱାର ମହିଷାନଣ୍ଡା ପଂଚାୟତର ଲକି ରାଉତ (୨୨)।ଚୌଦ୍ବାରରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଟିମ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଚାଲିଥିବାବେଳେ ଅମ୍ପାୟାରଙ୍କ ନୋ ବଲ୍‌ ଘୋଷଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅମ୍ପାୟାର ଭୁଲ ନିଷ୍ପତି ଦେଇଥିବାର ଦର୍ଶାଇଉତକ୍ଷିପ୍ତ ହୋଇ ଲକି ଅମ୍ପାୟାରଙ୍କୁ ଆକ୍ରମଣ କରି ଥିଲେ। ଗୁରୁତର ଅବସ୍ଥାରେ ଅମ୍ପାୟାରଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଏହାକୁ ନେଇ ଗାଁରେ ଉତେଜନା ଦେଖାଦେଇଛି।ଖବରପାଇ ଚୌଦ୍ବାରପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments (0)
Add Comment