ଉପରକୋର୍ଟରେ ଆବେଦନ କରିବେ ରାହୁଲଗାନ୍ଧୀ

ଭୁବନେଶ୍ୱର,୨ା୪(ଏସଏସନିଉଜ) କଂଗ୍ରେସନେତା ରାହୁଲଗାନ୍ଧୀ ଡପରକୋର୍ଟରେ ଆବେଦନ କରିବେ।ସୋମବାରଦିନ ସୁରଟ ଜିଲ୍ଲା ଏବଂ ଅଷ୍ଟମ ଲାଇନରେ ଅବସ୍ଥିତ ସେସନ୍ କୋର୍ଟରେ ପହଞ୍ଚି ଆବେଦନ କରିବେ ।ମାର୍ଚ୍ଚ୨୩ରେ ସୁରଟର ସିଜେଏମ୍ କୋର୍ଟ ରାହୁଲଗାନ୍ଧୀଙ୍କୁ ବଦନାମ ମାମଲାରେ ଦୋଷୀସାବ୍ୟସ୍ତ କରି ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ ପରଦିନ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଏହା ପରେ ରାହୁଲ ଗାନ୍ଧୀଙ୍କୁ ୧୨ ତୁଗଲକ୍ ଲେନ୍ ରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମଧ୍ୟ ମିଳିଥିଲା। ସିଜେଏମ୍ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷହୋଇଛି।

 

Comments (0)
Add Comment