Browsing category

ଅପରାଧ

ମେଡିକାଲରେ ମାଓନେତା ସବ୍ୟସାଚୀ

ଭୁବନେଶ୍ୱର,୫/୭(ଏସଏସନିଉଜ) ମାଓନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ଏମକେସିଜି ରେ ଭର୍ତ୍ତି. ହୋଇଛନ୍ତି ।ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଆସି ଏମକେସିଜ ର ଇଏନ୍‌ଟି ଓ୍ୱାର୍ଡରେ ଭର୍ତ୍ତି ହୋଇଛନ୍ତି.ାମେଡିକାଲରେ ଭର୍ତ୍ତି ହେବା ନେଇ ସୂଚନା ଦେଇଛନ୍ତି କାରାଗାର କର୍ତ୍ତୃପକ୍ଷ.ାମେଡିକାଲରେ ସବ୍ୟସାଚୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିବାର ଜଣାପଡିଛି ।

ରୁଚିକାକୁ ନ୍ୟାୟ ଦାବିରେ ଧାରଣା

ଭୁବନେଶ୍ୱର,୫/୭(ଏସଏସନିଉଜ) ତୁହାକୁତୁହା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାବେଳେ ବର୍ଷାକୁ ଖାତିରିନକରି ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଧାରଣାରେ ବସିଛନ୍ତି । ଗତ ତିନି ଦିନହେବ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି ରୁଚିକା ମା ଏବଂ ପରିବାର ସମେତ କଲେଜର ଛାତ୍ରଛାତ୍ରୀ । ଝିଅକୁ ନ୍ୟାୟ ଦେବା ଦାବି ନେଇ ମୃତକଙ୍କ ମା କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ତିନି ରଥର ମରାମତି କାର୍ଯ୍ୟ ଆରମ୍ଭ

ପୁରୀ,୫/୭(ଏସଏସନିଉଜ) ପୂର୍ତ୍ତ ବିଭାଗର ଯାଞ୍ଚ ସମୟରେ ତାଳଧ୍ଵଜ ରଥର ପଡିନାହାକା ଚକ ଓ ଦର୍ପଦଳନ ରଥର ବଡ ଉଛୁଳା ଚକରେ ଫାଟ ଥିବା ଜଣାପଡିଥିଲା ।ଏହାପରେ ଭୋଇ, ମହାରଣା, କମାର ସେବକଙ୍କ ଉପସ୍ଥିତିରେ ଚାଲିଛି ମରାମତି କାର୍ଯ୍ୟ ପହିପାତିଆ ଓ ଲୁହା କ୍ଲାମ୍ପ ଦିଆଯାଇ ହେବ ମରାମତି କାର୍ଯ୍ୟ ।ଅନ୍ୟପଟେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମି ନୀତି, ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯିବେ ମାଆ ଲକ୍ଷ୍ମୀ, ଫେରିଲା ବେଳେ ଭାଙ୍ଗିବେ ନନ୍ଦିଘୋଷ ରଥ । ଏଥିପାଇଁ ସମସ୍ତ […]

୨୦ ଲକ୍ଷର ଗଞ୍ଜେଇ ଜବତ

ଭୁବନେଶ୍ୱର,୫/୭(ଏସଏସନିଉଜ)ପ୍ରାୟ ୨୦ ଲକ୍ଷର ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ ।ଆନ୍ଧ୍ର ସୀମାନ୍ତ ଜଲାପୁଟରୁ ଚାଲାଣ ବେଳେ ୨୭୯ କେଜି ଗଞ୍ଜେଇ ଜବତ ହୋଇଛି ।.ସିଲେଇପୁଟ ଛକରେ ଗାଡ଼ି ଯାଞ୍ଚ ବେଳେ ଏହାଜଣାପଡିଥିଲା ।ତେବେ କୈାଶଳକ୍ରମେ ଚାଳକ ଫେରାର ହୋଇଯାଇଥିଲା ।

ଜଳିଗଲା ନାଇଟକୋଚ ବସ୍‌

ଭୁବନେଶ୍ୱର,୪/୭(ଏସ ଏସ ନିଉଜ) ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ନାଇଟକୋଚ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଡ୍ରାଇଭର ଓ ହେଲପରଙ୍କ ସମେତ ୪ଜଣ ଗୁରୁତର ହୋଇଥିବା ଜଣାପଡିଛି ।ଖବର ପାଇ ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିବା ଆରମ୍ଭ କରିଛି ।ଅନ୍ୟପଟେ ଗୁରୁତରଙ୍କୁ ଉଦ୍ଧାର କରି ପୋଲିସ ହସପିଟାଲରେ ଭର୍ତି କରିଛି ।ଆଜି ଭୋର ସମୟରେ ଲଲିତା ନାମକ ଏକ ବସ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ବରମୁଣ୍ଡା ତପୋବନ ସ୍କୁଲ […]

ବ୍ରାଉନସୁଗର କିଙ୍ଗପିନ ଗିରଫ

ଜଳେଶ୍ବର,୩/୭(ଏସ ଏସ ନିଉଜ)ବ୍ରାଉନସୁଗର କିଙ୍ଗପିନ ତୈରୁଦ୍ଦିନ ଗିରଫ ହୋଉଥିବାର ଜଣାପଡିଛି। ଜଳେଶ୍ବର ପୋଲିସ ଆଜି ସକାଳୁ ତୈରୁଦ୍ଦିନ ଓ ଦୁଇ ସହଯୋଗୀଙ୍କୁ ଗିରଫ କରିବାସହ ଘଟଣାସ୍ଥଳରୁ ୩୦୦ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତୈରୁଦ୍ଦିନ ନାମରେ ପୂର୍ବରୁ ଏକାଧିକ ମାମଲା ଥିବା ସୂଚନା ମିଳିଛି ।

ଓଲଟିଲା ପିକଅପ ଭ୍ୟାନ୍‌

ରାଉରକେଲା,୩/୭(ଏସ ଏସ ନିଉଜ) ପିକଅପ ଭ୍ୟାନ୍‌ ଓଲଟି ୧୦ଜଣ ଆହତ ହୋଇଛନ୍ତି। ବନ୍ଧମୁଣ୍ଡାରୁ ବିଶ୍ରା ଯାଉଥିବା ବେଳେ ଭାରସାମ୍ୟ ହରାଇ ମଙ୍ଗଲ ବଜାର ନିକଟରେ ଭ୍ୟାନ୍ ଟି ଓଲଟି ପଡିଥିଲା ।ଆହତମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ବିଜେବି ଛାତ୍ରୀ ନିବାସରେ ପୋଲିସର ଯାଞ୍ଚ…

ଭୁବନେଶ୍ୱର,୩/୭(ଏସ ଏସ ନିଉଜ)ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ବରଗଡ଼ ପୋଲିସ୍ ଛାତ୍ରୀ ନିବାସରେ ପହଞ୍ଚିଛି ।ଛାତ୍ରୀ ଆତ୍ମହତ୍ୟା କରିଥିବା ରୁମକୁ ଯାଞ୍ଚ କରୁଛି ପୋଲିସ୍ ।ଛାତ୍ରୀ ନିବାସର ଆଉ କିଛି ଛାତ୍ରୀଙ୍କୁ ମଧ୍ୟ ପୋଲିସର ପଚରାଉଚରା ଆରମ୍ଭ ହୋଈଛି ।

୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨/୭(ଏସ ଏସ ନିଉଜ)ଚଳିତ ରାଜ୍ୟ ବଜେଟ ୨ ଲକ୍ଷ କୋଟି ଟଙ୍କା କୁ ବୃଦ୍ଧି ପାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେ ଉପସ୍ଥାପନ କରିଛନ୍ତି । ଗତ ୨୨ ବର୍ଷରେ ବଜେଟର ପରିମାଣ ୧୭ ଗୁଣ ବୃଦ୍ଧି ପାଇଥିବା ଅର୍ଥମନ୍ତ୍ରୀ ଅବଗତ କରାଇଛନ୍ତି । ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟୟ ବରାଦର ଗୁଣବତ୍ତାରେ ଆସିଥିିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା କୁହାଯାଇଛି । ଚଳିତ ଆର୍ଥିକ ବର୍ଷରେ […]

ପୁଣି ଭାଙ୍ଗିଲେ ଚୁଲି

ପୁରୀ,୨/୭(ଏସଏସନିଉଜ) ଭାଙ୍ଗିଲା ଗୁଣ୍ଡିଚାମନ୍ଦିର ରୋଷଘର ଚୂଲି । କୋଠଭୋଗ ଚୂଲିକୁ ଛାଡ଼ି ୨୦ ରୁ ଅଧିକ ଚୂଲିକୁ ଭାଙ୍ଗିଦେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଆଡ଼ପ ଅବଢ଼ା ପାଇଁ ୫ ଦିନ ତଳେ ପ୍ରସ୍ତୁତ ହୋଇଥିଲା ଚୁଲି । ଗୁଣ୍ଡିଚା ମନ୍ଦିରରେ ରହିଥିବା ମୋଟ ୭୫୨ଟି ଚୁଲିରୁ ପ୍ରାୟ ୨୦ଟି ଚୁଲି କେହି ଭାଙ୍ଗି ଦେଇଛି ଦୁର୍ବୁତ ।