ଗ୍ରାହକ ସାଜି ମାଡ଼ି ବସିଲେ
ଉମରକୋଟ, ୨/୭ (ଏସଏସନିଉଜ) ବିକ୍ରି ପାଇଁ ଡିଲ୍ ବେଳେ କଲରାପତରିଆ ବାଘଛାଲ ଜବତ ହୋଇଛି । ଉମରକୋଟ ସେମଳା ନିକଟରେ ବନବିଭାଗ ଏହାକୁ ଜବତ କରିବା ସହ ଜଣଙ୍କୁ ମଧ୍ୟ ଗିରଫ କରିଛି ।ତେବେ ଗ୍ରାହକ ବେଶରେ କିଣିବାକୁ ଆସି ବନ କର୍ମଚାରୀମାନେ ବାଘଛାଲ ବିକ୍ରେତାକୁ ମାଡ଼ି ବସିଥିଲେ ।
Browsing category
ଉମରକୋଟ, ୨/୭ (ଏସଏସନିଉଜ) ବିକ୍ରି ପାଇଁ ଡିଲ୍ ବେଳେ କଲରାପତରିଆ ବାଘଛାଲ ଜବତ ହୋଇଛି । ଉମରକୋଟ ସେମଳା ନିକଟରେ ବନବିଭାଗ ଏହାକୁ ଜବତ କରିବା ସହ ଜଣଙ୍କୁ ମଧ୍ୟ ଗିରଫ କରିଛି ।ତେବେ ଗ୍ରାହକ ବେଶରେ କିଣିବାକୁ ଆସି ବନ କର୍ମଚାରୀମାନେ ବାଘଛାଲ ବିକ୍ରେତାକୁ ମାଡ଼ି ବସିଥିଲେ ।
ବାରିପଦା,୨/୭(ଏସ ଏସ ନିଉଜ) ବନବିଭାଗର ପାଟ୍ରୋଲିଂ ଜିପ୍ ଓଲଟି ୨ଜଣ ଗୁରୁତର ଆହତ ହୋଇଛନ୍ତି ।ବେତନଟୀ ରେଞ୍ଜ୍ ମଶିଣାକାଟି ନିକଟରେ ଭାରସାମ୍ୟ ହରାଇ ଜିପ୍ ଟି ଓଲଟି ପଡିଥିଲା ।ହାତୀ ଅନୁଧ୍ୟାନ ପାଇଁ ୬ଜଣ କର୍ମଚାରୀ ଯାଇଥିବା ବେଳେ ଦୁର୍ଘଟଣା ଘଟିଥିଲା ।୨ ଗୁରୁତର ବନ କର୍ମଚାରୀ ପିଆର୍ଏମ୍ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।
ବାରଙ୍ଗ,୨/୭(ଏସ ଏସ ନିଉଜ) ମୁଣ୍ଡଳୀ ସେତୁ ଉପରେ କେହି ଜଣେ ବ୍ୟକ୍ତି OD06 A 3598 ନମ୍ବର ବୁଲେଟ ଗାଡ଼ି ରଖି ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଥିବା ମହାନଦୀ ରେ ମାଛ ମାରୁଥିବା ମତ୍ସଜୀବୀ ମାନେ କହୁଛନ୍ତି ।ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି
ବାରଙ୍ଗ,୩୦/୬(ଏସଏସନିଉଜ) ଗୁରୁବାର ସଂନ୍ଧ୍ୟାରେ ମୁଣ୍ଡଳି ବ୍ରିଜ ରୁ ଜଣେ ଯୁବତୀ ମହନଦୀ କୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସୌଭାଗ୍ୟ ବସତଃ ନଦୀ ରେ ମାଛ ମାରି ଫେରୁଥିବା କିଛି ମତ୍ସଜୀବୀ ଠିକ ସମୟରେ ଯୁବତୀ ଜଣକୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରିଆଣିପୋଲିସକୁ ଖବର ଦେବାସହ ୧୦୮ ଆମ୍ବୁଲାନ୍ସରେ ଚିକିସ୍ାପାଇଁ କଟକବଡଡାକ୍ତରଖାନାକୁ ପଠାଇଦେଇଥିଲେ ।ତେବେ ବ୍ରିଜ ଉପରେ ଥୁଆହୋଇଥିବା ଏକ ସୁଇସାଇଡ ନୋଟ ମସ୍୍ୟଜିବୀଙ୍କ ହାତରେ ଲାଗିଥିଲା ,ଯାହାକୁ ସେମାନେ ପୋଲିସକୁ ହସ୍ତାନ୍ତର […]
ଝାରସୁଗୁଡ଼ା,୩୦/୬(ଏସ ଏସ ନିଉଜ) ବାଇକକୁ ଭ୍ୟାନ୍ ଧକ୍କା ଦେବାରୁ ଚାଲିଗଲା ବାପ-ପୁଅଙ୍କ ଜୀବନ। ଜୋରାବଗା ବସଷ୍ଟାଣ୍ଡ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହାପରେ ଲୋକମାନେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ଜୋରାବଗା ଛକ ନିକଟରେ ରାସ୍ତାରୋକ କରିଛନ୍ତି।ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜରୁଛି ।
ଆନନ୍ଦପୁର,୩୦/୬(ଏସ ଏସ ନିଉଜ) ପଢ଼ିବାକୁ ବାରଣ କରିବାରୁ ଜୀବନ ହାରିଲେ +୩ ଛାତ୍ର । ମୃତକ ହେଉଛନ୍ତି ଅକରୁଆ ଗାଁର ଜଣେ ମେଧାବୀ ଛାତ୍ର। +୩ ପ୍ରଥମ ବର୍ଷରେ ସେ ପଢୁଥିଲେ । ସବୁବେଳେ ପାଠ ପଢ଼ିବାରୁୁ ପରିବାର ଲୋକେ ବିରକ୍ତ ହବାସହ ପାଠପଢ଼ା ବାରଣ କରିବାରୁ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ବାରଙ୍ଗ,୨୭/୬(ଏସଏସନିଉଜ)ସୋମବାର ସକାଳେ ଗୋଡିସାହି ଫାଣ୍ଡିଠାରୁ ଅଳ୍ପ ଦୁରରେ ଏକ କୋଇଲାବୋଝେଇ ଟ୍ରକ ଭାରସମ୍ୟ ହରାଇ ପୁରୀମେନକେନାଲରାସ୍ତା ତଳକୁ ଓଲଟିପଡିଛି । ଓଆର୦୫ଏ-୫୧୦୦ନଂ କୋଇଲାବୋଝେଇ ଟ୍ରକଟି ସାନମୁଣ୍ଡଳୀଗାଁପାଖରୁ ପୁରୀମେନକେନାଲ ଦେଇ ଆସୁଥିଲା । ଗୋଡିସାହି ବ୍ରିଜ ପାଖରେ କେନାଲରାସ୍ତାରୁ ସଂଯୋଗଥିବା କଟକ-ବାଙ୍କୀ ମୁଖ୍ୟରାସ୍ତାକୁ ଟ୍ରକଟି ଉଠୁଥିବାବେଳେ ଭାରସମ୍ୟ ହରାଇ କେନାଲର ଅପରପାଶ୍ୱର୍କୁ ଓଲଟିପଡିଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ଥ ଟ୍ରକକୁ ଜବତ […]
ବାରଙ୍ଗ,୨୭/୬(ଏସଏସନିଉଜ)ରବିବାର ବିଳମ୍ଭିତ ରାତିରେ ଜଣେ ମଦ୍ୟପ ଯୁବକ ପାଣିଟାଙ୍କି ଉପରକୁ ଚଢିଯାଇ ଉପ୍ତାତ କରିଛି ।କେବଳ ଉପ୍ତାତ ନୁହେଁ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲା ।ପରେ ସ୍ଥାନୀୟ ଲୋକମାନେ ବହୁବୁଝସୁଜା କରିବାପରେ ପ୍ରାୟ୫୦/୬୦ଫୁଟ ପାଣିଟାଙ୍କି ଉପରୁ ଓହ୍ଲାଇଥିଲା । ବେଲଗଛିଆ ଗାଁରେ ଥିବା ଏକ ପାଣିଟାଙ୍କି ଉପରେ ରବିବାର ବିଳମ୍ଭିତରାତିରେ ଏହି ଗାଁର ହେମଲ ଓଝା ନାମକ ଯୁବକ ଅତ୍ୟଧିକ ମଦ୍ୟପାନ କରି ଚଢିଯାଇଥିଲା ।ଟାଙ୍କିଉପରକୁ ଚଢିଯାଇ ଅଶ୍ଲିଳଭାଷାରେ ଗାଳିଗୁଲଜ କରିଥିଲା ।ଏହି ଗାଁର କିଛି […]
ମେଣ୍ଢାଶାଳ, ୨୭/୬(ଏସଏସନିଉଜ)ଜଟଣୀ ଅଂଚଳରୁ ସରକାର ଇଡ଼ିକୋ କୁ ଶହଶହ ଏକର ଜମି ବେଆଇନି ଭାବେ ଯୋଗେଇଦେଇ ସ୍ଥାନୀୟ ଅଞ୍ଚଳ ବାସି ଙ୍କ ସମସ୍ୟା କୁ ଅଣଦେଖା କରିଆସୁଛନ୍ତି । ଶ୍ମଶାନ, ଜଙ୍ଗଲ ଜମି, ଶିକ୍ଷାନ୍ୟୁଷ୍ଠାନ ପାଇଁ ଥିବା ସରଂକ୍ଷିତ ଜମି କୁ ସରକାରୀ ଦଳର ଜମି ମାଫିଆ ଙ୍କ ଦ୍ୱାରା ନିଜର କରି ଚାଷ ଜମିକୁ ରାସ୍ତା ନଦେଇ ଚାଷୀଙ୍କୁ ହଇରାଣ କରୁଛନ୍ତି ।ସେଇ ସବୁ ଅଞ୍ଚଳରେ ବିଭିନ୍ନ କମ୍ପାନୀ ମାନଗୁଡିକ ସ୍ଥାପନ କରିବା ଲାଗି ସୁଯୋଗ […]
ପୁରୀ,୨୭/୬(ଏସଏସନିଉଜ)ଆସନ୍ତା ଜୁଲାଇ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତହେବାକୁ ଯାଉଛି । ଏନେଇ ପୋଲିସ୍ ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମତବ୍ୟକ୍ତ କରିଛନ୍ତି । ସୋମବାର ପୂର୍ବାହ୍ନରେପୁରୀସ୍ଥିତ ଟାଉନ୍ହଲ୍ ପରିସରରେ ଡିଜିି ବଂସଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ […]