ମୃତକଙ୍କୁ ଜୀବିତ ଦର୍ଶାଇ ବିକିଦେଲେ ୪ ଏକର

ସମ୍ବଲପୁର,୮/୭(ଏସଏସନିଉଜ) ମାନେଶ୍ବର ତହସିଲ ଅନ୍ତର୍ଗତ ଗୁଡ଼େସିଂହା ଗାଁରେ ଦୁଇ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ୪ ଏକର ଜମି ବିକି ଦେଇଥିବାର ଶାସନ ଥାନାରେ ଅଭିଯୋଗ ହୋଇଛି ।ଜମନକିରା ବ୍ଲକ ସାନକୁଣ୍ଡେସରା ଗାଁର ଦୁଇ ଭାଇ ପ୍ରଶାନ୍ତ ଓ ପଦ୍ମନାଭ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଆଈ ଭାନୁମତୀ ପ୍ରଧାନ ଏବଂ ପିତା ସନାତନ ପ୍ରଧାନଙ୍କ ନାମରେ ମାନେଶ୍ବର ତହସିଲ ଅନ୍ତର୍ଗତ ଗୁଡ଼େସିଂହା ଗାଁରେ ୧୨ ଏକର ୮୨ ଡେସିମିଲ ଜମି ରହିଥିଲା। ଉଭୟ ଏହାଭିତରେ ମୃତ୍ୟୁବରଣ କରିସାରିଥିବାବେଳେ କେତେକ ଲୋକ ତାଙ୍କର ମୁଲ୍ୟବାନ ୪ଏକର ଜାଗାକୁ ବିକ୍ରିକରିଦେଇଛନ୍ତି ।ମୃତ ଭାନୁମତୀ ଏବଂ ସନାତନଙ୍କ ସ୍ଥାନରେ ସଂପୃକ୍ତ ବ୍ୟକ୍ତିଙ୍କ ‌ଫଟୋ ମଧ୍ୟ ରହିଛି।ତେବେ ନକଲି ଦସ୍ତଖତ ଏବଂ ଭିନ୍ନ ଫଟୋ ଦେଖାଇ ଜମି ହଡ଼ପ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

Comments (0)
Add Comment