Browsing category

ଅପରାଧ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଯାଜପୁର,୧।୮(ଏସଏସନିଉଜ) ବ୍ୟାସନଗର ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ (SRA) ହେମନ୍ତ କୁମାର ତରାଇଙ୍କୁ ୪,୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ିବସିଛି ଭିଜିଲାନ୍ସ।କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ ଆଗରୁ ୫ସହ ଟଙ୍କା ନେଇଥିଲେ।ପରେ ବଳକା ୪.୫୦୦ଟଙ୍କା ନଦେଲେ କାମ ହେବନି ବୋଲି କହିବାରୁ ବାଧ୍ୟ ହୋଇ ଲକ୍ଷ୍ମୀଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଶୁକ୍ରବାର ଯୋଜନା ମୁତାବକ ତହସିଲ କାର୍ଯ୍ୟାଳୟରେ ୪,୫୦୦ […]

ଏକତରଫା ପ୍ରେମ ନେଲା ଜୀବନ

ଜଟଣୀ,୧।୭(ଏସଏସନିଉଜ)ନାବାଳିକା ସହ ପ୍ରଥମେ ବନ୍ଧୁତା ଓ ସମୟଦେଖି କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲଫୋନରେ ସଂଗ୍ରହ କରିନେଇଥିଲେ।ବାହାହେବା ପ୍ରସ୍ତାବକୁ ନାବାଳିକା ପ୍ରତ୍ୟାଖ୍ୟାନ କରିବା ପରେ ଭାଇରାଲ ପାଇଁ ଧମକ ଦେଇଥିଲେ।ମାନସିକ ଦୁଶ୍ଚିନ୍ତାରେ ନାବାଳିକା ବିଷପାନ କରି ଜୀବନ ଯୁଦ୍ଧରେ ହରିଯାଇଥିଲେ।ଏହି ଘଟଣାରେ ପୋଲିସ ଉକ୍ତ ଯୁବକକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟଯେ, ମୃତା ନାବାଳିକା ଜଣକ ପରିବାର ସହ ଜଟଣୀଥାନା ଅଞ୍ଚଳରେ ରହୁଥିବା ବେଳେ, ନିମ୍ନୋକ୍ତ ଏସକେ ଆସିଫଙ୍କ ସହ […]

ବାରଙ୍ଗ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର

କଟକ,୩୧। ୭(ଏସଏସନିଉଜ) ବାରଙ୍ଗ ରେଳ ଷ୍ଟେସନ ନିକଟରୁ ଗୁରୁବାର ଦିନ ଜଣେ ଅଚିନ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି ଫାଣ୍ଡି ପୁଲିସ। ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ। ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ରେଳ କର୍ମଚାରୀ ଦେଖି ଜିଆରପି ପୁଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ଏଏସଆଇ ପରମାନନ୍ଦ ବେହେରା ପହଞ୍ଚି ମୃତ ଦେହକୁ ଉଦ୍ଧାର କରି […]

ହାତୀ ନେଲା ୩ଜୀବନ,ରାସ୍ତାରେ ବସିଲେ ଗ୍ରାମବାସୀ

ଢେଙ୍କାନାଳ,୩୧।୭(ଏସଏସନିଉଜ) ହିନ୍ଦୋଳଥାନା ବାଘଧରିଆ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଝୁଲଣା ଦେହୁରୀ (୫୫) ଏବଂ ତାଙ୍କ ଦେଢ଼ଶୂର କରୁଣାକର ଦେହୁରୀ (୬୦) ଏବଂ ଶଶି ସାହୁ। ଗୁରୁବାର ସକାଳ‌େ ଝୁଲଣା ଦେହୁରୀ ଫୁଲ ତୋଳୁଥିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।ତାଙ୍କୁ ବନ୍ଚାଇବାକୁ ଯାଇ ଦେଢ଼ଶୂର କରୁଣାକରଙ୍କୁ ହାତୀ ଆକ୍ରମଣ କରିଥିଲା।ଫଳରେ ଉଭୟ ଝୁଲଣା ଏବଂ କରୁଣାକରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ଗାଁର ଶଶିସାହୁ ହାତୀ ସହ ମୁହାଁମୁହିଁ […]

ଆଗ୍ରାଭେଟ ପ୍ରାଇଭେଟ୍ ଇଥାନ୍ ଅଏଲ କମ୍ପାନୀରେ ଅବକାରୀ ବିଭାଗର ଚଢାଉ

କଟକ,୩୦।୭(ଏସଏସନିଉଜ)ମଣ୍ଡଳୀ ନିକଟସ୍ତ ନୂଆସାହିଠାରେ ଥିବା ଘରୋଇ ଈଥାନଅଏଲ ଆଗ୍ରାଭେଟ କମ୍ପାନିରେ କଟକ ଅବକାରୀବିଭାଗ ପକ୍ଷରୁ ବଡ଼ଧରଣର ଚଢାଉ ବୁଧବାର ଦିନ କରାଯାଇଛି।କଟକ ଅବକାରୀ ବିଭାଗ ଅଧିକ୍ଷକଙ୍କ ନିର୍ଦେଶରେ ଏହି କଂପାନୀରେ କେତେ ଇଥାନଅଏଲ୍ ବିକ୍ରୀ ହେଉଛି, କେତେ ପରିମାଣର ପ୍ରସ୍ତୁତି ସହିତ କେଉଁକେଉଁ ଆଡେ ଯୋଗାଣ ହେଉଛି,ଇଥାନଅଏଲ୍ ପରେ ଆଉ କଣ ହେଉଛି ଏହାକୁ ନେଇ କମ୍ପାନୀ ଭିତରେ ଛାନଭିନ କରିଥିଲା ଅବକାରୀ ବିଭାଗର ୧୫ଜଣିଆ ଟିମ୍। ଅବକାରୀବିଭାଗ ଦୀର୍ଘ ସମୟଧରି ଚଢାଉ ଜାରୀ କରିରଖିଥିବାର ଜଣାପଡିଥିଲା। […]

ମାର ଚାଷଜମିରେ ପୁଅ ପକାଇଲା ବିଷାକ୍ତ ଔଷଧ

କୁକୁଡାଖଣ୍ଡି,୩୦।୭(ଏସଏସନିଉଜ)ଗଞ୍ଜାମଜିଲ୍ଲା ସଦରଥାନା ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମରେଦେଖିବାକୁ ମିଳିଛି ମାର ଚାଷଜମି (ତୈଳି କିଆରୀ)ରେ ସାନପୁଅ ବିଷାକ୍ତଔଷଧ ପକେଇ ତୈଳି କିଆରୀକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସୁଦଷ୍ଣା ବିଷୋୟୀଙ୍କ ସାନପୁଅ ବାବୁଲା ବିଷୋୟୀ ନିଜ ମାଉପରେ ରାଗ ରଖି ତୈଳିକିଆରୀ ଜମିରେ ବିଷାକ୍ତ ଔଷଧ ପକେଇ ସଂପୂର୍ଣ୍ଣ କରିଦେଇଛି । ବାବୁଲା ବିଷାକ୍ତ ଔଷଧ ପକେଇବା ସମୟରେ ଗ୍ରାମର କିଛି ମହିଳା ଓ ପୁରୁଷ ଦେଖିଥିଲେ । ଖବରପାଇ ସୁଦଷ୍ଣା ଘଟଣାସ୍ଥଳରେ ପହଞ୍ଚି […]

ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ

ଭୁବନେଶ୍ବର,୩୦ା୭(ଏସଏସନିଉଜ) OAS ଅଧିକାରୀଙ୍କ ନାଁରେ ମହିଳାଥାନାର ଦ୍ବାରସ୍ଥ ହେଲେ ପତ୍ନୀାOSDMA ଡିଜିଏମ୍‌ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଆଣିଲେ ଅଭିଯୋଗାପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ୟାତନା ଅଭିଯୋଗାନବଜାତ ପୁଅକୁ ସ୍ବାମୀ ଗ୍ରହଣ କରୁ ନଥିବା ପତ୍ନୀଙ୍କ ଅଭିଯୋଗାହସ୍ପିଟାଲ ବେଡ୍‌ରେ ନବଜାତ ପୁଅ ଓ ତାଙ୍କୁ ଛାଡ଼ି ଚାଲି ଯାଇଥିବା ଅଭିଯୋଗାସ୍ବାମୀ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କଲେ ପତ୍ନୀାସବୁ ଅଭିଯୋଗର ଜବାବ ଥାନାରେ ଦେବି କହିଲେ OAS […]

କୁଆଖାଇ ନେଲା ଜୀବନ

ଭୁବନେଶ୍ବର ,୨୬।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଆଜି ଅଘଟଣ ଘଟିଛି। ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ଦୁଇ ଯୁବକ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିବା ସୂଚନା ମିଳିଛି । ଭୁବନେଶ୍ବର ବାଲିଯାତ୍ରା ପଡିଆ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ ୫ ଜଣ ସାଙ୍ଗ । ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଯୁବକ ଭାସିଯାଇଥିଲେ । ଖବର […]

ପାର୍ବଣ ପୂର୍ବରୁ କମିଶନରେଟ୍‌ ପୋଲିସକୁ ସଫଳତା

କଟକ, ୨୬ା୭(ଏସଏସନିଉଜ) ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିଲା ସ୍ପେସାଲ ସ୍କ୍ବାର୍ଡା୬ ଅଭିଯୁକ୍ତଙ୍କଠାରୁ ୫ ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି ଜବତ କରିଛି ।ଅଭିଯୁକ୍ତ ବନ୍ଧୁକ ବିକ୍ରି ସହ ପାର୍ବଣରେ ଘଟାଇଥାନ୍ତେ ଅପରାଧାଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଅଛି ଏକାଧିକ ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ମାଡ଼ି ବସିଲା ପୋଲିସ

ଚୌଦ୍ୱାର,୨୬ା୭(ଏସଏସନିଉଜ)ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା କଟକ ଜିଲ୍ଲା ଚୌଦ୍ୱାର ଥାନା ପୋଲିସ । ଏହି ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୨୫ କେଜି ଗଞ୍ଜେଇ ଜବତ ହୋଇଛି।