ଉଦଳାରେ ଲଜ୍ଜା

ମୟୂରଭଞ୍ଜ,୩୧।୮(ଏସଏସନିଉଜ)ଉଦଳା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗାଡ଼ି ଭିତ‌ରେ ଗଣଦୁଷ୍କର୍ମ କରି ଦୁର୍ବୃତ୍ତମାନେ ରାସ୍ତାରେ ଫୋପାଡ଼ି ଦେଇଛନ୍ତି ।
ପ୍ରକାଶ ଯେ,ବାଙ୍ଗିରିପୋଷି ଅଞ୍ଚଳର ଜଣେ (୨୦ବର୍ଷ) ଯୁବତୀଙ୍କ ସହିତ ପରିଚିତ ଥିବା ଜଣେ ଯୁବକ ଚାକିରିର ପ୍ରଲୋଭନ ଦେଖାଇ ଗତକାଲି ବାଙ୍ଗିରିପୋଷିରୁ ଏକ ମାରୁତି ଭ୍ୟାନ୍‌ ଯୋଗେ ଯୁବତୀଙ୍କୁ ଆଣିଥିଲେ। ଏହି ସମୟରେ ସାଙ୍ଗରେ ଥିଲେ ଅନ୍ୟ ଜଣେ ଯୁବକ ଓ ନାବାଳକ ଗାଡ଼ି ଚାଳକଥିବା ବେଳେ ରାସ୍ତାରେ ଆଉ ୩ଜଣ ଯୁବକ ଗାଡ଼ିରେ ଚଢ଼ିଥିଲେ। ସେମାନେ ଉଦଳା-କପ୍ତିପଦା ରାସ୍ତାରେ ଥିବା ଏକ କେନାଲ ପାର୍ଶ୍ୱରେ ଗାଡ଼ି ଅଟକାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ପରେ ପୀଡ଼ିତାଙ୍କୁ ଗାଡ଼ିରୁ ଠେଲିଦେଇ ପଳାଇଥିଲେ।ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଉଦଳା ପୁଲିସ ଏକ ମକଦ୍ଦମା ରୁଜୁକରୀ ତଦନ୍ତ ଚଳାଇଛି।

Comments (0)
Add Comment