Browsing category

ଅପରାଧ

ଓଲଟିଲା ଯାତ୍ରୀବାହୀ ବସ୍

ଦଶପଲ୍ଲା,୨୫।୭(ଏସଏସନିଉଜ)କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ମିଶ୍ର ନାମକ ଏକ ଘରୋଇବସ୍ ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଘଟିଛି ଦୁର୍ଘଟଣାଗ୍ରସ୍ତ ହୋଇଛି।ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଛି ଓ ୪ ଜଣ ଗରୁତର ଆହତ,୧୭ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି। ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଏକ ଟ୍ରକ୍‌କୁ ସାଇଡ ମାରିବାକୁ ଯାଇ ରାସ୍ତାକଡ଼ ବିଲ ଭିତରେ ଓଲଟି ପଡ଼ିଲା ବସ୍।ଆହତମାନଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ […]

ମାଟି ତଳୁ ମିଳିଲା ସାଢ଼େ ୩ ଲକ୍ଷ ଟଙ୍କା

ଭୁବନେଶ୍ବର,୨୫।୭(ଏସଏସନିଉଜ) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଚଢ଼ଉ ବେଳେଘରେ ମାଟି ତଳୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ମିଳିଛି। ଏହାସହ ଜୟପୁର ଏବଂ ଭୁବନେଶ୍ୱରର ନିମ୍ନଲିଖିତ ୬ଟି ସ୍ଥାନରେ ଏକକାଳୀନ ଘର ଚଢ଼ଉ କରାଯାଉଛି।

ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ!

ଭୁବନେଶ୍ୱର,୨୪।୭(ଏସଏସନିଉଜ)ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଅମରେଶ।ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି।ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ହୋଇଛି।୨୦୨୩ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି।ନାବାଳିକା ଥିଲି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଲେ। କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବି ବୋଲି ଲେଖିଲେ।ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୋଲିସ।ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଲା। ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶଙ୍କ […]

ସମ୍ପର୍କୀୟ ଶାଳୀ କାଟିଥିଲା ବେକ -ଏସ୍‌ପି

କେନ୍ଦ୍ରାପଡ଼ା,୨୪।୭(ଏସଏସନିଉଜ )NHରେ ଗଳାକଟା ଘଟଣାରେ ଅଭିଯୁକ୍ତ ଗାର୍ଲଫ୍ରେଣ୍ତ ଗିରଫ ହୋଇଛି।ତିର୍ତ୍ତୋଲ ଥାନା ଅଡାପଟି ଗାଁରୁ ଗିରଫ ନେଇ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପକ୍ଷରୁ ସୂଚନା ମିଳିଛି।ଅଭିଯୁକ୍ତ ମହିଳା ପୀଡ଼ିତ ସତ୍ୟଜିତଙ୍କ ସମ୍ପର୍କୀୟ ଶାଳୀ।ସତ୍ୟଜିତଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସମ୍ପର୍କ ଘନିଷ୍ଠ ହୋଇଥିଲା।ମହିଳାଜଣଙ୍କ କର୍ମକ୍ଷେତ୍ରରେ ଆଉ ଜଣଙ୍କ ସହ ସମ୍ପର୍କ ସନ୍ଦେହରୁ ବିବାଦ ଦେଖାଦେଇଥିଲା।କେନ୍ଦ୍ରାପଡ଼ା ବୁଲି ଆସିବା ବାହାନାରେ ହଜାରୀ ଛକ ନିକଟରେ ଆକ୍ରମଣ କରାଯାଇଥିଲା।ଧାରୁଆ ଅସ୍ତ୍ରରେ ଗଳା କାଟି ଅଭିଯୁକ୍ତ ଜଣଙ୍କ ଚମ୍ପଟ୍‌ ମାରିଥିଲା।ପୂର୍ବରୁ ଗୁରୁତର ଥିବା ସତ୍ୟଜିତ […]

୩ଲକ୍ଷ ଝାମ୍ପିନେଲେ

ଆସିକା,୨୪।୭(ଏସଏସନିଉଜ) ୩ ଲକ୍ଷ ଟଙ୍କା ଝାମ୍ପିନେଲେ ମୁଖା ପିନ୍ଧା ୪ ଦୁର୍ବୃତ୍ତ।କେ. ନୂଆପଲ୍ଲୀ ଛକ ନିକଟରୁ ବାଇକ୍‌ରେ ଆସି ଝାମ୍ପି ଚମ୍ପଟ୍‌ ମାରିଲେ।ଗ୍ରୁପ୍‌ ଲୋନ୍‌ ଟଙ୍କା ଉଠାଇ ଫେରିଲା ବେଳେ ଲୁଟ୍‌ର ଶିକାର।

ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୪।୭(ଏସଏସନିଉଜ)ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବ୍ଲାକମେଲିଂରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ଘର ଭିତରୁ ସନ୍ଦେହଜନକ ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବତୀଙ୍କ ଘର ରାୟଗଡ଼ାରେ ହୋଇଥିବା ବେଳେ ସେ +୩ ଛାତ୍ରୀ ଥିଲେ।ଚନ୍ଦ୍ରଶେଖରପୁରରେ ରହି ହୋଟେଲରେ କାମ କରୁଥିଲେ ।

ରାଜ୍ୟରାଜପଥ ଅବରୋଧ

ସୋନପୁର,୨୪।୭(ଏସଏସନିଉଜ)ମନମୁଣ୍ଡା-କଣ୍ଟାମାଳ ୪୧ ନମ୍ବର ରାଜ୍ୟ ରାଜପଥ ଅବରୋଧ ହୋଇଛି।ଅଜଣାଗାଡି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟଣାପରେ ଉତ୍ତେଜନା ଦେଖା ଦେଇଛି।ଗାଡ଼ିକୁ ଧରିବା ଓ କ୍ଷତିପୂରଣ ଦାବିରେ ବଡ଼ କୁସଙ୍ଗ ନିକଟରେ ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରୁଛନ୍ତି।

ବିଡ଼ି ପାଇଁ ହତ୍ୟା!

ଭଦ୍ରକ,୨୪।୭(ଏସଏସନିଉଜ) ବିଡ଼ି ମାଗିବାକୁ ନେଇ ଇଚ୍ଛାପୁର ଛକରେ ହତ୍ୟାକାଣ୍ଡ ଘଟିଛି।ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସାବରଙ୍ଗ ଥାନା ପୋଲିସ୍ ବୋଲିସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭଦ୍ରକ ସଦର SDPO।ଗତ ୯ ତାରିଖରେ ବିଡ଼ି ମଗାକୁ ନେଇ ମାରପିଟ ହୋଇଥିଲା।୨୦ ତାରିଖରେ ଗୁରୁତର ଗୋଲକ ମଣ୍ଡଳଙ୍କ ମୃତ୍ୟୁ ହୋଇଥିଲା।ସାବରଙ୍ଗ ଥାନାରେ ଅଭିଯୋଗ ପରେ କାରଣ ଖୋଜୁଥିଲା ପୋଲିସ୍।

ଜେଲରୁ ବାହାରିଲେ ଡ୍ରାଇଭର ସଙ୍ଘ କୋଷାଧ୍ୟକ୍ଷ

ଭୁବନେଶ୍ୱର,୨୪।୭(ଏସଏସନିଉଜ)ଓଡ଼ିଶା ଡ୍ରାଇଭର ମହାସଙ୍ଘର କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ଜେଲରୁ ବାହାରିଛନ୍ତି।ଜାମିନ ମଞ୍ଜୁର ହେବା ପରେ ଦେବଗଡ଼ ଜେଲରୁ ମୁକୁଳିଛନ୍ତି ।ଆଦିତ୍ୟବେହେରା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବେଳେ ଡ୍ରାଇଭରଙ୍କୁ ମାଡ଼ମାରିବା ଅଭିଯୋଗ ହୋଇଥିଲା।ଦେବଗଡରୁ ଆଦିତ୍ୟ ବେହେରାଙ୍କୁ ଗିରଫ କରିଥିଲା ପୁଇଁତଳାଥାନା ପୋଲିସ୍ ।

ବେଆଇନ ଚୋରା ମୋରମ ଚାଲାଣ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ବେଆଇନ ଭାବେ ପାଇକେରା ପୁରରେ ଚୋରାମୋରମଚାଲାଣ କରୁଥିବା ବେଳେ ଚନ୍ଦକାଥାନା ପୋଲିସ ତିନିଟି ହାଇୱା ଗୋଟିଏ ଜେଶିବି ମେସିନ ଜବତକରିଛି।ଏହି ଘଟଣାରେ ଫେରାର ଥିବା ୩ଜଣ ଗାଡିଚାଳକକୁ ମଙ୍ଗଳବାର ଗିରଫକରି ୧୯୦/୨୭କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଇକେରାପୁରରେ ରହୁଥିବା ବେଗୁନିଆ ବାସୁଦେବପୁରର ସୁଦାମ ବେହେରା(୩୪)ନୟାଗଡ଼ ଖଣ୍ଡପଡ଼ାର ଜିତୁ ବରଦ(୩୨)ଓ ଅଜୟ ଗୁରୁ(୨୨) । ପ୍ରକାଶଯେ,ପ୍ରକାଶଯେ, ଗତ ମାସ ୮ତାରିଖ ସନ୍ଧ୍ୟାସମୟରେ ଚନ୍ଦକାଥାନା ପୋଲିସ ପେଟ୍ରୋଲିଂ କରୁଥିବା […]