ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୮।୮(ଏସଏସନିଉଜ) ମଞ୍ଚେଶ୍ଵର ଥାନା ଅଧୀନସ୍ଥ ବରିମୁଣ୍ଡ ଗ୍ରାମ ବ୍ରାହ୍ମଣ ସାହିରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଶୁକ୍ରବାର ଦିହିପହରରେ ଉଦ୍ଧାର କରିଛି ପୋଲିସ। ମୃତଯୁବକ ଜଣକ ହେଲେ ନନ୍ଦନକାନନଥାନା ଅଧୀନସ୍ଥ କଲ୍ୟାଣପୁର ଗ୍ରାମର କାହୁଁ ଚରଣ ବେହେରା।କାହୁଁ ଘରଭଡ଼ା ନେଇ ଦୀର୍ଘ ୮ମାସ ହେବ ବରୀମୁଣ୍ଡ ରେ ରହୁଥିଲେ।କାହୁଁ ୩ ବର୍ଷ ପୂର୍ବେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ରଶ୍ମିତା ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ବର୍ଷର ଛୋଟ ପୁଅ ରହିଛି। କାହୁଁ ଗ୍ରାମ ନିକଟରେ ଏକ ସେଲୁନରେ କାର୍ଯ୍ୟ କରୁଥିବା ବେଳେ ପତ୍ନୀ ଏକ ବିଲଡର ସଂସ୍ଥାରେ କାର୍ଯ୍ୟ କରୁଥିଲେ। ବିବାହପରେ ସ୍ତ୍ରୀ କାର୍ଯ୍ୟ କରିବାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୋଇଥାଏ ବୋଲି ପରିବାର ଲୋକ କହିଛନ୍ତି। ଗତକାଲି ରାତିରେ ସ୍ବାମୀ ସ୍ତ୍ରୀର ଛୋଟ ଛୁଆଙ୍କୁ ନେଇ ରାସ୍ତା ଉପରକୁ ଆସିଥିବାବେଳେ ଦେହ ଭଲ ନଥିବାର କାହ୍ନୁ ଫୋନ କରି ଭଉଣୀଙ୍କୁ କହିଥିଲେ। ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗିଥିବାରୁ ଘରେ ରୋଷେଇ ମଧ୍ୟ ହେଉନଥିଲା। ଯେଉଁଥିପାଇଁ କାହ୍ନୂର୍ ମା ଘରୁ ରୋଷେଇ କରି ଏହି ଭଡ଼ାଘରେ ରହୁଥିବା ପୁଅ ପାଖକୁ ଆଣିଥାନ୍ତି।ଶୁକ୍ରବାର ଅପରାହ୍ନରେ ମା ମମତା ଖାଇବାକୁ ନେଇ ଭଡ଼ାଘରକୁ ଆସିଥିଲେ। ହେଲେ ଘରର କବାଟ ଭିତରପଟୁ ବନ୍ଦ ରହିଥିଲା। ଝରକା ପଟେ ଦେଖିଲାବେଳକୁ କାହ୍ନୁ ଫ୍ୟାନରେ ଏକ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ରହିଥିଲେ। ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ତାଙ୍କ ସ୍ତ୍ରୀ ଓ ଛୋଟ ପୁଅନଥିଲେ।ତାଙ୍କୁ ଯୋଗାଯୋଗ କଲେ ମଧ୍ୟ ମୋବାଇଲ ସୁଇଚ ଅଫ ଆସୁଥିବା ମୃତକଙ୍କ ଭଉଣୀ ସୁମିତ୍ରା ବାରିକ କହିଛନ୍ତି। ଯାହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି କାହ୍ନୁ ର ମା ମମତା ବାରିକ।ମଞ୍ଚେଶ୍ଵର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ କାହ୍ନୁର ପରିବାର ଲୋକେ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଛନ୍ତି।

Comments (0)
Add Comment