କଟକ,୪ା୮(ଏସଏସନିଉଜ)ସୋମବାର ଦିନ ସକାଳ ସମୟରେ ଜଣେ ମହିଳା ନରାଜ ବ୍ୟାରଜ ପାଖ ପାହାଚ ପାଖରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି ।
ପ୍ରକାସ ଯେ, ଗୋଡିସାହି ଫାଣ୍ଡି ଆଧିନ ନରାଜବ୍ୟାରେଜ ପାଖ ପାହାଚ ପାଖରେ ଜଣେ ମହିଳା ବହୁ ସମୟ ଧରି ବସିରହିଥିଲେ । ମହିଳା ଜଣକ ପାହାଚ ପାଖରୁ ଉଠି ବ୍ୟାରେଜର ୪୬ ଗୋଟ ପାଖ ମହାନଦୀ ଉପର ମୁଣ୍ଡକୁ ଡିଆଁ ମାରି ଦେଇଥିଲେ । ନିକଟରେ ଥିବା ଦୁଇ ଜଣ କୈବର୍ତ୍ତ ହୃଷିକେଶ ବେହେରା ଓ ବିରୋଞ୍ଚି ଦଳାଇ କୈାସଳ କ୍ରମେ ନଦୀ ସ୍ରୋତରୁ ମହିଳାଙ୍କୁ ଉଦ୍ଧାର କରି ଗୋଡିସାହି ପୋଲିସ ଫାଣ୍ଡିକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ଉଦ୍ଧାର ମହିଳାଙ୍କୁ ଫାଣ୍ଡିକୁ ଆଣିଥିଲେ ।ଫାଣ୍ଡିରେ ପଚରା ଉଚରା ପରେ ମହିଳା ଜଣକ ନରାଜ ଗ୍ରାମର ବାବାଜୀ ସାହୁଙ୍କ ଝିଅ ପ୍ରତିମା ସାହୁ(୩୪) ବୋଲି ଜଣାପଡିଥିଲା।ଫାଣ୍ଡି ଅଧିକାରି ସୌମ୍ୟ ପାଣି ଘର ଲୋକଙ୍କୁ ଡାକି ପଚରା ଉଚରା କରି ପାରିବାରୀକ କଳହ ଲାଗି ମହିଳା ଆତ୍ମହତ୍ୟା ବାଟ ଆପଣାଇଥିବାର ପୋଲିସ ଜାଣିବାକୁ ପାଇଥିଲା । ଆପୋଷ ବୁଝାମଣା ପରେ ପୋଲିସ ପରିବାର ଲୋକଙ୍କୁ ମହିଳାଙ୍କୁ ହସ୍ତାନ୍ତର କରିଥିଲା।