ଓଲଟିଲାବସ୍‌,୨୦ରୁଊର୍ଦ୍ଧ୍ବ ଗୁରୁତର

କାମାକ୍ଷାନଗର,୮।୮(ଏସଏସନିଉଜ)ଓଲଟିଲା ଯାତ୍ରୀବାହୀ ବସ୍‌।ଯାହାଫଳରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ତୁମୁସିଂହା ଥାନା କନ୍ତିଓକାଟେଣି ଠାରେ ଓଲଟିପଡ଼ିଛି ବସ୍ ।
ରେଙ୍ଗାଲିର ଶାଖା କେନାଲରେ ବସ୍‌ ଓଲଟିପଡ଼ିଥିବା ସୂଚନା ମିଳିଛି।ପରଜଙ୍ଗ ଅଞ୍ଚଳରୁ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ଘରୋଇ ବସ୍।କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।ଗୁରୁତର ଆହତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Comments (0)
Add Comment