Browsing category

ଅପରାଧ

ଲୁଟର ଶିକାର ହେଲେ ପୂର୍ବତନ ବିଧାୟକ

ରାଇରଙ୍ଗପୁର,୨୮/୮(ଏସଏସନିୟୁଜ) ରାଇରଙ୍ଗପୁରର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଂସଦା ଲୁଟର ଶିକାର ହୋଇଛନ୍ତି । ବ୍ରାହ୍ମଣବସ୍ ଗାଁ ନିକଟରେ ତାଙ୍କୁ ମାଡ଼ ମାରି ପ୍ରାୟ ୮୦ ହଜାର ଟଙ୍କା ୩ ଜଣ ଦୁର୍ବୃତ୍ତ ଲୁଟିନେଇଥିବା ଅଭିଯୋଗ ହୋଇଛି । ପରେ ଗୁରୁତର ସୁଶୀଲଙ୍କୁ ବହଳଦା ହସ୍ପିଟାଲରେ ଭର୍ତ୍ତି କରାଯିବାସହ ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆସିଲା କେନ୍ଦ୍ରର ଗାଇଡଲାଇନ୍

ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ଆଗକୁ ଆସୁଛି ପାର୍ବଣ ଋତୁ ।ଏଥିପାଇଁ କରୋନା କଟକଣାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ପାର୍ବଣ ସମୟ ରେ ଗହଳିକୁ ଏଡ଼ାଇବା ସହ କଡ଼ାକଡ଼ି କଟକଣା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେପ୍ଟେମ୍ବର ୩୦ ତାରିଖ ଯାଏଁ କରୋନା କଟକଣାକୁ ବଢାଯାଇଛି ।ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଚିଠି ଲେଖିଛି । ଏହାସହ ପାର୍ବଣରେ ୫ ସୂତ୍ରୀ ନିୟମ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକା ଓ […]

ଦଲାଲ ସାଜିଲେ ସାମ୍ବାଦିକା

ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ସାମ୍ବାଦିକ ନାଁ ରେ କଳଙ୍କ ସାଜିଲା ଲାଇଭ କଳିଙ୍ଗ ଓ୍ବବ୍ ଚ୍ୟାନେଲ୍ । ଅନ୍ୟମାନଙ୍କ ବିରୁଦ୍ଧରେ ଜାଲ ବିଛାଉଥିବା ବେଳେ ନିଜେ ସେହି ଜାଲରେ ଫସିଲେ । ଚ୍ୟାନେଲର ମୁଖ୍ୟ ରଘୁରାଜ୍ ଓ ସାମ୍ବାଦିକା ପ୍ରିୟମ୍ବଦା ନାୟକ  ତାଙ୍କ ଟିମ୍ ଜଣେ ବ୍ୟବସାୟୀଙ୍କୁ ପ୍ରଥମେ କଲ କରିଥିଲେ । କଲ କରି ଧମକ ପରେ ଅପହରଣ  କଲେ ।ପରେ ଅକଥନୀୟ ନିର‌୍ୟାତନା ସହ ନିର୍ଦ୍ଧୁମ ପିଟି ସିଗାରେଟ ଚେଙ୍କ ଦେଇଥିଲେ । ଟଙ୍କାପାଇସାରିବାପରେ ଅପହରଣକାରୀ ବ୍ୟବସାୟୀଙ୍କୁ […]

ଦୁର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି,୨୭/୮(ଏସଏସନିୟୁଜ) ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁର୍ଦ୍ଦାନ୍ତ ନକ୍ସଲ ସୀତାରାମ ରେଡ୍ଡୀ । ଗତ ୩୦ ବର୍ଷ ଧରି ନକ୍ସଲ ସଂଗଠନରେ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ ୟ କରୁଥିବା ରେଡ୍ଡୀ ଆନ୍ଧ୍ର ଓଡିଶା ଜୋନାଲ କମିଟିର ଡିସିଏମ୍ ଭାବେ କାର‌୍ୟ୍ୟ କରୁଥିଲା। ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସମୟରେ ଗୋଟିଏ ହାତ ତାଙ୍କର କଟି ଯାଇଥିଲା। ବିଶାଖାପାଟଣମ୍ ପୁଲିସ ସୀତାରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲରୁ ମୁକୁଳିବାପରେ ପୁଣି ନକ୍ସଲ ସଂଗଠନରେ ଯୋଗ […]

୧୪ ଘଣ୍ଟା ପରେ ଉଦ୍ଧାର ପାଇଲେ ଯୁବକ

ଯାଜପୁର, ୨୭/୮(ଏସଏସନିୟୁଜ) ଋଣ ଆଣି ସୁଝି ନ ପାରିବାରୁ ବନ୍ଧକ ରହିଲେ ଯୁବକ । ପରେ ପୋଲିସ ଖବରପାଇ ଯୁବକକୁ ଉଦ୍ଧାର କରିବାସହ ବନ୍ଧକ ରଖିଥିବା  ଯୁବକକୁ ଅଟକ ରଖିପଚରାଉଚରା କରୁଛି । ଯାଜପୁର ଟାଉନ ଥାନା କୁସୁମା ପାର୍କ ଅଞ୍ଚଳରେ ଏହିଭଳି ଘଟଣା ଘଟିଛିାମାନସ ଗେଡି କୁସୁମା ଅଂଚଳର ଜଣେ ମହିଳାଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ସୁଧ ଦେଉଥିଲେ ହେଁ ଗତ କିଛି ଦିନ ହେଲା ଅସୁବିଧା ପାଇଁ ସୁଧ ନଦେବାରୁ ଗତକାଲି ରାତିରେ […]

ମାର୍ବଲ ନେଲା ଦୁଇ ଶ୍ରମିକଙ୍କ ଜୀବନ

ବୌଦ୍ଧ,୨୭/୮(ଏସଏସନିୟୁଜ)ଟ୍ରକ୍‌ରୁ ମାର୍ବଲ ଓହ୍ଲାଇବା ସମୟରେ ଅଘଟଣ ଘଟି ବୌଦ୍ଧ ସହର ବାପୁଜୀନଗରର ପଞ୍ଚାନନ ନାଏକ ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ୱାମିତ୍ର ଦେହୁରୀ ନାମକ ଦୁଇ ଜଣ ଶ୍ରମିକ ଙ୍କ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ସକାଳ ୯ଟାରେ ବୌଦ୍ଧ ସହର ଦେଇ ଯାଇଥିବା ୫୬ ନଂ ଜାତୀୟ ରାଜପଥର ରାଜନପାଲିଠାରେ ଏକ ଟ୍ରକରୁ ଶ୍ରମିକ ମାନେ ମାର୍ବଲ ଓହ୍ଲାଉଥିବାବେଳେ ମାର୍ବଲ ଖସିପଡ଼ିଥିଲା। ଏଥିରେ ଚାପିହୋଇ ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ […]

ଡ୍ରାଇଭର ଓ ମହିଳା ବେପାରୀଙ୍କଠାରୁ ବ୍ରାଉନସୁଗାର ଜବତ

ଜଳେଶ୍ବର,୨୭/୮(ଏସଏସନିୟୁଜ)ଆଜି ଭୋର ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ଠାରେ ଅତର୍କିତ ଭାବେ ଚଢାଉ କରି ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ବିଶେଷସୁତ୍ରୁ ଖବରପାଇ ଅବକାରୀ ବିଭାଗର ଏକ ଏକ ୧୫ ଜଣିଆ ଟିମ ଦ୍ରୁତବେଗରେ ଆସୁଥିବା ଓଡି୪୫ଜି-୨୬୧୨ନଂ ମହିନ୍ଦ୍ରା ଜିତୋ ମିନି ଭ୍ୟାନକୁ ରୋକିଥିଲେ ।ଯାଂଚ ପରେ ଗାଡିରେ ଥିବା ଚାଳକ ପ୍ରଫୁଲ୍ଲ ପାତ୍ର ଙ୍କ ସହ ଅନ୍ୟଜଣେ […]

ନକଲି ପୁଲିସ ବ୍ୟବସାୟୀଙ୍କୁ ଲୁଟିଲେ

ଭୁବନେଶ୍ବର, ୨୭/୮(ଏସଏସନିୟୁଜ) ନକଲି ପୁଲିସ ବେଶରେ ୧୬ ନମ୍ବର ଜାତୀୟ ରାଜପଥରେ ଧନିଆ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ହେଉଥିବାର ଧମକ ଦେଇ ବ୍ୟବସାୟୀଙ୍କୁ ଫିଙ୍ଗି ୪ ଜଣ ଲୁଟେରା ଗାଡ଼ିନେଇ ଫେରାର ହୋଇଯାଇଥିଲେ ।ପୋଲିସ ଏହି ଘଟନାରେ ଚଢ଼ଉ କରି ସୁନ୍ଦରପଦା ଅଞ୍ଚଳରୁ ୨ ଲୁଟେରାଙ୍କୁ ଉଠାଇଥିବା ବେଳେ ଚକେଇସିହାଣିରୁ ପିକ୍‌ଅପ୍ ଭ୍ୟାନ୍‌କୁ ଉଦ୍ଧାର କରିଛି। ଘଟଣା ଘଟିଥିଲା ବୁଧବାର ବିଳମ୍ବିତ ରାତିରେ । କଟକ ଶଙ୍କରପୁର ଅଞ୍ଚଳର ବ୍ୟବସାୟୀ ପ୍ରହଲ୍ଲାଦ ସାହୁ‌କୋରାପୁଟରୁ ଏକ […]

ଅନୁଗୁଳରୁ ଧରାହେଲା କାର୍

ଭୁବନେଶ୍ବର,୨୭/୮(ଏସଏସନିୟୁଜ) ଏଟିଏମ୍ ଲୁଟେରାଗ୍ୟାଙ୍ଗର ଜଣଙ୍କୁ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଗିରଫ କରିଛି ।ଏହାସହ ଏକ କାର ଓ କାର୍‌ରୁ ଲକ୍ଷାଧିକ ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବଢ଼େଇବାଙ୍କ ଛକରେ ଏଟିଏମ୍ ସଟର୍ ଟାମ୍ପରିଂ କରିବା ସମୟରେ ପୂର୍ବରୁ ଛକି ରହିଥିବା ଟିଏସ୍‌ଆଇ ଟିମ୍ ୨ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ଅପରାଧୀ ଏକ କାର୍ ଧରି ଖସିଯିବାରେ ସକ୍ଷମ ହୋଇଥିଲେ।ଫେରାର୍ ଏଟିଏମ୍ ଲୁଟେରା ଓ କାର୍‌କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା […]

ଓଏସଆରଟିସି ବସ୍ ଧକ୍କାରେ ଯୁବକ ମୃତ

କଟକ,୨୫/୮(ଏସଏସନିୟୁଜ) ଓଏସଆରଟିସି ବସ୍ ଧକ୍କାରେ ଟାଙ୍ଗୀ ବୈଂଚୁଆ ଛକ ନିକଟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ । ଚଣ୍ଡିଖୋଲ ଆଡୁ କଟକ ଆସୁଥିବା ବେଳେ ଓଏସଆରଟିସି ବସ୍‌ଟି ଦୁର୍ଘଟଣା ଘଟାଇଥିଲା ।ଖବରପାଇ ପୋଲିସ ପହଁଚି ବସକୁ ଜବତ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି