ଜାଗମରା ଅଂଚଳରେ ଫୁଟିଲା ଗୁଳି

ଭୁବନେଶ୍ୱର,୩/୯(ଏସ ଏସ ନିୟୁଜ)ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଂଚଳରେ ଗାଡି ପାର୍କିଂକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦକୁ ନେଇ ଗୁଳି ମାଡ ହୋଇଥିବା ଜଣାପଡିଛି ।
ଜାଗମରାରେ ରହୁଥିବା ବ୍ୟବସାୟୀ ପରିବାର ମଧ୍ୟରେ ଗାଡି ପାର୍କିଂକୁ ନେଇ ପାଟିତୁଣ୍ଡ ଓ ପରେ ବନ୍ଧୁକରୁ ୩ ରାଉଣ୍ଡ ବ୍ଲାଙ୍କ ଫାଇରିଂ କରାଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଖୋକା ଜବତ କରିବା ସହଦୁଇ ପରିବାର ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

Comments (0)
Add Comment