Browsing category

ଅପରାଧ

୧୫ IPS ଅଫିସରଙ୍କୁ ୧୭ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୧୧।୬(ଏସଏସନିଉଜ)୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହୁଥିବା ବେଳେ ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଓ ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ,ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ ଜିଲ୍ଲା ତଦାରଖ ଦାୟିତ୍ୱ,ଆଇନ ଓ […]

ଚନ୍ଦକା ପୋଲିସର ସର୍ଜିକାଲ ଷ୍ଟ୍ରାଇକ

ଭୁବନେଶ୍ୱର,୭।୬(ଏସଏସନିଉଜ) ଗତ କିଛି ଦିନ ନିରବତା ପରେ ପୁଣି ଚନ୍ଦକା ଅଞ୍ଚଳରେ ମୋରମ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାକୁ ରୋକ ଲଗାଇବା ପାଇଁ ଚନ୍ଦକା ପୋଲିସ ଏବେ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳିଛି ରବିବାର ରାତିରେ ଚନ୍ଦକା ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି । ୪ ଟି ଚୋରା ପଥର ବୋଝେଇ ଗାଡ଼ିକୁ ଜବତକରିବା ସହିତ ୪ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ସୂଚନା ଯୋଗ୍ୟଯେ ,ରବିବାର ରାତିରେ ଥାନା […]

ମନ୍ଦିରକୁ ଚୋରି କରିବାକୁ ଆସି ଫସିଗଲା ଚୋର

ଭୁବନେଶ୍ୱର,୮।୬(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ଗାଁ ଶିବ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଚୋରଟି ମନ୍ଦିରକୁ ଆସିଥିଲା ଚୋରି କରିବା ପାଇଁ କିନ୍ତୁ ଆଉ ଫେରି ପାରି ନଥିଲା । ଶେଷରେ ସେ ଚୋରଟି ମନ୍ଦିରରେ ଶୋଇ ପଡ଼ିଥିଲା ।ଆଜି ସକାଳେ ମନ୍ଦିର ପୂଜକ କବାଟ ଖୋଲିବା ପରେ ଏହା ଜଣା ପଡିଥିଲା । ସ୍ଥାନୀୟ ଲୋକ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ସେ ଚୋରକୁ ଥାନାକୁ ନେଇଛନ୍ତି ।

ଶବଦାହ କରି ବୁଡ଼ ପକାଇବାବେଳେ ବୁଡ଼ିଗଲେ

ନରସିଂହପୁର,୫।୬(ଏସଏସନିଉଜ)ଶବଦାହ କରି ବୁଡ଼ ପକାଇବାବେଳେ ବୁଡ଼ିଯାଇଛନ୍ତି ଯୁବକ।ଘୋରାଡ଼ିଆ ନିକଟ ମହାନଦୀରେ ବୁଡ଼ି ଧନୀପୁର ଗାଁର ଯୁବକ ନିଖୋଜ ହୋଇଛନ୍ତି।ଜେଜେ ମାଙ୍କ ଶବଦାହ କରି ନଦୀରେ ବୁଡ଼ ପକାଇବା ବେଳେ ଏହି ଅଘଟଣ ଘଟିଛି। ୨ସାଙ୍ଗଙ୍କ ସହ ମହାନଦୀରେ ଗାଧୋଉଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ଗାଡି ଭିତରେ ମୃତଦେହ

ଭୁବନେଶ୍ୱର,୫।୬(ଏସଏସନିଉଜ)ଗାଡି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଡେରାବିଶ ଥାନା ଲଷ୍ମୀନାରାୟଣପୁର ଛକରେ ହାୱାଟ୍ରକ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି l ଖବର ପାଇ ଘଟଣାସ୍ଥଳରେ ଡେରାବିଶ ପୋଲିସ ପହଞ୍ଚି ସବ ଜବତ କରିଛି । ତେବେ ମୃତ ଯୁବକ ହେଲେ ଆଗ୍ରାଢ଼ିହ ଗ୍ରାମର ମାନା ଜେନା ବୋଲି ସୂଚନା ମିଳୁଛି l ତେବେ ଯୁବକଙ୍କ ମୃତ୍ୟୁ କେମିତି ଘଟିଲା ତାହା ଜଣାପଡ଼ିନାହିଁ।

ତହସିଲଦାରଙ୍କୁ ଗିରଫ ଦାବିରେ ଧାରଣାରେ ଯୁବତୀ

ଗଞ୍ଜାମ,୫।୬(ଏସଏସନିଉଜ)ସାନଖେମୁଣ୍ଡି ତହସିଲଦାର ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ ଆସିଛି।ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାର୍ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଧାରଣା ଦେଇଛନ୍ତି ଯୁବତୀ।RTI ତଥ୍ୟ ମାଗିବାରୁ କାର୍ଯ୍ୟାଳୟ ଭିତରେ ପ୍ରତିଭା ନାମକ ଏକ ଯୁବତିଙ୍କୁ ନାଲି ଆଖି ସହ ଦୁର୍ବ୍ୟବହାର କରିଥିବା ହେତୁ ତହସିଲଦାରଙ୍କ ପ୍ରକୋଷ୍ଠ ନିକଟରେ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଧାରଣାରେ ବସିଛନ୍ତି।

ତେଲ କମ୍ପାନୀରେ ନିଆଁ

ସୁବର୍ଣ୍ଣପୁର,୪।୬(ଏସଏସନିଉଜ)ତେଲ କମ୍ପାନୀରେ ଲାଗିଛି ନିଆଁ।ଉଲୁଣ୍ଡା ଥାନା ସାହାଣୀଡିହ ସ୍ଥିତ ତେଲ କମ୍ପାନୀରେ ଲାଗିଛି ନିଆଁ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲିଭାଇବାକୁ ଚେଷ୍ଟା ଜାରି ରହିଛି।

ବାଲିଅନ୍ତା ପୂର୍ବତନ IICଙ୍କୁ NHRCର ଜେରା

ଭୁବନେଶ୍ୱର,୪।୬(ଏସଏସନିଉଜ)ସୌମ୍ୟ ହତ୍ୟା ଘଟଣାର ଚତୁର୍ଥ ଦିନରେ NHRC ଛାନଭିନ୍ ଜାରି ରହିଛି।ବାଲିଅନ୍ତା ଥାନାର ତତ୍କାଳୀନ IIC ଅନିଲ ପରିଡ଼ାଙ୍କୁ ଜେରା କରାଯାଇଛି।ଅଭିଯୋଗକାରିଣୀ ଯୁବତୀ ମଧ୍ୟ NHRCରେ ହାଜର ହୋଇଛନ୍ତି।ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି NHRC।

ବାରଙ୍ଗ ଥାନାରେ ଏଚଆରପିସି ଟିମ୍

କଟକ,୨।୬(ଏସଏସନିଉଜ) ମଙ୍ଗଳ ବାରଦିନ ଜାତୀୟ ମାନବାଧିକାର କମିଶନଙ୍କ ତିନିଜଣିଆ ଦଳ ବାରଙ୍ଗ ଥାନାକୁ ଆସି ଯାଞ୍ଚ କରି ଫେରିଛନ୍ତି। ଏଚଆରପିସି ଆଡ଼ିସନାଲ ଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ନେତୃତ୍ବରେ ୩ଜଣିଆ ଦଳ ଘଟଣାଦିନର ବାରଙ୍ଗ ଥାନାର ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ କାଗଜପତ୍ର ମାଗିଛନ୍ତି।ଏସସିବି ମେଡ଼ିକାଲକୁ ଯାଇ ରାକେଶର ସ୍ବାସ୍ଥ୍ୟବସ୍ତା ଅନୁଧ୍ୟାନ କରି ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି।ତେବେ ରାକେଶ ଭଲ ଥିବାର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ବୋଲି ଆସିଥିବା ଦଳ ସୂଚନା ଦେଇଛନ୍ତି।ଏହାସହ […]

କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ରାସ୍ତାରୋକ

ଭୁବନେଶ୍ୱର,୧।୬(ଏସଏସନିଉଜ) କଟକ-ଭୁବନେଶ୍ବର ରାସ୍ତାର ରଘୁନାଥପୁର ଗାଁମୁଣ୍ଡରେ ଶବରଖି ସୋମବାର ରାତିରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ।କାଲି ରାତିରେ ଏକ କାର ଧକ୍କାରେ ରଘୁନଥପୁରଗ୍ରାମ ଶବରସାହିର ପଞ୍ଚାନନ ନାୟକ(୪୫)ଙ୍କର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମେଡିକାଲରେ ମୃତ୍ୟୁ ଘଟିଥିଲା।ମୃତକପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ପରିବାର ସହ ସ୍ଥାନୀୟ ଲୋକ ସୋମବାର ରାତିରେ ରଘୁନାଥପୁର ଗାଁମୁଣ୍ଡରେ ରାସ୍ତା ଅବରୋଧ କରିଥିଲେ।ରାସ୍ତାଟି କଟକ- ଭୁବନେଶ୍ବରକୁ ସଂଯୋଗ କରୁଥିବାରୁ ଶହଶହ ଗାଡ଼ି ଅଟକି ରହିଥିଲା।ନନ୍ଦନ କାନନ ଥାନା ପୋଲିସ ଆସି ବୁଝାସୁଝା କରିବା ସହ […]