ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼ ଘଟଣା ୨ ଗିରଫ

ଭୁବନେଶ୍ବର,୨୪।୬(ଏସଏସନିଉଜ)ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଘଟିଥିବା ଗୁଳିମାଡ଼ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଜଣ ସଶସ୍ତ୍ର ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପୋଲିସ ୨ଟି ଦେଶୀ ପିସ୍ତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍ ୨୧ ତାରିଖରେ ପୂର୍ବକୋଟ ଗ୍ରାମର ଆଉଲା ତାରୋ ରାଓ ନିଜ ସାଙ୍ଗ ସହ ବାଇକ୍‌ରେ ଯାଉଥିଲେ। ଖପୁରା ଥାନା ରବଣା ଗ୍ରାମର ଅର୍ଜୁନ ପ୍ରଧାନ ଓ ଭୋଲା ପ୍ରଧାନ ସେମାନଙ୍କୁ ପିଛା କରି ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇ ଫେରାର୍ ହୋଇଯାଇଥିଲେ। ଏ ନେଇ କୋରେଇ ଥାନାରେ ନଂ ୨୩୩/୨୦୨୬ ଏକ ମାମଲା ରୁଜୁ ହୋଇଥିଲା।
ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅପରାଧ ସ୍ଥଳରୁ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରାଯିବା ସହ ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ଆର୍ମସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Comments (0)
Add Comment