Browsing category

ଅପରାଧ

ପୁଣି ପୋଲିସର ଥାର୍ଡ ଡିଗ୍ରି!

ଭୁବନେଶ୍ୱର,୧।୬(ଏସଏସନିଉଜ)ପୋଲିସ ମାଡ଼ରେ ପୁଣି ଜଣକଙ୍କ ମୃତ୍ୟୁ ଅଭିଯୋଗ ଆସିଛି।କବିସୂର୍ଯ୍ୟନଗର ଥାନା ପୋଲିସ ନାମରେ ଅଭିଯୋଗ ହୋଇଛି।ଅଟକ ଯୁବକକୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଆସିଛି।ମେଡିକାଲରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ଘର ସୁବୁଳିଆ ଗାଁରେ ହୋଇଥିବା ବେଳେ ଗତକାଲି ଯୁବକଙ୍କୁ ଥାନାକୁ ଆଣିଥିଲା ପୋଲିସ।ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।କବିସୂର୍ଯ୍ୟନଗର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର।ଆଇଜିଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଏସପିଙ୍କୁ ତଦନ୍ତ […]

ମାଛ ମାର୍କେଟରେ ଲାଗିଲା ନିଆଁ

କଟକ,୧।୫(ଏସଏସନିଉଜ)କଟକ ପ୍ରେସଛକଠାରେ ଥିବା ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଛ ମାର୍କେଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭି ନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ପାଖାପାଖି ୧୫ ରୁ ଊର୍ଦ୍ଧ୍ବ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି।ମାଛମାର୍କେଟ ସହ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟ ଗୋଟିଏ ବଡ଼ ଗୋଦାମ ଗୃହ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର […]

ବଦଳିଲେ ବାରଙ୍ଗ ଆଇଆଇସି

କଟକ,୩୧।୫(ଏସଏସନିଉଜ) ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା ଅଧିକାରୀ ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ପୁରୀଘାଟ ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରାଙ୍କୁ ପୁଲିସ ଗତ ୨୪ ତାରିଖରେ ଥାର୍ଡଡିଗ୍ରୀ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ।ଏହି ଘଟଣାକୁ ଚପାଇ ଦେବାକୁ ପୁଲିସ ପକ୍ଷରୁ ଉଦ୍ୟମ କରାଯାଇଥିବା ବେଳେ ନ୍ୟାୟ ପାଇବା ପାଇଁ ଗ୍ରାମବାସୀମାନେ ବାରଙ୍ଗ […]

ଅଧା ରହିଗଲା ରୋଷେଇ,ପଛପଟୁ ଧକ୍କା ଦେଲା କାର

ଭୁବନେଶ୍ୱର,୩୧।୫(ଏସଏସନିଉଜ)ଦୋକାନରୁ ଚାଉଳକିଣି ଘରକୁ ଫେରୁଥିବା ବେଳେ ସାଇକେଲଆରୋହୀଙ୍କୁ ପଛରୁପିଟିଲା ଦୃତଗାମୀକାର।ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ନିକଟ ଦୂଲ୍ଲାଦେଈ ଛକରେ ରବିବାର ରାତିରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣାରେ ସାଇକେଲଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟଗୁରୁତର ହୋଇଛନ୍ତି।ଗୁରୁତର ବ୍ୟକ୍ତି ଜଣକ ହେଲେ ରଘୁନାଥପୁରଗ୍ରାମ ସବରସାହିର ପଞ୍ଚାନନନାୟକ ଓ ଆହତ ବ୍ୟକ୍ତି ହେଉଛନ୍ତି ବେହେରା।ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ନନ୍ଦନକାନନଥାନା ପୋଲିସ ପହଞ୍ଚି କାର ଓ ସାଇକେଲ ଜବତକରି କାର ଚାଳକଙ୍କୁ ଥାନାରେ ଅଟକ ରଖି […]

ବଦଳିଲେ ବାରଙ୍ଗ IIC

କଟକ,୩୧।୫(ଏସଏସନିଉଜ)ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା IIC ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା।ତାଙ୍କ ସ୍ଥାନରେ ପୁରୀଘାଟ ଥାନା IIC ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ IIC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଗତ କାଲି ବାଙ୍କୀ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନହେଲେ ଆଇନକୁ ହାତକୁ ନେବାକୁ ପୋଲିସକୁ ଚେତାବନୀ ଦେଇଥିଲେ।

ଥାନାରେ ନିର୍ଯାତନା ଦିଆଯାଇନି- କଟକ ଡିସିପି

କଟକ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ରାକେଶ ଏକାଧିକ ରୋଗରେ ପୀଡ଼ିତ ଅଛନ୍ତି ବୋଲି କହିଲେ କଟକ ଡିସିପି।ଥାନାରେ କୌଣସି ନିର୍ଯାତନା ଦିଆଯାଇନି।ରାକେଶ ଏକାଧିକ ରୋଗରେ ପୀଡ଼ିତ ରହିଛି।କିଡ୍‌ନୀ ଓ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଅଛନ୍ତି ରାକେଶ।ଥାନା ପରିସରରେ ନିର୍ଯାତନାର କୌଣସି ପ୍ରମାଣ ମିଳିନାହିଁ।ଥାନା ପରିସରରେ ଥିବା ସିସିଟିଭି ଯାଞ୍ଚକରାଯିବ ବୋଲି କହିଛନ୍ତି କଟକ ଡିସିପି।ଥାନାକୁ ଡକାଯିବାର ୨୪ଘଣ୍ଟା ପରେ ଆମେ ଛାଡ଼ି ଦେଇଥିଲୁ। ଗଳିତ ମୃତଦେହ ଚିହ୍ନଟ ପାଇଁ ଥାନାକୁ ଡାକିଥିଲୁ, ସେହିଦିନ […]

ରଜରାସ୍ତାରେ ଚଣ୍ଡୀପ୍ରସାଦ ଗ୍ରାମବାସି

ବାରଙ୍ଗ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା(ମୁନା) ନାମକ ଯୁବକ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ଏହାକୁ ନେଇ ଉତ୍ତେଜନା କମି ନଥିବାବେଳେ ଶୁକ୍ରବାର ଦିନ ରାକେଶକୁ ଡ଼ାକ୍ତରଖାନାରୁ କେଉଁଆଡେ ପୋଲିସ ଲୁଚାଇଦେଇଥିବାର ପରିବାର ପକ୍ଷରୁ କୁହାଯିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଚଣ୍ଡୀ ପ୍ରସାଦ ଗ୍ରାମବାସୀମାନେ ଉତେଜିତ ହୋଇ ଶୁକ୍ରବାର ଦିହିପହର ସମୟରେ ବନ୍ଦ ଥିବା ବାରଙ୍ଗଥାନା ଫାଟକକୁ ପେଲି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ।ପୋଲିସ ବିରୋଧ କରିବାରୁ ଉତ୍ୟକ୍ତ ଗ୍ରାମବାସୀମାନେ […]

ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଏସଏସନିଉଜ) ଦୁଧିଆନାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଛନ୍ତି ଗ୍ରାମବାସୀ।୪ ଦିନ ବିଦ୍ୟୁତ ନଥିବାରୁ କର୍ମଚାରୀଙ୍କୁ ବାନ୍ଧିଲେ ଗ୍ରାମବାସୀ। ତୁରନ୍ତ ବିଦ୍ୟୁତ ମରାମତି ପାଇଁ ଗ୍ରାମବାସୀଙ୍କ ଦାବି କରିଛନ୍ତି।

କୋଇଲା ଟ୍ରକ୍‌ରେ ଗଂଜେଇ

ଭୁବନେଶ୍ୱର,୨୮।୫(ଏସଏସନିଉଜ)କଣ୍ଟାମାଳ ଥାନାରେ ଅଟକ କୋଇଲା ଟ୍ରକ୍‌ରୁ ବାହାରିଲା ଗଂଜେଇ।ଯାଞ୍ଚ ବେଳେ ବାହାରିଲା ଗଂଜେଇ।ଉଦେପୁର ନିକଟରେ ଟ୍ରକ୍‌କୁ ଅଟକ ରଖି ଆଣିଥିଲା ପୋଲିସ୍।

ମହିଳା ୱାସ୍‌ ରୁମରେ ସିକ୍ରେଟ୍‌ କ୍ୟାମେରା

ଜଗତସିଂହପୁର,୨୮।୫(ଏସଏସନିଉଜ)ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସ୍‌ ରୁମରେ ସିକ୍ରେଟ କ୍ୟାମେରା ଲାଗିଛି।ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା ଅସ୍ପଷ୍ଟ ରହିଛି।ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯିବାପରେ ପୋଲିସ କ୍ୟାମେରାଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।ଏହି ଘଟଣାପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲାପରିଷଦ ସଭାପତି।