ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ
ମାହାଙ୍ଗା,୨୮।୫(ଏସଏସନିଉଜ)କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୮ ଜଣ ସାଙ୍ଗରେ ପେଟ୍ରୋଲ୍, ଦିଆସିଲି ଓ ଦଉଡ଼ି ଧରି ଆସି ଥାନା ସମ୍ମୁଖରେ ସମୂହ ଆତ୍ମାହୁତି ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ କାବୁ କରିନେଇଛି। ପ୍ରକାଶ ଯେ, ଶାହାନିଆଜପୁର ଗ୍ରାମର ରଘୁନାଥ ସୂତାରଙ୍କୁ ଘର କରାଇ ନଦେବା ପାଇଁ ପଡ଼ୋଶୀ ମଦନ ମୋହନ ସୂତାର ବାରମ୍ବାର ଥାନାରେ ଏତଲା ଦେଇ ଆସୁଥିଲେ। ଏତଲାକୁ ଭିତ୍ତି କରି ପୁଲିସର ଜଣେ […]