ବାରଙ୍ଗ,୧୮।୬(ଏସଏସନିଉଜ)ଚୋରି ହେଲା ,ଚୋର ଖସିଗଲା , ହେଲେ ପାଣ୍ଡି ପୋଲିସ ଜାଣିପାରିଲାନି କେମିତି ।ଏଭଳି ଲଜ୍ଜ୍ୟଜନକ ଓ ଦାୟିତ୍ବହୀନ ଚିତ୍ର ଦେଖିବାକୁ ମିଳିଛି ବାରଙ୍ଗଥାନାର ଗୋଡିସାହିଫାଣ୍ଡି ସାମ୍ନାରେ । ଫାଣ୍ଡି ଗେଟ୍ ଠାରୁ ମାତ୍ର ୧୫ଫୁଟ ଦୂରରେଥିବା ପାନଦୋକାନରୁ ପାଖାପାଖି ୩୦ହଜାରରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ସହ ଟଙ୍କା ନେଇ ଫେରାର ଦୃର୍ବୁତ୍ତ।ହେଲେ ପୋଲିସ ନିଘୋଡ଼ନିଦରେ ଶୋଇଥିଲାକି ?ତେବେ ଚୋରିହେଲା ଜାଣିପାରିଲାନି କେମିତି।ରାତି ୧୨ରୁ ୨ଟା ଭିତରେ ଚୋରି ହୋଇଥିବା ପୋଲିସ କହିଥିବା ବେଳେ ଚୋର ଦୋକାନ କବାଟଭାଙ୍ଗି ଭିତରକୁ ପଶିଥିଲା।ହେଲେ ଥାନା ଭିତରେ ଡ୍ୟୁଟିଅଫିସର କରୁଥିଲେ କଣ ? ଦୋକାନଭିତରେ ଥିବା ଦାମୀ ସିଗାରେଟ ଓ ଖାଦ୍ୟସାମଗ୍ରୀ ଦୋକାନ ଭିତରୁ ଆଣିନେଉଥିବା ସମୟରେ କଣ ଫାଣ୍ଡି ସାମ୍ନାରେ ପୋଲିସ ଷ୍ଟାପ୍ କେହି ନଥିଲେକି? ନା ପିସିଆର୍ ଗାଡ଼ି ପେଟ୍ରୋଲିଂ କରୁନଥିଲା ।ଏମିତି ଅନେକପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଚୋରିବିଷୟରେ ପୋଲିସ କିଛି ଜାଣିନଥିଲା ଅଭିଯୋଗ ହେଉଛି । ଦୋକାନୀ ନିଜେ ଆସି ଫାଣ୍ଡିରେ ଅଭିଯୋଗ କରିବାପରେ ପୋଲିସ ଜାଣିଲା ଚୋରି ହୋଇଛି ।
ଏହାସହ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ହାର୍ଡ ଡିସ୍କ ମଧ୍ୟ ନେଇଯାଇଛନ୍ତି ଦୃର୍ବୁତ୍ତ। ଦୋକାନଭିତରୁ ପ୍ରାୟ ୩୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ସାମଗ୍ରୀ ଚୋରି କରି ନେଇଥିବାର ଦୋକାନ ମାଲିକ ଗୋଡିସାହିର କେଦାର ମନ୍ଥନ କ୍ଷୋଭରେ ଫାଟିପଡ଼ି କହିଛନ୍ତି। କେଦାରଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ଦିନ ପରି ବୁଧବାର ରାତିରେ ତାଙ୍କ ପାନଦୋକାନ ବନ୍ଦକରି ଘରକୁ ଯାଇଥିଲେ। ଗୁରୁବାର ସକାଳେ ଦୋକାନକୁ ଆସିବାବେଳେ ଦୋକାନରୁ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ।ଏନେଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି।ହେଲେ ଥାନା ଆଗରେ ଚୋରି ହେଲା ପୋଲିସକହୁଛି ତଦନ୍ତ ଚାଲିଛି।ଏନେଇ ଆମେ ଫାଣ୍ଡି ଅଧିକାରୀ ସୌମ୍ୟ ପାନିଙ୍କୁ ପଚାରିବାରୁ ସେକହିଲେ ରାତି ୧୨ରୁ ୨ଟା ଭିତରେ ହୋଇଛି ।ଆମ ଫାଣ୍ଡିରେ ଲାଗିଥିବା ସିସିଟିଭିକ୍ୟାମେରା ସେ ଦୋକାନ ପ୍ରଯ୍ୟନ୍ତ ଆସୁନି କିନ୍ତୁ ଆମେ ତଦନ୍ତକରୁଛୁ ଚୋରକୁ ନିଶ୍ଚୟ ଧରିବୁ । ତେବେ ଏଠାରେ ପ୍ରଶ୍ନଉଠେ,ଫାଣ୍ଡି ସାମ୍ନାରେ ସିସିଟିଭିଥାଇ ଯଦି ପୋଲିସ ଜାଣିପାରୁନି ,ତେବେ ସେ କ୍ୟାମେରା କାହାପାଇଁ ? ଫାଣ୍ଡିଆଗରେ ସୁରକ୍ଷା ନଥିଲେ ଅଞ୍ଚଳରେ ଆଇନ ଶୃଙ୍ଖଳା କେଉଁଠି?ବୋଲି ବୃଦ୍ଧିଯିବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଗତକାଲିରାତିରେ ବାରଙ୍ଗଥାନା ଅଂଚଳରେ ବିଭିନ୍ନଗାଁରେ କନଭୟ ପାଟ୍ରୋଲିଂ କରି ସାଧାରଣ ଲୋକଙ୍କୁ ସଚେତନକରିବାର ଉଦ୍ୟମ କରୁଥିବା ବେଳେ ଗୋଡିସାହିଫାଣ୍ଡି ଆଗରୁ ଚୋରିଘଟଣା ପୁଲିସ ପ୍ରତି ଚୋରମାନଙ୍କର ଭୟନଥିବାର ପ୍ରମାଣଦେଇଛି। କେଦାରଙ୍କର ଅଭିଯୋଗ ଆଧାରରେ ଫାଣ୍ଡି ପୁଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋର କିମ୍ବା ଚୋରିସାମଗ୍ରୀ ପାଇବାରେ ସକ୍ଷମ ହୋଇପାରିନି।ଅନ୍ୟପଟେ ଥାନାଆଗରେ ବି ସୁରକ୍ଷା ନାହିଁ,ତାହେଲେ ଆମେ କୁଆଡେଯିବୁ? ବୋଲି ସ୍ଥାନୀୟ ଦୋକାନୀ କହିବା ସହିତ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ ଦାବି କରିଛନ୍ତି।