ରେଳ ବ୍ରିଜରେ ଝୁଲୁଥିବା ଦୋଳି ଖୋଲାଗଲା

କଟକ,୧୮।୬(ଏସଏସନିଉଜ)ବାରଙ୍ଗ ବ୍ଲକର କଣ୍ଟାପାଟଣା ନିକଟ ପୁରୀ ମେନକେନାଲରେ ଏକ ନିଆରା ଦୋଳିଲାଗିବା ଦୃଶ୍ୟ ଦେଖିବାକୁ ମିଳିଥିଲା।କେନାଲ ଉପରେ ଯାଇଥିବା ରେଳବ୍ରିଜରୁ ତଳକୁ ଦୋଳିଟି ଓହଲିଥିଲା।ବିପଦପୂର୍ଣ୍ଣ ଭାବେ କେନାଲକୁ ଗାଧୋଇବାକୁ ଯାଇଥିବା ପିଲାମାନେ ଦୋଳି ଖେଳର ମଜା ନେଇଥିଲେ।ଏହି ଖବର ବୁଧବାର ଦିନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିବା ସହ ବିଭିନ୍ନ ଖବରକାଗଜ ରେ ଏ ସମ୍ପର୍କିତ ଖବର ଗୁରୁବାର ପ୍ରକାଶ ପାଇଥିଲା।ଏହାପରେ ଭୁବନେଶ୍ଵର ରେଳବାଇ ପୋଲିସର ୩ଜଣିଆ ଦଳଘଟଣାସ୍ଥଳ ପରିଦର୍ଶନ କରି ଦୋଳି ଖୋଲିବା ସହ ନିକଟସ୍ତ ଗ୍ରାମକୁ ଯାଇ ଏପରି କାର୍ଯ୍ୟ ନକରିବା ପାଇ ସଚେତନ ସୃଷ୍ଟି କରିଥିବାର ଦେଖିବାକୁ ମିଳିଛି।

Comments (0)
Add Comment